ଦପ୍ତରୀ କାର୍ଯ୍ୟ ପାଇଁ ପୂର୍ବତଟ ରେଳପଥ ପକ୍ଷରୁ ଇ-କାର୍ଯ୍ୟାଳୟ ପ୍ରଣାଳୀ କାର୍ଯ୍ୟକାରିତା

0
442

ଡିଜିଟାଲ ପଦକ୍ଷେପର ଏକ ଅଂଶ ଭାବେ ଏବଂ ରେଳବାଇରେ ସବୁଜ ରେଳବାଇ ସହିତ କାର୍ଯ୍ୟାଳୟ ମାନଙ୍କରେ କାଗଜ ବିହୀନ କାର୍ଯ୍ୟକୁ ପ୍ରୋତ୍ସାହନ ଦେବାପାଇଁ ଓ ବର୍ତ୍ତମାନ କାର୍ଯ୍ୟପ୍ରଣାଳୀରେ ସ୍ୱଚ୍ଛତା ଓ ପାରଦର୍ଶିତା ଆଣିବାପାଇଁ ପୂର୍ବତଟ ରେଳପଥ ଇ-କାର୍ଯ୍ୟାଳୟ ପ୍ରଣାଳୀରେ କାର୍ଯ୍ୟକାରିତା ପାଇଁ ପଦକ୍ଷେପ ନେଇଅଛି ଯାହାକି ରାଷ୍ଟ୍ରୀୟ ଇ-ଗବର୍ଣ୍ଣIସର ଅଂଶବିଶେଷ ଅଟେ I

ପୂର୍ବତଟ ରେଳପଥର ମହାପ୍ରବନ୍ଧକ ଶ୍ରୀ ବିଦ୍ୟା ଭୂଷଣ ଆଜି ରେଳପଥର ମୁଖ୍ୟାଳୟ ରେଳସଦନ ଠାରେ ଅତିରିକ୍ତ ମହାପ୍ରବନ୍ଧକ ଶ୍ରୀ ସୁଧୀର କୁମାର ଓ ସମସ୍ତ ବିଭାଗୀୟ ପ୍ରମୁଖ ଅଧିକାରୀମାନଙ୍କ ଉପସ୍ଥିତିରେ ଏନଆଈସି ଇ-କାର୍ଯ୍ୟାଳୟ ପ୍ରଣାଳୀକୁ ଉଦ୍ଘାଟନ କରିଛନ୍ତି I

ଦୈନଦିନ ଦପ୍ତରୀ କାର୍ଯ୍ୟର କାର୍ଯ୍ୟପ୍ରଣାଳୀରେ ସ୍ୱଚ୍ଛତା ଓ ପାରଦର୍ଶିତା ଆଣିବା ଏବଂ କାଗଜ ବିହୀନ କାର୍ଯ୍ୟ କରିବାପାଇଁ ଏହି ଇ-କାର୍ଯ୍ୟାଳୟ ପ୍ରଣାଳୀ ଏକ ମୁଖ୍ୟ ମାଧ୍ୟମ ହୋଇପାରିବ I ଏହି ପ୍ରଣାଳୀ ମଧ୍ୟ ସବୁଜ ପଦକ୍ଷେପ ପାଇଁ ଏକ ମାର୍ଗ ହୋଇପାରିବ I

ନେସନାଲ ଇନଫରମେଟିକ୍ସ ସେଣ୍ଟର (ଏନଆଈସି) ଦ୍ୱାରା ବିକଶିତ କରାଯାଇଥିବା ଇ-କାର୍ଯ୍ୟାଳୟ ପ୍ରଣାଳୀ ଏକ କ୍ଲାଉଡ଼ ଏନାବେଲ ସଫ୍ଟଓୟାର ଯାହାକି ସିକନ୍ଦରାବାଦ ଓ ଗୁରୁଗାଓଁ ସ୍ଥିତ ରେଲଟଲ ଟାୟାର-୩ ସୀକୃତିପ୍ରାପ୍ତ ଡାଟା ସେଣ୍ଟର ଦ୍ୱାରା ପରିଚାଳିତ ହେବ I ଏହା କେନ୍ଦ୍ରୀୟ ସଚିବାଳୟ ମାନୁଆଲ ଇ-କାର୍ଯ୍ୟାଳୟ ପ୍ରଣାଳୀ ଅନ୍ତର୍ଗତ ଅଟେ I ସ୍ୱତନ୍ତ୍ର କାର୍ଯ୍ୟକାରିତା ଗୁଡିକୁ ଏକୀକୃତ ମାଧ୍ୟମରେ ପାରଦର୍ଶିତାକୁ ବୃଦ୍ଧି କରାଇବା, ସରକାରୀ କର୍ଯ୍ୟରେ ସଂସ୍କୃତି ଓ ନୈତିକତା ବଦଳାଇବା ସହିତ ଦାଇତ୍ୱବୋଧ ବୃଦ୍ଧି କରାଇବା ଏବଂ ସ୍ୱଚ୍ଛତା ଆଣିବା ପାଇଁ ଏହି ପ୍ରଣାଳୀ ସହାୟକ ହେବ I

ବର୍ତ୍ତମାନ ଚାରିଟି ଉପକରଣ ଯଥା ଫାଇଲ ମ୍ୟାନେଜମେଣ୍ଟ ପ୍ରଣାଳୀ (ଇ-ଫାଇଲ), ଜ୍ଞାନ ପରିଚାଳନା ପ୍ରଣାଳୀ (କେଏମଏସ), ସହଯୋଗ ଏବଂ ପରିଚାଳନା ପ୍ରଣାଳୀ (ସିଏଏମଏସ) ଏବଂ ବ୍ୟକ୍ତିଗତ ସୂଚନା ପରିଚାଳନା ପ୍ରଣାଳୀ (ପିଆଈଏମଏସ) ଇ-କାର୍ଯ୍ୟାଳୟ ପ୍ରଣାଳୀର ଅଂଶ ବିଶେଷ ହେବ I ମାନୁଆଲ ଫାଇଲ ପ୍ରଣାଳୀ ବନ୍ଦହେବା ପରେ ଓ ସମ୍ପୂର୍ଣ ଭାବେ ଏହି କାର୍ଯ୍ୟାଳୟ ପ୍ରଣାଳୀର ବ୍ୟବହାର ପରେ ଇ-କାର୍ଯ୍ୟାଳୟର ଉପକାରିତା ଦୃଷ୍ଟିଗୋଚର ହେବ I ବିଶ୍ୱସନୀୟତା, ଦକ୍ଷତା ଏବଂ ଉତ୍ପାଦନୀୟତା ବୃଦ୍ଧି କରିବାରେ ଏହି ପ୍ରଣାଳୀ ରେଳବାଇ କର୍ମଚାରୀଙ୍କୁ ବିଶେଷ ସହାୟକ ହେବ I ଏହି ପ୍ରଣାଳୀ ଦ୍ୱାରା ଡାଟା ସୁରକ୍ଷା ଏବଂ ସଂହତିକୁ ବୃଦ୍ଧିକରାଇବା ଓ ନୂତନତ୍ୱକୁ ପ୍ରୋତ୍ସାହନ ଦେବା ସହ ଅନୁତ୍ପାଦକ ପ୍ରଣାଳୀ ଦ୍ୱାରା ବ୍ୟୟ ହେଉଥିବା କର୍ମଚାରୀ ମାନଙ୍କ ସମୟ ଓ ପରିଶ୍ରମରୁ ମୁକ୍ତି ମିଳିପାରିବ I

LEAVE A REPLY

Please enter your comment!
Please enter your name here