ଝାମି ମନ୍ଦିର ଉନ୍ନୟନ କମିଟି ର ବୌଠକ

0
367

ବ୍ରହ୍ମପୁର,୧/୯/୧୯; ଆଜି ସ୍ଥାନୀୟ ନୀଳକଣ୍ଠେଶ୍ୱର ମନ୍ଦିର ପରିସରରେ ଥିବା ଝାଂମି ମନ୍ଦିର ମଣ୍ଡପ ପରିସରରେ ଝାମି ମନ୍ଦିର ଉନ୍ନୟନ କମିଟିର ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି । କମିଟି ସାଧାରଣ ସମ୍ପାଦକ ସୁରେଶ କୁମାର ସାହୁ ଙ୍କ ତତ୍ୱବଧାନରେ ଆୟୋଜିତ ହୋଇଥିଲା ଏହି ବୈଠକ । ଏହି ଅବସରରେ ମନ୍ଦିରର ଉନ୍ନତି ସକାଶେ ଏହି ବୈଠକ ମାଧ୍ୟମ ରେ କମିଟି କର୍ମକର୍ତ୍ତା ମାନେ ଆଲୋଚନା କରିଥିଲେ । ଏହା ସହ ଆଗାମୀ ଝାମି ଯାତ୍ରା କୁ କିଭଳି ଧୁମଧାମରେ ପାଳନ କରାଯିବା ସହ ଯାତ୍ରା ରେ ସାଧାରଣ ଲୋକଙ୍କୁ କିଭଳି କମିଟି ପକ୍ଷରୁ ଉପଯୁକ୍ତ ସୁବିଧା ଯୋଗାଇ ଦିଆଯାଇପାରିବ ସେ ନେଇ ଆଲୋକପାତ କରାଯାଇଥିଲା । ଏହି ବୈଠକ ରେ କମିଟି ସମ୍ପାଦକ ଗୌରାଙ୍ଗ ଚୌଧୁରୀ,ଜଗନ୍ନାଥ ବେହେରା, ଦୁର୍ଗମାଧଵ ସୁବୁଦ୍ଧି,ନାରାୟଣ ଚୋୖଧୁରୀ,କେ ଭି ଆର ପଟନାୟକ, ଉମା ପାଣିଗ୍ରାହୀ, କିଶୋର କୁମାର ପଟନାୟକ, ନବ କିଶୋର ମହାପାତ୍ର, ଲଳିତ ମୋହନ ମଙ୍ଗରାଜ, ନୀଳମଣି ପୃଷ୍ଟି, ଅଜୟ ସାହୁ, ରମେଶ ଚନ୍ଦ୍ର ଦାସ, ଅନୀଲ ଚୌଧୁରୀ,ଅସିତ ପଣ୍ଡା ଙ୍କ ସମେତ ଅନ୍ୟାନ୍ୟ କର୍ମକର୍ତ୍ତା ପ୍ରମୁଖ ଉପସ୍ଥିତ ଥିଲେ । ବୈଠକ ଶେଷରେ ସମ୍ପାଦକ ଗୌରାଙ୍ଗ ଚୌଧୁରୀ ଧନ୍ୟବାଦ ଅର୍ପଣ କରିଥିଲେ।

LEAVE A REPLY

Please enter your comment!
Please enter your name here