ଭିଜିଲାନ୍ସ ଜାଲ ର୍ ପଚାଂୟତ ଏକ୍ସଟେନସନ ଅଫିସର

0
298

ଭଂଜନଗର, ୨୨/୮/୧୯;ବେଲଗୁଣ୍ଠା ବ୍ଳକ ଖାରୀପୁଟ ଗ୍ରାମ ପଚାଂୟତ ର ପଚାଂୟତ ଏକ୍ସଟେନସନ ଅଫିସର ପଚାଂନନ ପ୍ରଧାନ ୫୦୦୦ ଟଙ୍କା ଲାଂଚ ନେବା ବେଳେ ଭିଜିଲାନ୍ସ ଜାଲ ରେ ପଶିଛନ୍ତି। ଅଭିଯୋଗ କାରୀ ପ୍ରଭାତ କୁମାର ଭୂୟାଁ ଙ୍କ ମାଆ ଙ୍କ ନାମ ରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ରେ ଆବଣ୍ଟନ ହୋଇଥିବା ଘର ପାଇଁ ୨ୟ କିସ୍ତି ଭେରିଫିକେସନ ରିପୋର୍ଟ ଦେବା ପାଇଁ ୫୦୦୦ ଟଙ୍କା ଦାବୀ କରିଥିଲେ।ସେ ଏନେଇ ଭିଜିଲାନ୍ସ କାର୍ଯାଳୟ ରେ ଜଣାଇବା ପରେ ଆଜି ଶ୍ରୀ ପ୍ରଧାନ ଲାଂଚ ଟଙ୍କା ଗ୍ରହଣ କରି ସାର୍ଟ ପକେଟ ରେ ରଖିବା ବେଳେ ଭିଜିଲାନ୍ସ ଟିମ୍ ତାଙ୍କୁ ଧରିଥିଲେ। ତାଙ୍କୁ ଅଧିକ ଜେରା ପାଇଁ ବ୍ରହ୍ମପୁର ଭିଜିଲାନ୍ସ କାର୍ଯାଳୟ କୁ ଅଣାଯାଇଛି। ଏନେଇ ଭିଜିଲାନ୍ସ ରେ କେଶ ୨୦/ତା୨୧/୮/୧୯ ରେ ମାମଲା ରୁଜୁ ହୋଇଛି

LEAVE A REPLY

Please enter your comment!
Please enter your name here