ବିଏମସି କତ୍ତୃପକ୍ଷ ଙ୍କ ଉତ୍ତର ଦାୟିତ୍ୱ ର ଅଭାବ

0
234

ବ୍ରହ୍ମପୁର,୧୮/୮/୧୯:ଗତ ସାଧାରଣ ନିର୍ବାଚନ ପୂର୍ବରୁ ମାନ୍ୟବର ମୂଖ୍ୟମନ୍ତ୍ରୀଙ୍କ ବ୍ରହ୍ମପୁର ଗ୍ରସ୍ତ କରି ଜାନିବିଲି ଜଳ ପ୍ରକଳ୍ପ ସମେତ ବ୍ରହ୍ମପୁର ମହାନଗର ନିଗମ ର ବହୁ ଜନ କଲ୍ୟାଣ କାଯ୍ୟ କୁ ଉଦଘାଟନ ଓ ଭିତ୍ତିପ୍ରସ୍ତର ସ୍ଥାପନ କରିଲେ।ମହାନଗର ନିଗମ ଦ୍ବାରା କୋଟି କୋଟି ଟଙ୍କା ବ୍ୟୟରେ ହେଉଥିବା ବିଭିନ୍ନ ପ୍ରକଳ୍ପ ଗୁଡିକ ଉଦଘାଟନ ହେବା ପରେ , ତାହା ଦ୍ବାରା କେତେ ଲୋକ ଉପକୃତ ହୋଉଛନ୍ତି , କିମ୍ବା ତାହା କେତେଦୂର କାର୍ଯ୍ୟକ୍ଷମ , ତାହା ମହାନଗର କତ୍ତୃପକ୍ଷ ଙ୍କ ନିକଟ ରେ ଖବର ନଥିବା ପରି ମନେ ହୋଉଛି। ଏମିତି ଏକ ଉଦାହରଣ ହେଉଛି, ପୁରୁଣା ବସଷ୍ଟାଣ୍ଡ ନିକଟ ରେ ଏବଂ ଅନ୍ନପୂର୍ଣ୍ଣା ବଜାର ଛକ ରେ ଦୁଇ ଦୁଇଟି ଓ୍ଵାଟର ଏଟିଏମ ଲକ୍ଷ ଲକ୍ଷ ଟଙ୍କା ବ୍ୟୟ ରେ ମହାନଗର ନିଗମ ସ୍ଥାପନ କରି ମାନ୍ୟବର ମୂଖ୍ୟମନ୍ତ୍ରୀଙ୍କ ଦ୍ବାରା ଉଦଘାଟନ କରାଇଲେ। କିନ୍ତୁ ଦୁଃଖ ର ବିଷୟ , ଯେ , ମାନ୍ୟବର ମୂଖ୍ୟମନ୍ତ୍ରୀଙ୍କ ଦ୍ବାରା ଉଦଘାଟନ ହେବା ପର ଠାରୁ ୨ଟି ଯାକ ଅଚଳ ହୋଇ ପଡିଛି। ବ୍ରହ୍ମପୁର ପାଣି ପ୍ୟାକେଟ ବନ୍ଦ ହେବା ପରେ, ଜନସାଧାରଣ ଓ୍ଵାଟର ଏଟିଏମ ରୁ ପାଣି ପିଇବା ଆଶା ମଉଳି ଗଲା। ମହାନଗର ନିଗମ ରେ କମିଶନର ଭାବେ ଜଣେ ଯୁବ ତଥା ଦକ୍ଷ ଆଏଏସ ଅଧିକାରୀ କାଯ୍ୟ ରତ ଥିବା ବେଳେ , ମହାନଗର ନିଗମ ର ଏପରି କାର୍ଯ୍ୟକଳାପ ବ୍ରହ୍ମପୁର ଜନସାଧାରଣ ସହଜ ରେ ଗ୍ରହଣ କରିପାରୁନାହାନ୍ତି। ଯାହାକି ଅପାରଗତା ତଥା ଉତ୍ତରଦାୟିତ୍ଵ ର ଅଭାବ ବୋଲି ବୁଦ୍ଧିଜୀବୀ ମହଲ ରେ ଚର୍ଚ୍ଚା ହେଉଛି।

LEAVE A REPLY

Please enter your comment!
Please enter your name here