ବାଲିପଦର ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ୩୦ ତମ ପ୍ରତିଷ୍ଠା ଦିବସ ପାଳନ

0
255

ବୁଗୁଡା, ୧୨/୦୮/୨୦୨୨: ପ୍ରବାଦ ପୁରୁଷ ସ୍ବର୍ଗତ ବିଜୁ ବାବୁଙ୍କ ପ୍ରୋତ୍ସାହନରେ ବାଲିପଦର ଅଞ୍ଚଳକୁ ଉଚ୍ଚ ଶିକ୍ଷା ପ୍ରଦାନ ନିମନ୍ତେ ଅଞ୍ଚଳର ବୁଦ୍ଧିଜୀବି ଓ ଶିକ୍ଷାବିତ୍ ୧୯୯୩ ମସିହା ଅଗଷ୍ଟ ୧୨ ତାରିଖ ଦିନ ବାଲିପଦର ଠାରେ ଆଞ୍ଚଳିକ ବିଜ୍ଞାନ ମହାବିଦ୍ୟାଳୟ ପ୍ରତିଷ୍ଠା କରିଥିଲେ। ଯାହା ଆଜି ପୁର୍ଣ୍ଣ ପ୍ରକ୍ରିୟାରେ କାର୍ଯ୍ୟକରି ଅଞ୍ଚଳର ଶହଶହ ଛାତ୍ରଛାତ୍ରୀଙ୍କୁ ସମାଜର ମୁଖ୍ୟ ସ୍ରୋତରେ ପହଞ୍ଚାଇ ପାରିଛି। ସେହି ଆଞ୍ଚଳିକ ବିଜ୍ଞାନ ମହାବିଦ୍ୟାଳୟ ସରକାରୀ ନିର୍ଦ୍ଦେଶ ପ୍ରକାରେ ବର୍ତ୍ତମାନ ଆଞ୍ଚଳିକ ବିଜ୍ଞାନ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଭାବେ ପରିଚିତ ହୋଇ ଗୌରବର ସ୍ମତି ଚାରଣ ପାଇଁ ଅଗଷ୍ଟ ୧୨ ତାରିଖ ଦିନ ୩୦ ତମ ପ୍ରତିଷ୍ଠା ଦିବସ ପାଳନ କରିଥିଲା। ପ୍ରତିଷ୍ଠା ଦିବସ ଉପଲକ୍ଷେ ହୋମ ଓ ପୂଜାର୍ଚ୍ଚନା ସହ ବୃକ୍ଷରୋପଣ ପ୍ରଭୃତି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଶିକ୍ଷାନୁଷ୍ଠାନର ଅଧ୍ୟକ୍ଷ ଡକ୍ଟର ବି.ପ୍ରକାଶ ଚନ୍ଦ୍ର ପାତ୍ରଙ୍କ ପୌରହିତ୍ୟରେ ଅନୁଷ୍ଠିତ ଉକ୍ତ କାର୍ଯ୍ୟକ୍ରମରେ ଜି.ରାଜେଶ୍ବର ପାତ୍ର, କୈଳାଶ ଚନ୍ଦ୍ର ପ୍ରଧାନ, ଖଲି ପରିଡା, ଅଧ୍ୟାପକ କୈଳାଶ ଚନ୍ଦ୍ର ସେନାପତି, ସରୋଜ କାନ୍ତ ଦାଶ, ବିଭୁତି ଭୁଷଣ ବେବର୍ତ୍ତା, ସୁଶାନ୍ତ କୁମାର ପଣ୍ଡା,ଡ.ଦିଲ୍ଲିପ କୁମାର ପ୍ରଧାନ, ଭାବଗ୍ରାହି ପଣ୍ଡା, ସଞ୍ଜୟ କୁମାର ବିଷୋୟି, କାହ୍ନୁ ଚରଣ ଦାସ, ପ୍ରଦ୍ବ୍ୟୁନ୍ନ କୁମାର ପାଢୀ,ଜ୍ଞାନ ଚାନ୍ଦ ଗୌଡ଼, ସନ୍ତୋଷ କୁମାର ପରିଡା, ରଶ୍ମି ରଞ୍ଜନ ତ୍ରୀପାଠି, କୃଷ୍ଣ ଚନ୍ଦ୍ର‌ନାହାକ, ଭଞ୍ଜ କିଶୋର ଗୌଡ଼, ଭାବଗ୍ରାହି ମହାପାତ୍ର, ରମାକାନ୍ତ ରାଉତ ପ୍ରମୁଖ ଯୋଗଦେଇ ଆଲୋଚନାରେ ଅଂଶ ଗ୍ରହଣ କରିଥିଲେ।
ରିପୋର୍ଟ:ଅନିଲ କୁମାର ମହାରଣା

LEAVE A REPLY

Please enter your comment!
Please enter your name here