ବିଷମକଟକରେ ନାବାଳିକାଙ୍କୁ ଦୁଷ୍କର୍ମ : ଦୁଇ ନାବାଳକ ଅଟକ

0
370

ରାଜ୍ୟରେ ପୁଣି ଏକ ନାବାଳିକା ଦୁଷ୍କର୍ମ ଘଟଣା ସମ୍ମୁଖକୁ ଆସିଛି । ରାୟଗଡ଼ା ବିଷମକଟକରେ ପୁଣି ଜଣେ ନାବାଳିକା ବଳାତ୍କାରର ଶିକାର ହୋଇଛି । ଏ ନେଇ ପୀଡ଼ିତାଙ୍କ ମା’ ବିଷମକଟକ ଥାନାରେ ଅଭିଯୋଗ କରିଛନ୍ତି । ବଳାତ୍କାର ମାମଲାରେ ପୋଲିସ ଦୁଇ ଜଣ ନାବାଳକଙ୍କୁ ଅଟକ ରଖିଛି । ପୀଡ଼ିତାଙ୍କ ମା’ଙ୍କ ଅଭିଯୋଗ ମୁତାବକ, ଗତ ୧୭ ତାରିଖ ଦିନ ସେ ଘରେ ନ ଥିବାବେଳେ ଦୁଇ ଜଣ ନାବାଳକ ତାଙ୍କ ନାବାଳିକା ଝିଅଙ୍କୁ ବଳାତ୍କାର କରିଛନ୍ତି । ଝିଅ ଭୟରେ କିଛି ପରିବାର ଲୋକଙ୍କ ଆଗରେ କହୁ ନ ଥିଲେ । ପରବର୍ତ୍ତୀ ସମୟରେ ଅସୁସ୍ଥ ହେବାରୁ ଘଟଣା ସାମ୍ନାକୁ ଆସିଛି । ଏଥିରେ ଦୁଇ ଜଣ ନାବାଳକ ସାମିଲ ଥିବା ସେ ଅଭିଯୋଗ କରିଛନ୍ତି । ପୋଲିସ ସଂପୃକ୍ତ ନାବାଳକଙ୍କୁ ଅଟକ ରଖି ପଚରାଉଚରା କରୁଛି । ଏହା ସହିତ ପୀଡ଼ିତାଙ୍କର ଡାକ୍ତରୀମାଇନା କରାଇ ତଦନ୍ତ ଆରମ୍ଭ କରିଛି ।

LEAVE A REPLY

Please enter your comment!
Please enter your name here