ପ୍ରାଧୀକରଣ ଦ୍ବାରା ବିଶ୍ବ ମାନସିକ ସ୍ବାସ୍ଥ୍ଯ ଦିବସ ପାଳନ

0
202

ବ୍ରହ୍ମପୁର, ୧୦/୧୦–ଜିଲ୍ଲା ଆଇନ୍ ସେବା ପ୍ରାଧୀକରଣ, ଗଞ୍ଜାମ ଦ୍ବାରା ବ୍ରହ୍ମପୁର ଏମକେସିଜି ମେଡିକାଲ କଲେଜ ମାନସିକ ରୋଗ ବିଭାଗ ଠାରେ ବିଶ୍ବ ମାନସିକ ଦିବସ ହୋଇଯାଇଛି। ଏହି ଅବସର ରେ ୨ୟ ଏମଏସିଟି ଜର୍ଜ୍ ଶ୍ରୀ ନିଶିଥ ନିଶାଙ୍କ, ପ୍ରାଧୀକରଣ ସଚିବ ଶ୍ରୀ ବିଜୟ କୁମାର ଦାସ, ମାନସିକ ରୋଗ ବିଭାଗ ମୂଖ୍ଯ ପ୍ରଫେସର ଅଜୟ ମିଶ୍ର, ଏସୋସିଏଟ ପ୍ରଫେସର ଡାକ୍ତର ଚନ୍ଦ୍ର ଶେଖର ତ୍ରିପାଠୀ, ସିନିୟର ଡାକ୍ତର ଶର୍ମିଷ୍ଠା ପ୍ରିୟଦର୍ଶିନୀ, ଡାକ୍ତର ସ୍ବାତୀ ମିଶ୍ର, ବିଭୂକଲ୍ୟାଣ ସାହୁ, ଆଇନଜୀବୀ ଟି. କେ. ରେଡ୍ଡି ପ୍ରମୂଖ ଉପସ୍ଥିତ ଥିଲେ। ଏହି ଦିବସ ପାଳନ ଅବସରରେ ବିଭାଗୀୟ ଚିକିତ୍ସକ ଓ ଅନ୍ଯାନ୍ଯ ବିଭାଗୀୟ କର୍ମକର୍ତ୍ତା ମାନଙ୍କୁ ରୋଗୀମାନଙ୍କ ସ୍ବାସ୍ଥ୍ଯଗତ ସମସ୍ୟା ର ଦୂରୀଭୂତ କରିବାରେ ସରକାର ଙ୍କ ଯୋଜନା ଏବଂ ଆଇନସେବା ପ୍ରାଧୀକରଣ ଭୂମିକା ବିଷୟ ରେ ଅବଗତ କରାଇବା ସହ ରୋଗୀମାନଙ୍କୁ ନୂତନ କମ୍ବଳ, ଗାମୁଛା, ବିସ୍କୁଟ ଓ ଫଳ ଇତ୍ୟାଦି ବଣ୍ଟନ କରାଯାଇଥିଲା।

LEAVE A REPLY

Please enter your comment!
Please enter your name here