ଗୋଳନ୍ଥରା,୦୬/୦୧/୨୦୨୨:
ଗୋଳନ୍ଥରା ଥାନା ଅନ୍ତର୍ଗତ
ତୁଳୁ ରୋଡ ସୋଳବିନ୍ଧା ନିକଟରୁ
ଗତ ୩ତାରିଖରେ ସନ୍ଧ୍ୟା ବେଳେ ଘଟିଥିବା ଦୁଇଜଣଙ୍କ ସହ ହୋଣ୍ଡା ଭେରନା କାର ଅପହରଣ ୫ମୋବାଇଲ୍ , ଆଇପଡ଼ ସହ କିଛି ନଗଦ ଟଙ୍କା ଲୁଟ୍ ମାମଲା ରେ ଦୁଇ ଦିନ ଧରି ପୁଲିସ ଏପର୍ଯ୍ୟନ୍ତ କୌଣସି ଟେର ପାଇ ନଥିଲେ ମଧ୍ୟ ଛାନ ଭିନ୍ ଚଳାଇଛି। କେବଳ ବ୍ରହ୍ମପୁର ଅନ୍ଧ ପସରା ରୋଡ ରେ ଲୁଟେରା ଗ୍ୟାଙ୍ଗ କାର ଟିକୁ ଛାଡ଼ି ଚାଲି ଯାଇଥିବା ଜବତ କରିଛି। ପ୍ରକାଶ ଥାଉକି ଭୁବନେଶ୍ୱର ଖଣ୍ଡଗିରି ଅଞ୍ଚଳର ଏକ କାର୍ ଫେସନ୍ ସହିତ ଡିଜାଇନର ଏଜେନ୍ସି ମାଲିକ ଶେଖ୍ ଶହ୍ୱନାଜ୍ ସାଙ୍ଗରେ ଆସିଥିବା ଦିବ୍ୟସ୍ମୃତି ସାହୁ ମିଶି ଆସିଥିଲେ। ଇଣ୍ଟରରେର ଡିଜାଇନର କାମରେ ଦିବ୍ୟ ସାହାଯ୍ୟ କରନ୍ତି। ବ୍ରହ୍ମପୁର ଉପକଣ୍ଠ ଲଉଡ଼ି ଗ୍ରାମ ନିକଟସ୍ଥ ଆଇଜର ଏକାଡେମୀ ର ଏକ ବ୍ୟକ୍ତି ବାରମ୍ବାର ଏଠାରେ କାମ କରିବାକୁ ଡ଼କାଇ ଥିଲେ। ବାଧ୍ୟ ହୋଇ ୩ତାରିଖ ସନ୍ଧ୍ୟା ବେଳକୁ କନିଶି ହାଟ ନିକଟରେ ଲୁଟେରା ଗ୍ୟାଙ୍ଗ ଜଗି ରହିଥିଲେ। ରାସ୍ତା ଦେଖାଇବା ବାହାନାରେ ଡ଼ାକି ନେଇ ନିଛାଟିଆ ଅଧାରାସ୍ତା ରେ ଅଟକାଇ ଲଙ୍କା ଗୁଣ୍ଡ ପକାଇ ମାଉଜର ଦେଖାଇ ଅପହରଣ କରି ନେଇଥିଲେ। ଏମାନଙ୍କୁ ଲୁଟେରା ମାନେ ୩୦ଲକ୍ଷ ଟଙ୍କା ଦାବି କରୁଥିବା ଅଭିଯୋଗ କରିଛନ୍ତି ଶେଖ୍ ଶୱାନଜ । ଦୁହିଁଙ୍କୁ ପଛପଟୁ ହାତ ବାନ୍ଧି ରାତିସାରା ବୁଲାଉଥିବା ନେଇ ଦୁହେଁ ଅଭିଯୋଗ କରିଛନ୍ତି। ଉଲ୍ଲେଖଯୋଗ୍ୟ ଯେ,ଗୋଳନ୍ଥରା ଥାନା ଅନ୍ତର୍ଗତ ତୁଳୁ ରୋଡ ସୋଳବିନ୍ଧା ନିକଟରୁ ଗତ ୩ତାରିଖ ସନ୍ଧ୍ୟା ସାଢେ଼ ୫ଟା ବେଳେ ଭୁବନେଶ୍ୱର ଖଣ୍ଡଗିରି ଅଞ୍ଚଳର ଇଣ୍ଟେରର ଡିଜାଇନର ଦିବ୍ୟସ୍ମୃତି ସାହୁ ଓ କାରଫେସନ୍ ମାଲିକ ଶେଖ୍ ଶହ୍ୱନାଜ୍ ନିଜ ହୋଣ୍ଡା ଭେରନା କାର ଯାହାର ନଂ (ଓଡ଼ି-୦୨ପି ୪୫୭୭)ରେ ଭୁବନେଶ୍ୱର ରୁ ଆଇଜରରୁ ଜଣେ ବ୍ୟକ୍ତି ବାରମ୍ବାର ଡାକରା ଯୋଗୁଁ କାମ କରିବା ପାଇଁ ସୋମବାର ଦିନ ଆସୁଥିବା ସମୟରେ କନିଶି ହାଟ ନିକଟରେ ଅନ୍ୟ କାର ଆଇଜର ବାଟ ଦେଖାଇବା ପାଇଁ କହିଥିଲେ। ସାଢେ଼ ୫ଟା ବେଳେ ୫ଜଣ ଯୁବକ ଲଙ୍କା ଗୁଣ୍ଡ ମାଉଜର ଦେଖାଇ ଅପହରଣ କରି କାର ଯୋଗେ ଆସ୍କା ଭଞ୍ଜନଗର ନେଇ ବିଭିନ୍ନ ସ୍ଥାନ ବୁଲାଇ ବୁଲାଇ ଆଣି ଥିଲେ । ଗତ କାଲି ସକାଳ ଗେଟ୍ ବଜାର ନିକଟ ଜନଗହଳପୂର୍ଣ୍ଣ ସ୍ଥାନରେ କାର ଟି ସ୍ଲୋ ହେଇଯିବା ପରେ ସେହି ସମୟରେ ଚାଲାକ କରି କାର୍ କବାଟ ଖୋଲି ଓହ୍ଲାଇ ପଡ଼ିଥିଲେ ଡିଜାଇନର ଦୁଇଜଣ। ଅପହରଣକାରୀ ଭେରନା କାରଟିକୁ ଅନ୍ଧପସରା ରୋଡ ରେ ଛାଡି ପଳାଇଥିଲେ। ଏହି ଦୁଇଜଣ ବଡ଼ବଜାର ଥାନା କୁ ଲିଖିତ ଅଭିଯୋଗ କରିବାରୁ ଯେଁଉ ଅଞ୍ଚଳରେ ଘଟଣା ଘଟିଛି ସେହି ଅଞ୍ଚଳକୁ ପଠାଇଥିଲେ। ଗତକାଲି ଏନେଇ ଗୋଳନ୍ଥରା ଥାନାରେ ଏତଲା ଦିବ୍ୟସ୍ମୃତି ଦେଇଛନ୍ତି। କେଶ ନଂ୮/୨୦୨୨ମାମଲା ରୁଜ୍ଜୁ କରି ତଦନ୍ତ କରୁଥିବା ଥାନା ଅଧିକାରୀ ବିବେକାନନ୍ଦ ମହନ୍ତ କହିଛନ୍ତି। ଲୁଟେରା ମାନେ ବାହାର ଜିଲ୍ଲାର ହୋଇ ଥାଇପାରନ୍ତି। ଏମାନଙ୍କୁ ଲୁଟେରା ମାନେ ପିଛା କରୁଥିବା ଅନୁମାନ କରାଯାଉଛି।ଏନେଇ ଥାନା ଅଧିକାରୀ ବିବେକାନନ୍ଦ ମହନ୍ତ ଖୁବ୍ ଶୀଘ୍ର ଅପରାଧୀ ମାନଙ୍କୁ ଧରିବାରେ ସକ୍ଷମ ହେବୁ ବୋଲି କହିଛନ୍ତି। ଗୋଳନ୍ଥରା ପୁଲିସ ପାଇଁ ଏହା ଏକ ଚ୍ୟାଲେଞ୍ଜ।