ଗଞ୍ଜାମ ନଲେଜ୍ ହବ୍ ର ଶୁଭାରମ୍ଭ

0
294

ବ୍ରହ୍ମପୁର: ୧/୦୯/୨୦୧୯
ଗଞ୍ଜାମ ଜିଲ୍ଲା ପ୍ରଶାସନ ବିଭାଗ ଶିକ୍ଷିତ ଯୁବ ଗୋଷ୍ଠୀକୁ ଭବିଷ୍ୟତ ପନ୍ଥା ନିର୍ଦ୍ଧାରଣ ରେ ସହଯୋଗ ଦେବା ଭଳି ଏକ ନୂତନ ପ୍ରୟାସ ଆରମ୍ଭ କରିଛି। ଆଜି ଠାରୁ ଜିଲ୍ଲା ପ୍ରଶାସନ ଆନୁକୂଲ୍ୟରେ ଏକ ବକ୍ତୃତା ମାଳା କାର୍ଯ୍ୟକ୍ରମର ଶୁଭାରମ୍ଭ କରାଯାଇଛି। ଏହି କାର୍ଯ୍ୟକ୍ରମ ର ନାମ ” ଗଞ୍ଜାମ ନଲେଜ ହବ ( Ganjam Knowledge Hub )” ରଖାଯାଇଛି। ବିଶେଷ ଭାବେ କଲେଜ ଶିକ୍ଷାର୍ଥୀ ସ୍ନାତକ ମାନେ ଏହି କାର୍ଯ୍ୟକ୍ରମରେ ସାମିଲ ହୋଇ ଫାଇଦା ନେଇପାରିବେ।
ଦେଶର ପ୍ରତ୍ୟେକ କୋଣରୁ ସଫଳ ବ୍ୟକ୍ତିତ୍ୱ ମାନଙ୍କୁ ଏହି କାର୍ଯ୍ୟକ୍ରମରେ ସାମିଲ କରିବା ପ୍ରୟାସ ହୋଇଛି। ଏହି ବକ୍ତୃତା ମାଳା ମଞ୍ଚରେ ସଫଳ ବ୍ୟକ୍ତି ଓ ସ୍ନାତକ ଶିକ୍ଷାର୍ଥୀମାନଙ୍କ ମଧ୍ୟରେ ତଥ୍ୟ,ସୂଚନା ଓ ଭାବ ବିନିମୟ ସଂଯୋଜନା କରାଯିବା ଦ୍ୱାରା ଶିକ୍ଷାର୍ଥୀମାନେ ଭବିଷ୍ୟତ ପନ୍ଥା ପାଇଁ ପ୍ରେରିତ ହେବା ଲକ୍ଷ୍ୟରେ ଏଭଳି ଏକ ମାର୍ଗ ଦର୍ଶିକା କାର୍ଯ୍ୟକ୍ରମ ଆରମ୍ଭ ହୋଇଥିବା ଜିଲ୍ଲାପାଳ ଶ୍ରୀ ବିଜୟ ଅମୃତ କୁଲାଙ୍ଗେ ସୁଚାଇଛନ୍ତି। ଏହା ଦ୍ୱାରା ଯୁବ ଶିକ୍ଷାର୍ଥୀମାନଙ୍କର ଶିକ୍ଷାଗତ ଓ ଭବିଷ୍ୟତ ପନ୍ଥା ନିର୍ଦ୍ଧାରଣ କ୍ଷେତ୍ରରେ ସୁଦୂର ପ୍ରସାରି ଜ୍ଞାନ ଆହରଣ ସୁଯୋଗ ରହିବା ସେ ପ୍ରକାଶ କରିଛନ୍ତି।
ଏହି ବକ୍ତୃତା ମାଳା ରେ ବିଭିନ୍ନ କ୍ଷେତ୍ରରେ କୃତିତ୍ୱ ପ୍ରଦର୍ଶନ ସହ ଏକ ଗୌରବ ହାସଲ କରିଥିବା ଅନନ୍ୟ ବ୍ୟକ୍ତିମାନଙ୍କ ଠାରୁ ସେମାନଙ୍କ ଅନୁଭୂତି ଓ ସଫଳତାର ମନ୍ତ୍ର ଶୁଣିବା ସୁଯୋଗ ଶିକ୍ଷାର୍ଥୀମାନେ ପାଇବେ। ଛତ୍ରପୁର ଠାରେ ଜିଲ୍ଲା ଗ୍ରାମ୍ୟ ଉନ୍ନୟନ I ( D R D A ) ସମ୍ମିଳନୀ କକ୍ଷରେ ପ୍ରତି ମାସରେ ଏହା ଅନୁଷ୍ଠିତ ହେବ। ଜିଲ୍ଲାର ପ୍ରତ୍ୟେକ କୋଣରୁ କଲେଜର ସ୍ନାତକ ଶିକ୍ଷାର୍ଥୀମାନେ ବିନା ରେଜିଷ୍ଟ୍ରେସନ ଫିସ ରେ ଏଥିରେ ଭାଗ ନେଇପାରିବେ।
ଏହି ବକ୍ତୃତା ମାଳା କାର୍ଯ୍ୟକ୍ରମର ଉଦଘାଟନୀ କାର୍ଯ୍ୟକ୍ରମରେ ଆଜି ଜିଲ୍ଲାପାଳ ଶ୍ରୀ କୁଲାଙ୍ଗେ, ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥାର ପ୍ରକଳ୍ପ ନିର୍ଦ୍ଦେଶକ ଇଂ.ସିଦ୍ଧାର୍ଥ ଶଙ୍କର ସ୍ୱାଇଁ, ଗଞ୍ଜାମ ଏସ.ପି. ଶ୍ରୀ ବ୍ରିଜେଶ କୁମାର, ବ୍ରହ୍ମପୁର ଉପ ଜିଲ୍ଲାପାଳ ଶ୍ରୀ ସିନ୍ଧେ ଦାତାତ୍ରେୟ ଭାଓସାହେବ ” ସିଭିଲ ସର୍ଭିସ ଏଜ କେରିଏର ପାଥ ( Civil Service as career path ) ” ଶୀର୍ଷକ ବିଷୟରେ ଦୀକ୍ଷାନ୍ତ ଭାଷଣ ଦେଇଥିଲେ। ଏହା ପରେ ଜିଲ୍ଲାପାଳ ଶ୍ରୀ କୁଲାଙ୍ଗେ, ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥାର ପ୍ରକଳ୍ପ ନିର୍ଦ୍ଦେଶକ ଇଂ.ସିଦ୍ଧାର୍ଥ ଶଙ୍କର ସ୍ୱାଇଁ, ଗଞ୍ଜାମ ଏସ.ପି. ଶ୍ରୀ ବ୍ରିଜେଶ କୁମାର ପ୍ରମୂଖ ଉପସ୍ଥିତ ଶିକ୍ଷାର୍ଥୀମାନଙ୍କ ସହ ଭାବ ବିନିମୟ ଓ ଆପୋଷ ଆଲୋଚନା କରିଥିଲେ।

LEAVE A REPLY

Please enter your comment!
Please enter your name here