ଦିଗପହଣ୍ଡି ବ୍ଳକ ଗସ୍ତରେ ଉପଜିଲ୍ଲାପାଳ ସିନ୍ଧେ ଦତ୍ତାତ୍ରୟ ଭାଉସାହେବ

0
201

 

ଦିଗପହଣ୍ଡି :୨୫/୯ (ନିପ୍ର) ଗଞ୍ଜାମ ଜିଲ୍ଲା ବ୍ରହ୍ମପୁର ଉପଜିଲ୍ଲାପାଳ ସିନ୍ଧେ ଦତ୍ତାତ୍ରୟ ଦିଗପହଣ୍ଡି ବ୍ଳକ କାର୍ଯ୍ୟାଳୟ ଗସ୍ତରେ ମଧ୍ୟାହ୍ନ ସମୟରେ ଆସି ଓଡିଶା ନିର୍ବାଚନ କମିଶନଙ୍କ ନିର୍ଦ୍ଦେଶକ୍ରମେ ଦିଗପହଣ୍ଡି ବ୍ଳକ କାର୍ଯ୍ୟାଳୟରେ ଚାଲିଥିବା ଭୋଟର ଯାଞ୍ଚ ପ୍ରକ୍ରିୟା କାର୍ଯ୍ଯକ୍ରମରେ ଯୋଗଦେଇ ବିଏଲଓ ଏବଂ ସୁପରଭାଇଜର ମାନଙ୍କୁ ଭୋଟର ତାଲିକାର ଯାଞ୍ଚ ଏବଂ ବିଶୁଦ୍ଧିକରଣ ସକାଶେ ନିର୍ବାଚନ କମିଶନଙ୍କ ଓଡିଶା ପଦକ୍ଷେପ ଗୁଡିକୁ ବୁଝାଇବା ସହ କାର୍ଯ୍ୟଗୁଡ଼ିକ ଶୀଘ୍ର କରିବା ପାଇଁ ପରାମର୍ଶ ଦେଇଥିଲେ। ଏଥିସହ ଆସନ୍ତା ୧/୧/୨୦୨୦ ସୁଦ୍ଧା ୧୮ ବର୍ଷ କିମ୍ବା ତଦୁର୍ଦ୍ଧ ବ୍ୟକ୍ତିଙ୍କ ଭୋଟର ତାଲିକାରେ ସଂଯୋଗୀକରଣ, ଗୋଟିଏ ପରିବାରର ସମସ୍ତ ସଦସ୍ୟଙ୍କ ଗୋଟିଏ ଭୋଟ କେନ୍ଦ୍ରରେ ତାଲିକାରେ ଉଲ୍ଲେଖ କରିବା ପାଇଁ ଉପସ୍ଥିତ ବୁଥସ୍ତରୀୟ ଅଧିକାରୀ ମାନଙ୍କୁ ପରାମର୍ଶ ଦେଇଥିବା ଜଣାପଡିଛି। ଉପଜିଲ୍ଲାପାଳଙ୍କ ଏହି ଗସ୍ତ ସମୟରେ ଦିଗପହଣ୍ଡି ବିଡ଼ିଓ ହଳଧର ଶବର, ଜିପିଇଓ ରମାକାନ୍ତ ଚୌଧୁରୀ, ସହ ୧୬୬ ବୁଥର ବିଏଲଓ, ୧୫ ଜଣ ସୁପରଭାଇଜର, ୧୬ ଜଣ ସିଆରସିସି ଉପସ୍ଥିତ ଥିଲେ।

ରିପୋର୍ଟ ରବିକୁମାରଶର୍ମା

LEAVE A REPLY

Please enter your comment!
Please enter your name here