ଏମିତି ବି ଅସାହାୟ ଅବସ୍ଥାରେ ଜୀବନ କାଟୁଛନ୍ତି କାଳିଆ ଓ ତାଙ୍କ ପରିବାର

0
283

ହିଞିଳିକାଟୁ :ତା ୮/୯ (ନିପ୍ର) ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ବିଭିନ୍ନ ଯୋଜନା ଯୋଗାଇ ଦେଇଥିଲେ ମଧ୍ୟ ସାଧାରଣ ତଥା କିଛି ଗରିବ ମଜୁରିଆ ଲୋକଙ୍କ ପାଖରେ ପହଞ୍ଚି ପାରୁନି ।ଏହା ଅନ୍ୟ କେଉଁଠି ନୁହେଁ ଖୁଦ ମୁଖ୍ୟମନ୍ତ୍ରୀ ନିର୍ବାଚନ ମଣ୍ଡଳୀର ହିଞିଳିକାଟୁ ବ୍ଳକ ଅନ୍ତର୍ଗତ ରାଳବ ଗ୍ରାମ ତୋଟା ସାହିରେ ଦେଖିବାକୁ ମିଳିଛି । ତୋଟା ସାହିରେ ରହୁଥିବା ଜୈନିକ ବ୍ୟକ୍ତି ଜଣକ ହେଲେ କାଳିଆ ସାମଲ(୫୦),ସ୍ତ୍ରୀ ନୟନି ସାମଲ (୪୫) ଓ ୩ଟି ସନ୍ତାନଙ୍କ ସହ ପରିବାର ନେଇ ଏହି ଝାଟିମାଟି ଘରେ ଅସହାୟ ଅବସ୍ଥାରେ ଦୀର୍ଘ ୪ବର୍ଷ ହେଲା ଜୀବନ ବିତାଇ ଆସୁଛନ୍ତି । ଗରିବ ପରିବାର ହୋଇଥିବା ରୁ ଘରଟି କୁ ତିଆରି କରିବା ପାଇଁ ସକ୍ଷମ ହୋଇ ପାରୁନାହାନ୍ତି ।ସେ ମୂଳ କଷ୍ଟ କରି ପରିବାର ପ୍ରତିପୋଷଣ କରିଥାନ୍ତି ।ଯାହା ରୋଜଗାର ହୁହେ ଅଧା ପିଲାଙ୍କ ପାଠପଢାରେ ଖର୍ଚ୍ଚ ହୋଇଯାଏ ।କାଳିଆଙ୍କ ୩ଟି ସନ୍ତାନ ୨ଟି ପୁତ୍ର ଓ ଗୋଟିଏ କନ୍ୟା ଥିବା ଜଣାପଡିଛି।ସେ ଗ୍ରାମରେ ଚାଳଛପର ରୁ ବହୁ କଷ୍ଟରେ ଟିଣ ଖଣ୍ଡିଏ ପକାଇଛନ୍ତି ତାହା ମଧ୍ୟ ଚାରିପଟେ ଦେଖିବା କୁ ଗଲେ ଝାଟିମାଟିରେ ତିଆରି କରି ରହୁଛନ୍ତି ।ସେ ସରକାରଙ୍କ ଆବାସ ଯୋଜନାରେ ପ୍ରକୃତ ହିତାଧିକାରୀ ହୋଇଥିଲେ ମଧ୍ୟ ତାଙ୍କ ପାଖକୁ ଆଜି ସୁଦ୍ଧା କୌଣସି ସରକାରୀ ସହାୟତା ପାଇନାହାନ୍ତି ।ସେ ଆବାସ ପାଇଁ ପ୍ରଥମେ ହିଞିଳିକାଟୁ ବିଡ଼ିଓ ଓ ପରେ ଗଞ୍ଜାମ ଜିଲ୍ଲାପାଳଙ୍କୁ ଲିଖିତ ଦେଇଥିଲେ ।ଫଳସ୍ୱରୂପ ଏହା ତାଙ୍କ ପାଇଁ ସୁନ ହୋଇ ରହିଯାଇଛି ।ଚଳିତ ଦୁଇଦିନ ଲଗାଣ ବର୍ଷାରେ ତାଙ୍କ ଝାଟିମାଟିର କୁଡ଼ିଆଟି ପାଣି ପଶି ଯାଇ ପୁରା ଘର ଚାରିପଟେ ପାଣି ଘେରରେ ଥିବାବେଳେ ସେ ଅନ୍ୟ ବାରଣ୍ଡାରେ ଆଶ୍ରୟ ନେଇଥିଲେ ।ପାଣିର ସୁଧାର ଆସିବା ପରେ ଶନିବାର ସେ ଘରକୁ ଆସିଥିଲେ ବହୁ ଆସବାବପତ୍ର ପାଣିରେ ନଷ୍ଟ ହୋଇଥିବା ଜଣାପଡିଛି ।ଏନେଇ ଅଞ୍ଚଳବାସୀ ବ୍ଳକ ପ୍ରଶାସନର ଦୃଷ୍ଟି ଆକର୍ଷଣ କରିଛନ୍ତି ।ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ତାଙ୍କ ନାମ ସାମିଲ କରି ଯୋଗାଇଦେବା ନିମନ୍ତେ ଦାବି କରିଛନ୍ତି।

ରିପୋର୍ଟ: ପ୍ରିୟ ବ୍ରତ ପଣ୍ଡା

LEAVE A REPLY

Please enter your comment!
Please enter your name here