ବିଭିନ୍ନ ସଂସଦୀୟ କମିଟି ରେ ସ୍ଥାନ ପାଇଲେ ଓଡିଶା ସାସଂଦ

0
216

ଭୁବନେଶ୍ୱର,୧୪ା୯-କେନ୍ଦ୍ରର ବିଭିନ୍ନ କିମଟିରେ ଓଡ଼ିଆ ସାଂସଦମାନେ ନିଯୁକ୍ତି ପାଇଛନ୍ତି । ମାନବ ସମ୍ବଳ ବିକାଶ କମିଟିରେ ଓଡ଼ିଆ ସାଂସଦ ଚନ୍ଦ୍ରାଣି ମୁର୍ମୁ ଓ ରାଜ୍ୟସଭା ସାଂସଦ ସସ୍ମିତ ପାତ୍ର ନିଯୁକ୍ତି ପାଇଛନ୍ତି । ସେହି ପରି ୩୧ଜଣ ସଦସ୍ୟଙ୍କୁ ମାନବ ସମ୍ବଳ କମିଟିରେ ନିଯୁକ୍ତି ଦିଆଯାଇଛି । ବିଜ୍ଞାନ ଓ ପ୍ରଯୁକ୍ତି ବିଦ୍ୟା ଏବଂ ପରିବେଶ ଓ ଜଙ୍ଗଲ କମିଟିରେ ଲୋକସଭା ସାଂସଦ ମହେଶ ସାହୁ ନିଯୁକ୍ତି ପାଇଛନ୍ତି । ସେଥିରେ ୩୧ଜଣଙ୍କୁ ନିଯୁକ୍ତି ଦେଇଛି ବିଜ୍ଞାନ ଓ ପ୍ରଯୁକ୍ତିବିଦ୍ୟା କମିଟି । ଅର୍ଥ କମିଟିରେ ୩୧ସଦସ୍ୟଙ୍କୁ ନିଯୁକ୍ତି ଦିଆଯାଇଛି । କମିଟିର ସଦ୍ୟ ହେଲେ ଲୋକସଭା ସାଂସଦ ପିନାକୀ ମିଶ୍ର ଓ ରାଜ୍ୟସଭା ସାଂସଦ ଅମର ପଟ୍ଟନାୟକ । ସେହିପରି ବାଣିଜ୍ୟ କମିଟିରେ ସଦସ୍ୟ ଭାବେ ନିଯୁକ୍ତି ପାଇଛନ୍ତି ସାଂସଦ ମଞ୍ଜୁଲତା ମଣ୍ଡଳ । ଜୁଏଲ ଓରାମଙ୍କ ଅଧ୍ୟକ୍ଷ ଥିବା ପ୍ରତିରକ୍ଷା କମିଟିରେ ନିଯୁକ୍ତି ପାଇଛନ୍ତି ଦୁଇ ଓଡ଼ିଆ ସାଂସଦ ନୀତିଶ ଗଙ୍ଗଦେବ ଓ ରାଜଶ୍ରୀ ମଲ୍ଲିକ । ବୈଦେଶିକ ବ୍ୟାପାର କମିଟିରେ ନିଯୁକ୍ତି ପାଇଛନ୍ତି ସାଂସଦ ଅଚ୍ୟୁତ ସାମନ୍ତ । ଗୃହ ବିଭାଗ କମିଟିରେ ସଦସ୍ୟ ଭାବେ ସାଂସଦ ଶର୍ମିଷ୍ଠା ସେଠୀଙ୍କୁ ନିଯୁକ୍ତି ମିଳିଛି । ପରିବହନ, ପର୍ଯ୍ୟଟନ ଓ ସଂସ୍କୃତି କମିଟିର ସଦସ୍ୟ ଭାବେ ସାଂସଦ ରମେଶ ମାଝୀ ଓ ରାଜ୍ୟସଭା ସାଂସଦ ପ୍ରସନ୍ନ ଆଚାର୍ଯ୍ୟଙ୍କୁ ନିଯୁକ୍ତି ମିଳିଛି । ସେହିଭଳି ସଂସଦୀୟ କୋଇଲା ଓ ଖଣି କମିଟିରେ ସାଂସଦ ବସନ୍ତ ପଣ୍ଡା ଓ ରାଜ୍ୟସଭା ସାଂସଦ ପ୍ରଶାନ୍ତ ନନ୍ଦଙ୍କୁ କମିଟିର ସଦସ୍ୟ ଭାବେ ନିଯୁକ୍ତି ପାଇଛନ୍ତି । ସଂସଦୀୟ ସାର ଓ ରସାୟନ କମିଟିର ସଦସ୍ୟ ଭାବେ ସାଂସଦ ବିଶେଶ୍ୱର ଟୁଡୁ ଓ ରାଜ୍ୟସଭା ସାଂସଦ ରଞ୍ଜୀବ ବିଶ୍ୱାଳଙ୍କୁ ନିଯୁକ୍ତି ମିଳିଛି । ଆଇନ ଓ ନ୍ୟାୟ, ସାଧାରଣ ଅଭିଯୋଗ କମିଟିରେ ସାଂସଦ ସୁରେଶ ପୂଜାରୀଙ୍କୁ ଦାୟିତ୍ୱ ଦିଆଯାଇଛି । ସଂସଦୀୟ ଉପଭୋକ୍ତା ବ୍ୟାପାର, ଖାଦ୍ୟ ଏବଂ ସାଧାରଣ ବଣ୍ଟନ କମିଟିର ସଦସ୍ୟ ଭାବେ ନିଯୁକ୍ତି ପାଇଛନ୍ତି ସାଂସଦ ପ୍ରମିଳା ବିଶୋୟୀ ଓ ସପ୍ତଗିରି ଉଲ୍ଲାକା । ପେଟ୍ରୋଲିୟମ ଓ ପ୍ରାକୃତିକ ଗ୍ୟାସ୍ କମିଟିରେ ସଦସ୍ୟ ଭାବେ ସାଂସଦ ଚନ୍ଦ୍ର ଶେଖର ସାହୁଙ୍କୁ ନିଯୁକ୍ତି ମିଳିଛି । ସଂସଦୀୟ ଶ୍ରମ ଓ ନିୟୋଜନ କମିଟିର ଅଧ୍ୟକ୍ଷ ଭାବେ ସାଂସଦ ଭର୍ତ୍ତୃହରି ମହତାବ ଙ୍କୁ ନୂଆ ଦାୟିତ୍ୱ ମିଳିଛି ଏବଂ ସଂସଦୀୟ ରେଲୱେ କମିଟିର ସଦସ୍ୟ ଭାବେ ସାଂସଦ ଅନୁଭବ ମହାନ୍ତି ଓ ସଙ୍ଗୀତା କୁମାରୀ ସଂହଦେଓ ଙ୍କୁ ଦାୟିତ୍ୱ ମିଳିଛି । ସହରାଞ୍ଚଳ ବିକାଶ କମିଟିରେ ସାଂସଦ ଅପରାଜିତା ଷଡଙ୍ଗୀ ନିଯୁକ୍ତି ପାଇଥିବା ବେଳେ ସଂସଦୀୟ ଜଳ ସମ୍ପଦ କମିଟିରେ ସଦସ୍ୟ ଭାବେ ନିଯୁକ୍ତି ପାଇଛନ୍ତି ରାଜ୍ୟସଭା ସାଂସଦ ନରେନ୍ଦ୍ର କୁମାର ସ୍ୱାଇଁ ।

LEAVE A REPLY

Please enter your comment!
Please enter your name here