ଦିଗପହଣ୍ଡି,୧୧/୦୪/୨୦୨୦(ଗଦାଧର ଶୁକ୍ଲ)
ସାଂପ୍ରତିକ ଲକଡାଉନ ପରିସ୍ଥିତି ସାଧାରଣ ଜୀବନଯାତ୍ରା ଓ ଜୀବନଜୀବିକା ଉପରେ ଘୋର ପ୍ରଭାବ ପକାଇଛି। କୋରୋନା ଅସ୍ତବ୍ଯସ୍ତ କରିଛି ସାମାଜିକ ଚଳନିକୁ। ସମସ୍ତ ପ୍ରକାର ରୋଗୀଙ୍କ ପ୍ରତି ମଧ୍ଯ ଏହା ସୃଷ୍ଟି କରିଛି ବିଷମ ପରିସ୍ଥିତି। ସାଧାରଣତଃ ଥାଲସେମିଆ ରୋଗୀଙ୍କ ପାଇଁ କଷ୍ଟ ହୋଇପଡିଛି ରକ୍ତ ସଂଗ୍ରହ କରିବା। ଏହା ସହ ପ୍ରସୂତି ମାନଙ୍କ ପ୍ରସୂତିକାଳୀନ ସମୟେ ଆବଶ୍ଯକ ହେଉଥିବା ରକ୍ତ କେଉଁଠୁ କିପରି ସଂଗ୍ରହ ହେବ ଚିନ୍ତାରେ ମୁଣ୍ଡଘୁରାଇ ଦେଉଛି ରୋଗୀଙ୍କ ସଂପର୍କୀୟଙ୍କ।
ଏହି ଅସମୟରେ ଦିଗପହଣ୍ଡିର ଯୁବ ସ୍ୱଚ୍ଛାସେବୀ ଶ୍ରୀ ସାଇଦାପ୍ ପୂଜାରୀ ନିଜକୁ ରକ୍ତ ଦାନ ଭଳି ମହତ କାର୍ଯ୍ଯରେ ନିୟୋଜିତ କରିବା ପାଇଁ ଇଛା ପ୍ରକଟ କରି ସାମ୍ବାଦିକ ଅନନ୍ତ ମହାନ୍ତିଙ୍କ ସହିତ ବ୍ରହ୍ମପୁର ବଡ ମେଡିକାଲ ରକ୍ତ ଭଣ୍ଡାର ଠାରେ ପହଞ୍ଚି ରକ୍ତ ପ୍ରଦାନ କରିଥିଲେ। ଏହା ସହ ସମାଜର ସୁସ୍ଥ ଯୁବ ପିଢିଙ୍କ ପାଇଁ ଏକ ଉଦାହରଣ ସାଜିଲେ। ଅସମୟରେ ରକ୍ତ ପ୍ରଦାନ କରି ରକ୍ତ ଆବଶ୍ଯକ କରୁଥିବା ରୋଗୀଙ୍କ ଚିନ୍ତାଦୂର କରିବା ପାଇଁ ଆହ୍ୱାନ କରିଛନ୍ତି ଶ୍ରୀ ପୂଜାରୀ॥




