ବିଜେଡିର ପରିବର୍ତ୍ତିତ ଜିଲ୍ଲା କାର୍ଯ୍ୟକାରୀଣୀ ବୈଠକ

0
169

 

ପାରଳାଖେମୁଣ୍ଡି ୨୪/୯– ଗଜପତି ଜିଲ୍ଲା ବିଜେଡ଼ି ତରଫରୁ ଆଜି ୧୦ ଘଣ୍ଟା ସମୟରେ ବିଜୁ କଲ୍ୟାଣ ମଣ୍ଡପ ପରିସରରେ ପରିବର୍ତ୍ତିତ ଜିଲ୍ଲା କାର୍ଯ୍ୟକାରୀଣୀ ବୈଠକ ଅନୁଷ୍ଠିତ ହୋଇଯାଇଛି। ଏହି ବୈଠକର ସଭାପତି କରିଥିଲେ ଜିଲ୍ଲା ସଭାପତି ପ୍ରଦୀପ ନାୟକ ସ୍ବାଗତ ଭାଷଣ ନଗର ସଭାପତି ବାବୁଲି ରାଜଗୁରୁ ଦେବା ସହ ଅତିଥି ପରିଚୟ ଦେଇଥିଲେ। ଗଜପତି ଜିଲ୍ଲା ବିଜୁ ଜନତା ଦଳ ପର୍ଯ୍ୟବେକ୍ଷକ ତଥା ସୋରଡା ବିଧାୟକ ପୂଣ୍ଣ ଚନ୍ଦ୍ର ସ୍ୱାଇଁ, ବ୍ରହ୍ମପୁର ସାଂସଦ ଚନ୍ଦ୍ର ଶେଖର ସାହୁ ,ପାରଳା ରାଜକୁମାରୀ କଲ୍ୟାଣୀ ଦେବୀ,ଜିଲ୍ଲା ଉପସଭାପତି ଦଣ୍ଡାସି ସାହୁ, ମାରୁତି ପାଳ, ପୂବତନ ଜିଲ୍ଲା ସଭାପତି ବସନ୍ତ ଦାସ , ଅନ୍ତର ଯ୍ୟାମି ଗମାଙ୍ଗ ସହ ସମସ୍ତ ବ୍ଲକ ସଭାପତି ,ସମିତି ସଭ୍ୟ, ସମସ୍ତ ସରପଞ୍ଚ, ନିର୍ବାଚିତ ସମସ୍ତ ପ୍ରତିନିଧି ମାନେ ଉପସ୍ଥିତ ରହିଥିଲେ। ଏହି ବୈଠକରେ କଂଗ୍ରେସ ଓ ବିଜେପିର ବହୁ କର୍ମକତା ଆଜି ବିଜୁ ଜନତା ଦଳରେ ସାମିଲ ହୋଇଥିଲେ। ଗୁମ୍ମା ବ୍ଲକର ୩ନଂର ଜୋନର ଜିଲ୍ଲା ପରିଷଦ ପ୍ରେମିକା ରଇତ ,କଂଗ୍ରେସର ରାଜ୍ୟ ମହିଳା ମଣ୍ଡଳୀର ସେକ୍ରେଟାରୀ ପ୍ରେମିକା ମଣ୍ଡଳ, ପାରଳାଖେମୁଣ୍ଡି ଯୁବ ଆଇନଜୀବି ପ୍ରବିଣ କୁମାର ପଟ୍ଟନାୟକ, ଲୋକସଭା ସେକ୍ରେଟାରୀ ସଂଗ୍ରାମ ସାହୁ , ସୁଧୀର ରଜର ମହାପାତ୍ର, ମୋହନା ନିର୍ବାଚନ ମଣ୍ଡଳୀ ଓ ପାରଳାଖେମୁଣ୍ଡି ନିର୍ବାଚନ ମଣ୍ଡଳୀ କଂଗ୍ରେସ ଓ ବିଜେପିର ଶତାଧିକ କର୍ମୀ ମାନେ ବିଜେଡିରେ ଯୋଗ ଦାନ କରିଥିଲେ। ଚଳିତ ନିର୍ବାଚନରେ ଗଜପତି ଜିଲ୍ଲାରେ ବିଜେଡି ଦଳ ସପୁହ୍ନ ପରାସ୍ତ ହୋଇଥିଲା। ମୋହନା ନିର୍ବାଚନ ମଣ୍ଡଳୀରେ କଂଗ୍ରେସ ଓ ପାରଳାଖେମୁଣ୍ଡି ରେ ବିଜେପି ଯିତିଥିବା ବେଳେ କଂଗ୍ରେସ ଦଳ ତ୍ୟାଗ କରି ବିଜେଡିରେ ସାମିଲ ହୋଇଥିବା ବ୍ରହ୍ମପୁର ସାଂସଦ ଚନ୍ଦ୍ର ଶେଖର ସାହୁ ମଙ୍ଗ ଧରିଥିଲେ । ନିର୍ବାଚିତ ସରି ୪ ମାସ ହେବା ପରେ ମଧ୍ୟ ବିଜେଡି ଦଳ ମଙ୍ଗ ଧରିବାକୁ କେହି ନାହାନ୍ତି। ବିଶେଷ ସୂତ୍ରରୁ ପ୍ରକାଶ ଯେ ପୂର୍ବତନ ବିଧାୟକ କେ ସୁରିୟା ରାଓ ଆସନ୍ତା ମାସ ପ୍ରଥମ ସପ୍ତାହରେ ଦଳରେ ଯୋଗ ଦେବେ ବୋଲି ଚର୍ଚ୍ଚା ହୋଇଛି। ପର୍ଯ୍ୟ ବେକ୍ଷକ ଶ୍ରୀ ସ୍ବାଇଁ କହିଛନ୍ତି ଯେ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ନେତୃତ୍ୱକୁ ବିଶ୍ୱାସ କରି ବିଭିନ୍ନ ଦଳର ପ୍ରତିନିଧି ମାନେ ବିଜେଡିରେ ଯୋଗ ଦାନ କରିଛନ୍ତି । ଆଗାମୀ ପୈାରପରିଷଦ ନିର୍ବାଚନରେ ଓ ଏନ ଏସି ରେ ବିଜେଡି ଦଳ ସୁନିଶ୍ଚିତ ଭାବେ ବିଜୟ କରିବ ବୋଲି କହିଥିଲେ।
ରିପୋର୍ଟ: ପ୍ରଭାତ ପାତ୍ର

LEAVE A REPLY

Please enter your comment!
Please enter your name here