ବିଜେପିର ସେବା ସପ୍ତାହ ଉଦଯାପିତ

0
568

ହିଞ୍ଜିଳିକାଟୁ ୨୦/୯ ପ୍ରିୟବ୍ରତ ପଣ୍ଡା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଜନ୍ମଦିବସ ଅବସରରେ ବିଜେପି ପକ୍ଷରୁ ଦେଶବ୍ୟାପୀ ଚାଲିଥିବା “ସେବା ସପ୍ତାହ” ଶୁକ୍ରବାର ଉଦଯାପିତ ହୋଇଯାଇଛି। ଏହି କ୍ରମରେ ହିଞ୍ଜିଳି ଠାରେ ଶୁକ୍ରବାର ଦିନ ବିଜେପି ତରଫରୁ ସେବା ସପ୍ତାହ ଉଦଯାପିତ ହୋଇଯାଇଛି। ସ୍ଥାନୀୟ ଉପଖଣ୍ଡ ସ୍ୱାସ୍ଥ୍ୟ କେନ୍ଦ୍ର ଠାରେ ରୋଗୀ ମାନଙ୍କୁ ଫଳ ବଣ୍ଟନ କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ତଥା ସଦସ୍ୟତା ଅଭିଯାନ ପ୍ରଭାରୀ ନିକୁଞ୍ଜ କିଶୋର ପଟ୍ଟନାୟକ, ହିଞ୍ଜିଳି ନିର୍ବାଚନ ମଣ୍ଡଳୀ ସଂଯୋଜକ ଶିଶିର ମିଶ୍ର, ବରିଷ୍ଠ ନେତା ଦେବାନନ୍ଦ ମହାପାତ୍ର, ନଗର ସଭାପତି ମାଧବ ଗୌଡ଼, ଉପସଭାପତି ତଥା ସଦସ୍ୟତା ଅଭିଯାନ ସଂଯୋଜକ ଆକାଶ ପଟ୍ଟନାୟକ, ପୂର୍ବତନ ସରପଞ୍ଚ ନୟନ ମଳିକ, ରାମକୃଷ୍ଣ ମହାନ୍ତି, ରଶ୍ମିତା ବେହେରା, ପୂର୍ବତନ ନଗର ସଭାପତି ଉମେଶ ଚନ୍ଦ୍ର ସାହୁ, ଆଲୋକ କୁମାର ନାୟକ ପ୍ରମୂଖଙ୍କ ସମେତ ବହୁ କାର୍ଯ୍ୟକର୍ତ୍ତା ଉପସ୍ଥିତ ଥିଲେ।

LEAVE A REPLY

Please enter your comment!
Please enter your name here