ସାପ କାମୁଡ଼ା ରେ ମାଆ , ପୁଅ ମୃତ୍ୟୁ

0
214

କୋଦଳା, ୨୩/୯- ଗଞ୍ଜାମ ଜିଲ୍ଲା କୋଦଳା ଥାନା ଅନ୍ତର୍ଗତ ବି. ନୁଆଁପଲ୍ଲି ଗ୍ରାମ ରେ ଏକ ଅଭାବନୀୟ ଘଟଣା ଘଟିଛି। ବିଷାକ୍ତ ସାପ କାମୁଡା ରେ ମାଆ ଓ ପୁଅ ର ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି। ମୃତକ ହେଲେ,ମାଆ ମାନସ ପରିଡ଼ା ଓ ପୁଅ ଆଶିଷ ପରିଡ଼ା। ରାତ୍ରି ପ୍ରାୟ ୨ ଟା ବେଳେ ଶୋଇଥିବା ସମୟ ରେ ସାପ କାମୁଡି ଥିବା ଜଣାପଡିଛି। ପ୍ରଥମେ କୋଦଳା ଗୋଷ୍ଠୀ ସ୍ବାସ୍ଥ୍ଯ କେନ୍ଦ୍ର ଓ ପରେ ଏମକେସିଜି ମେଡିକାଲ କୁ ସ୍ଥାନାନ୍ତର କରାଯାଇଥିଲା। ରାସ୍ତା ରେ ପୁଅ ଆଶିଷ ର ମୃତ୍ୟୁ ହୋଇଥିବା ବେଳେ ଏମକେସିଜି ମେଡିକାଲ ରେ ଚିକିତ୍ସାଧୀନ ଅବସ୍ଥା ରେ ମାଆ ମାନସ ପରିଡ଼ା ଙ୍କ ମୃତ୍ୟୁ ହୋଇଯାଇଛି। ଏହି ଦୁଃଖଦ ଘଟଣା ରେ ଗ୍ରାମରେ ଶୋକ ର ଛାୟା ଖୋଲିଯାଇଛ

LEAVE A REPLY

Please enter your comment!
Please enter your name here