130 କିଗ୍ରା ଆଫଗାନ ହେରୋଇନ୍‌ ଜବତ : ଦୁଇ ଗିରଫ

0
361

ଦିଲ୍ଲୀ ପୋଲିସ୍‌ ପକ୍ଷରୁ ଶୁକ୍ରବାର 130 କିଗ୍ରା ଆଫଗାନ ହେରୋଇନ୍‌ ଜବତ କରାଯାଇଛି । ଏହି ଘଟଣାରେ ଦିଲ୍ଲୀ ପୋଲିସ୍‌ ପକ୍ଷରୁ ଦୁଇ ଜଣ ଆଫଗାନ ନାଗରିକଙ୍କୁ ଗିରଫ କରାଯାଇଛି । ନଭି ମୁମ୍ବାଇରୁ ଆସୁଥିବା ଏକ କଣ୍ଟେନରରୁ ଏହି ହେରୋଇନ୍‌ ଜବତ କରାଯାଇଛି । ଦିଲ୍ଳୀ ପୋଲିସ୍‌ର ସ୍ବତନ୍ତ୍ର ସେଲ୍‌ ପକ୍ଷରୁ ଏହି ଚଢାଉ କରାଯାଇଥିଲା । ଆଫଗାନିସ୍ତାନର ଇସ୍‌ଲାମ କିଲ୍ଲାରୁ ଇରାନ୍‌ ହୋଇ ମୁମ୍ବାଇ ବନ୍ଦରରେ ଅବତରଣ କରିଥିଲା ଏହି ହେରୋଇନ୍‌ । ତୁଳସୀ ମଞ୍ଜି ନାମରେ ଏହି ହେରୋଇନ୍‌ ଚାଲାଣ କରାଯାଇଥିଲା । ବିଗତ 15 ଦିନ ମଧ୍ୟରେ ସମୁଦାୟ 330 କୋଟିର ହେରୋଇନ୍‌ ଜବତ କରାଯାଇଥିବା ବେଳେ ଏହାର ଆନୁମାନିକ ମୂଲ୍ୟ 1320 କୋଟି ଟଙ୍କା ହେବ ବୋଲି ଦିଲ୍ଲୀ ପୋଲିସ୍‌ ପକ୍ଷରୁ କୁହାଯାଇଛି ।

LEAVE A REPLY

Please enter your comment!
Please enter your name here