ରଙ୍ଗେଈଲୁଣ୍ଡା ଫଟୋଗ୍ରାଫର ଆସୋସିଏସନ ପକ୍ଷ ରୁ ପ୍ରଶିକ୍ଷଣ ଶିବିର

0
184

ରଙ୍ଗେଇଲୁଣ୍ଡା,୨୧/୯- ରଙ୍ଗେଈଲୁଣ୍ଡା ବ୍ଲକ ଅନ୍ତର୍ଗତ ଗୋଳନ୍ଥରା ଇଶାଣେଶ୍ୱର ମନ୍ଦିର ପରିସରରେ ରଙ୍ଗେଈଲୁଣ୍ଡା ଫୋଟଗ୍ରାଫର ଆସୋସିଏସନ ତରଫରୁ ଏକ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ ହୋଇଯାଇଛି l ଏହି ଶିବିର ରେ ଅଂଚଳର ୫୦ରୁ ଉର୍ଦ୍ଧ ଫୋଟଗ୍ରାଫର ଭାଇ ମାନେ ଯୋଗଦାନ କରି ଫୋଟ ପାଠ୍ୟକ୍ରମ ସମ୍ବଧୀୟ ଆଲୋଚନା କରାଯାଇଥିଲା l ଏହି କାର୍ଯ୍ୟକ୍ରମ ରେ ଫୋଟ ପ୍ରଶିକ୍ଷକ କୃଷ୍ଣ ଦାଶ, ପାଓ ସମ୍ପାଦକ ଗୌରୀଶଙ୍କର ମହାଙ୍କୁଡ, ସରୋଜ ସାହୁ, ମୁନା ରଣା, ସୁଶାନ୍ତ ପ୍ରଧାନ, ମୋଡେଲ ନନ୍ଦିନୀ, ରଙ୍ଗେଈଲୁଣ୍ଡା ଆସୋସିଏସନ ସଭାପତି ଦିଲୀପ ସାହୁ, ସମ୍ପାଦକ ମହେଶ ସାହୁ, ଉପସଭାପତି ମଙ୍ଗୁଲୁ ରାଉଳ, ସହସମ୍ପାଦକ ଆନନ୍ଦ ନାୟକ, ଏନ.ଚିନା ରାଓ ଯୋଗ ଦେଇ ଆଗକୁ କିପରି ସଂଘ ବଢିବ ଆଲୋଚନା କରାଯାଇଥିଲା l ଇଣ୍ଡୋର ଫୋଟୋଗ୍ରାଫି, ଆଉଟଡୋର ଫୋଟୋଗ୍ରାଫି ମୋଡେଲ ଦ୍ୱାରା କରାଯାଇଥିଲା l ଏହି କାର୍ଯ୍ୟକ୍ରମ କୁ ଅଂଚଳର ବହୁ ସଦସ୍ୟ ସହଯୋଗ କରିଥିଲେ l

LEAVE A REPLY

Please enter your comment!
Please enter your name here