ବିପଦ କୁ ସାମନା କରି ରାସ୍ତା ପାରି କରଛନ୍ତି ମାର୍କଣ୍ଡି ଗ୍ରାମ ବାସୀ

0
202

ବ୍ରହ୍ମପୁର-୨୮/୯ -ଗଂଜାମ ଜିଲ୍ଲା ରଙ୍ଗେଇଲୁଣ୍ଡା ବ୍ଲକ ଅନ୍ତର୍ଗତ ମାର୍କଣ୍ଡି ଗ୍ରାମ ବାସୀ ବହୁ ବିପଦ ରେ ରାସ୍ତା ବାସି ପାରି କରିବା ଦେଖିବାକୁ ମିଳିଛି । ସମୁଦ୍ର ଓ ନଦୀ ମଧ୍ୟ ଭାଗ ରେ ରହିଛି ମାର୍କଣ୍ଡି ଗ୍ରାମ । ବହୁ ବର୍ଷ ହେବ ଦାବି କରିଆସୁଥିଲେ ହିଁ ଗତ ୫ ବର୍ଷ ତଳେ ଆରମ୍ଭ ହୋଇଥିଲା ପୋଲ କାମ କିନ୍ତୁ ଆଜି ପଯ୍ୟନ୍ତ କାମ ୫୦ପ୍ରତିଶତ ସାରିନାହିଁ । ପ୍ରଶାସନ ଏହା ଉପରେ ନଜର ହିଁ ଦେଉନାହାନ୍ତି । ପ୍ରାୟ ୨୦ ବର୍ଷ ପୂର୍ବେ ମାର୍କଣ୍ଡି ବାସି ଡଙ୍ଗା ରେ ଯିବା ଆସିବା କରୁଥିଲେ । ସେହି ସମୟ ରେ ତତକାଳୀନ ବିଧାୟକ ତାଙ୍କ ବିଧାୟକ ପାଣ୍ଠି ରୁ ଏହି ଗ୍ରାମ ରେ ଛୋଟିଆ ପୋଲ ଟି ତିଆରି କରିଥିଲେ କିନ୍ତୁ ଏହି ପୋଲ ଉପର ଦେଇ ପାଣି ଯିବାରୁ ପୁଣି ଲୋକେ ସେଇ ଡ଼ଙ୍ଗା ରେ ହି ଯିବା ଆସିବା କରିଥିଲେ ଓ ବର୍ତ୍ତମାନ ଏହି ପୋଲ ଟି ସମ୍ପୂର୍ଣ୍ଣ ଭାବେ ଭାଙ୍ଗି ଯାଇଥିବା ନଜର କୁ ଆସିଛି। ପରବର୍ତ୍ତୀ ସମୟ ରେ ପୋଲ କାମ ଆରମ୍ଭ ହୋଇ ୫ବର୍ଷ ବିତିଯାଇଥିଲେ ହେଁ ୫୦ପ୍ରତିଶତ କାମ ସାରିନାହିଁ । ବହୁଦିନ ହେବ କାମ ବନ୍ଦ ହୋଇଥିବା ବେଳେ କେବେ ପୁଣି କାମ ଆରମ୍ଭ କରିବେ ତାହା ଜଣା ପଡୁନାହିଁ ବୋଲି ଗ୍ରାମ ବାସୀ ଶରତ ଚନ୍ଦ୍ର ବେହେରା ,ପି ନାରୀସୁମୁଲୁ ରେଡ୍ଡୀ ,ଏମ ରଘୁନାଥ ବି ରୁଦ୍ରାୟ , ବି ତାତେୟ କ୍ଷେତ୍ର ବେହେରା ,ଏସ ତଫାନି ରେଡ୍ଡୀ ଜଣାଇଛନ୍ତି । ତୁରନ୍ତ ଏହି ପୋଲ କାମ ଆରମ୍ଭ ନ ହେଲେ ଜିଲ୍ଲାପାଳ ଙ୍କ କାର୍ଯ୍ୟାଳୟ ରେ ଧାରଣା ରେ ବସିବୁ ବୋଲି ଗ୍ରାମ ମୁଖିଆ ଶରତ ଚନ୍ଦ୍ର ବେହେରା ଜଣାଇଛନ୍ତି ।

LEAVE A REPLY

Please enter your comment!
Please enter your name here