ଦୂର୍ନୀତି ଗ୍ରସ୍ତ ଡିଏଫଓ ଙ୍କୁ ରାଜ୍ଯ ସରକାର ଦେଲେ ବାଧ୍ଯତା ମୂଳକ ଅବସର

0
245

ଭୁବନେଶ୍ୱର,୧୦/୧୦–ଆଜି ରାଜ୍ୟ ସରକାର ପୁଣି ଜଣେ ଦୁର୍ନୀତିଗ୍ରସ୍ତ ଅଫିସର ଙ୍କୁ ବାଧ୍ୟତାମୂଳକ ଅବସର ଦେଇଛନ୍ତି। ସେ ହେଲେ ଓଏଫ୍‌ଏସ୍‌ ଅଫିସର ତଥା ପୂର୍ବତନ ଡିଏଫ୍‌ଓ ସୁଧାଂଶୁ ଶେଖର ମିଶ୍ର। ୨୦୧୬ରେ ଆଠଗଡ଼ ଡିଏଫ୍‌ଓ ଥିବା ବେଳେ ସୁଧାଂଶୁ ଭିଜିଲାନ୍ସ ଜାଲରେ ପଡ଼ିଥିଲେ। ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ତାଙ୍କ ବାସଭବନରେ ଭିଜିଲାନ୍ସ ଚଢାଉ କରିଥିଲା। ଏହି ସମୟରେ ତାଙ୍କ ଘରୁ ୧ କୋଟିରୁ ଅଧିକ ନଗଦ ଟଙ୍କା ଏବଂ ବ୍ୟାଙ୍କରେ ୩. ୪୬ କୋଟି ସହ ମୋଟ ୫.୫ କୋଟି ଟଙ୍କାର ସମ୍ପତ୍ତି ଠାବ ହୋଇଥିଲା। ଏହାପରେ ତାଙ୍କୁ ଗିରଫ କରାଯିବା ସହ ଫେବୃଆରୀ ୨୦୧୬ ଠାରୁ ଚାକିରି ରୁ ନିଲମ୍ବିତ କରାଯାଇଥିଲା।

LEAVE A REPLY

Please enter your comment!
Please enter your name here