ଆଇ. ଏ. ଏସ୍ ସ୍ତର ରେ ଛୋଟ ଧରଣର ଅଦଳବଦଳ। ବଡ ବଡିଆ ମାନେ ବଦଳ ନୀତି ରୁ ଉର୍ଦ୍ଧ୍ବରେ।

0
485

ଭୂବନେଶ୍ୱର,୦୩/୧୦-ରାଜ୍ୟ ସରକାରଙ୍କ ପକ୍ଷରୁ ଗୁରୁବାର ବରିଷ୍ଠ ଆଇ.ଏ.ଏସ୍ ସ୍ତର ରେ ଛୋଟ ଧରଣର ଅଦଳ ବଦଳ କରାଯାଇଛି । ସୁରେନ୍ଦ୍ର କୁମାରଙ୍କୁ ଜଳ ସମ୍ପଦ ବିଭାଗ ପ୍ରମୁଖ ସଚିବ ଭାବେ ଦାୟିତ୍ବ ମିଳିଛି । ସେହିପରି ସୁଶିଲ କୁମାର ଲୋହାନି ଙ୍କୁ ମୁଖ୍ୟ ନିର୍ବାଚନ ଅଧିକାରୀ ଭାବେ ନିଯୁକ୍ତି ମିଳିଛି । ସୋମେସ ଉପାଧ୍ୟାୟ ଙ୍କୁ ଓମଫେଡ଼ ସିଜିଏମ , ପି. ଅନ୍ବେଶ କୁମାର ରେଡ୍ଡୀ ଙ୍କୁ ଓଏମସି ଇଡ଼ି , ପାଟିସ ଆଶିଷ ଈଶ୍ବରଙ୍କୁ ଗ୍ରୀଡ଼କୋ ନିର୍ବାହୀ ନିର୍ଦ୍ଦେଶକ , ଦିବାକର ଟି.ଏସଙ୍କୁ ଓକାକ ଓଏସଡି ଓ ହେମକାନ୍ତଙ୍କୁ ଓଡ଼ିଶା ପର୍ଯ୍ୟଟନ ନିଗମ ଏମଡି ଭାବେ ନିଯୁକ୍ତି ମିଳିଛି। ଅନ୍ୟ ପକ୍ଷ ରେ ରାଜ୍ଯ ସରକାର ସମୟାନୁକ୍ରମେ ବଦଳି ତାଲିକା କରୁଥିଲେ ମଧ୍ଯ ଦୀର୍ଘ ଦିନ ଧରି ଗୋଟିଏ ପଦବୀ ରେ ଅବସ୍ଥାପିତ ବରିଷ୍ଠ ଆଇ. ଏ. ଏସ୍ ଅଧିକାରୀ ଭି. କାର୍ତ୍ତିକ ପାଣ୍ଡିଆନ ,ଜି. ମାଥି ଭାତିନାନ୍, ଡି. କେ. ସିଂ ଙ୍କ ଭଳି ବରିଷ୍ଠ ଙ୍କ ବଦଳି ତାଲିକା ରେ ନାମ ନଥିବା ରାଜ୍ୟ ସରକାରଙ୍କ 5-T ର ସ୍ବଚ୍ଛତା ଉପରେ ଆଙ୍ଗୁଳି ନିର୍ଦ୍ଦେଶ କରୁଛି। ବୋଧହୁଏ ସରକାର ଙ୍କ ବଦଳି ନୀତି ଆଇନ ରୁ ଉର୍ଦ୍ଧ୍ବରେ ଏହି ବଡ ବଡିଆ ମାନେ ରହିଛନ୍ତି।

LEAVE A REPLY

Please enter your comment!
Please enter your name here