ଦିଗପହଣ୍ଡି ଥାନାରେ ନୂଆ ଥାନା ଅଧିକାରୀ ଯୋଗ ଦେଲେ

0
311

ଦିଗପହଣ୍ଡି,୨୮/୮/୧୯; ଦିଗପହଣ୍ଡି ଥାନାରେ ଆଜି ନୂତନ ଥାନା ଅଧିକାରୀ ରୁପେ ବସନ୍ତ କୁମାର ସେଠୀ ଦାୟିତ୍ୱ ଗ୍ରହଣ କରିଛନ୍ତି । ଏଥି ପୁର୍ବରୁ କାର୍ଯ୍ୟରତ ଥିବା ଥାନା ଅଧିକାରୀ ଗୌରାଙ୍ଗ ଚରଣ ସାହୁ ଙ୍କୁ ସମୁଦ୍ର ଉପକୂଳ ମେରାଇନ ଥାନା ଦାୟିତ୍ୱ ଦିଆଯାଇଛି । ଆଜି ଶ୍ରୀ ସେଠୀ ଦିଗପହଣ୍ଡି ଅଞ୍ଚଳର ସମସ୍ୟା ଓ ହାଲଚାଲ ପଚାରି ବୁଝିଥିଲେ । ପରେ ପରେ କିଛି ଚୋରା ମଦ ବେପାରୀ କୁ ଧରି ଥିଲେ । ବିଗତ ଦିନ ରେ ଥାନା ବାବୁ ଙ୍କୁ ନେଇ ଅନେକ ପ୍ରଶ୍ନ ଵାଚି ସୃଷ୍ଟି ହୋଇଥିଲା । କିନ୍ତୁ ଆଜି ସେ ପ୍ରଥମ ଦିନରେ ତାଙ୍କ କମାଲ ଦେଖାଇ ଛନ୍ତି । ସଧାରଣ ଜନତା ଙ୍କ ମନରେ ଭୟ ଦୁର ହୋଇଯାଇଛି । ଦିଗପହଣ୍ଡି ଅଞ୍ଚଳରେ ମଦ, ଜୁଆଆଡ୍ଡା , ଟ୍ରାଫିକ ସମସ୍ୟା ଆଦି ସମସ୍ୟା ର ସମାଧାନ କରିବେ ବୋଲି ମତ ପ୍ରକାଶ କରିବା ସହ ପୋଲିସ ସେବା ନିର୍ଭୀକ ଭାବେ ଦିଆଯିବ ବୋଲି ମତ ପ୍ରକାଶ କରିଛନ୍ତି । ଏଭଳି କାର୍ଯକଳାପ କୁ ବୁଦ୍ଧିଯିବି ମହଲରେ ପ୍ରଶଂସା କରିବା ସହ ଆଗାମୀ ଦିନ ରେ ଦିଗପହଣ୍ଡି ଅଞ୍ଚଳ ଶାନ୍ତି ର ବାତାବାରଣ ଫେରିବ ବୋଲି ଚର୍ଚ୍ଚା ହେଉଛି ।

LEAVE A REPLY

Please enter your comment!
Please enter your name here