ପୌର ପରିଷଦର ନୂତନ ନିର୍ବାହୀ ଅଧିକାରୀଙ୍କ ଦାୟିତ୍ୱ ଗ୍ରହଣ

0
208

ହିଞ୍ଜିଳିକାଟୁ ୩/୧୦ :- ଗଞ୍ଜାମ ଜିଲ୍ଲାର ଦୁତୀୟ ବୃହତ୍ତମ ସହର ହିଞିଳିକାଟୁ ପୌର ପରିଷଦର ନୂତନ ପୌର ନିର୍ବାହୀ ଅଧିକାରୀ ଭାବେ ମନୋରଞ୍ଜନ ସାହୁ ଗୁରୁବାର ଦାୟିତ୍ୱ ଗ୍ରହଣ କରିଛନ୍ତି । ଏଥି ପୂର୍ବରୁ ସେ ନୟାଗଡ଼ ତହସିଲଦାର ଭାବେ କାର୍ଯ୍ୟ ତୁଲାଇ ଆସୁଥିଲେ । ଶ୍ରୀ ସାହୁ କାର୍ଯ୍ୟଭାର ଗ୍ରହଣ କରିବା ପରେ ପୌର ପରିଷଦର ସମସ୍ତ କର୍ମଚାରୀ ବୃନ୍ଦ ପୁଷ୍ପଗୁଛ ଦେଇ ସ୍ୱାଗତ ସମ୍ବର୍ଦ୍ଧନା ଜଣାଇଥିଲେ । ହି ଞିଳିକାଟୁ ପୌର ପରିଷଦର ନିର୍ବାହୀ ଅଧିକାରୀ ରୂପେ ଥିବା ଅଶୋକ କୁମାର ପଣ୍ଡା ହିଂଜିଳିକାଟୁ ସମେତ ଆସିକା ବିଜ୍ଞାପିତ ଅଂଚଳ ପରିଷଦର ନିର୍ବାହୀ ଅଧିକାରୀ ଭାବେ ଅତିରିକ୍ତ ଦାୟିତ୍ୱ ତୁଲାଇ ଆସିଥିଲେ । ନୂତନ ପୋୖର ନିର୍ବାହୀ ଅଧିକାରୀ ଶ୍ରୀ ସାହୁଙ୍କୁ କାର୍ଯ୍ୟଭାର ଦାଇତ୍ୱ ଦେଇ ଶ୍ରୀ ପଣ୍ଡା ଆସିକା ଅଞ୍ଚଳର କାର୍ଯ୍ୟନିର୍ବାହୀ ଅଧିକାରୀ ଭାବେ ବଦଳି ହୋଇଛନ୍ତି ।ଶ୍ରୀ ସାହୁ ଦାଇତ୍ୱ ଗ୍ରହଣ କରିବା ପରେ ପୌରାଂଚଳର ଉନ୍ନତି ସକାଶେ ବିଭିନ୍ନ ଉନ୍ନୟନ କାର୍ଜ୍ୟଗୁଡିକୁ ନିଜ ଦାଇତ୍ୱ ସହ ସଠିକ କାର୍ୟ୍ଯକାରୀ କରିବା ପାଇଁ କହିଥିଲେ । ଏଥି ସକାଶେ ପୌରାଞ୍ଚଳ ବାସୀଙ୍କ ସାହର୍ଯ୍ୟ ଏକାନ୍ତ ଆବଶ୍ୟକ ବୋଲି କହିଥିଲେ ।

ରିପୋର୍ଟ:ପ୍ରିୟ ବ୍ରତ ପଣ୍ଡା

LEAVE A REPLY

Please enter your comment!
Please enter your name here