ବିଜୁ ଜନତା ଦଳ ପକ୍ଷରୁ “ଜୀବନ ବିନ୍ଦୁ” ସ୍ୱେଚ୍ଛାକୃତ ରକ୍ତଦାନ ଶିବିର

0
196

 

ବ୍ରହ୍ମପୁର,୧୫/୧୦ : ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ୭୩ତମ ଜନ୍ମଉତ୍ସବ ପାଳନ ଅବସରରେ ଆଜି ଗୋପାଳପୁର ବିଜୁ ଜନତା ଦଳ ପକ୍ଷରୁ “ଜୀବନ ବିନ୍ଦୁ” ସ୍ୱେଚ୍ଛାକୃତ ରକ୍ତଦାନ ଶିବିର ସ୍ଥାନୀୟ କନିଷି ସ୍ଥିତ ସିଦ୍ଧ ଭୈରବୀ ବିଜ୍ଞାନ ମହାବିଦ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଯାଇଛି । ଏହି ଶିବିରକୁ ଗୋପାଳପୁର ବିଧାୟକ ତଥା ବିଜେଡି ଜିଲ୍ଲା ସଭାପତି ପ୍ରଦୀପ କୁମାର ପାଣିଗ୍ରାହୀ ଯୋଗ ଦେଇ ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ବିଜେଡି ଜିଲ୍ଲା ସଂପାଦକ ପ୍ରତାପ ମିଶ୍ର,କଲେଜର ଅଧ୍ୟକ୍ଷ ଡ ଶିବ ପ୍ରସାଦ ନାୟକ, ମନିଷା ଦାସ ପ୍ରମୁଖ ଯୋଗ ଦେଇ ରକ୍ତଦାତା ମାନଙ୍କୁ ଉତ୍ସାହିତ କରିଥିଲେ । ଏହି ରକ୍ତଦାନ ଶିବିରରେ କେଲୁଆପୋଲ୍ଲୀ ସରପଞ୍ଚ ତଥା ବ୍ଳକ ବିଜେଡି ମହିଳା ନେତ୍ରୀ ବିଷ୍ଣୁ ପ୍ରିୟା ନାୟକ,ଗୋଳନ୍ଥରା ପଞ୍ଚାୟତର ବିଜେଡି ଉପସଭାପତି ମିଟୁ ଜେନା, ଅରୁଣ କୁମାରଙ୍କ ସମେତ ବହୁ କାର୍ଯ୍ୟକର୍ତା ସଦସ୍ୟ ମାନେ ସାମିଲ ହୋଇ ରକ୍ତଦାନ କରିଥିଲେ ।

ଏହି ଶିବିରରେ ମେଡିକାଲ ଷ୍ଟାଫ୍ ମାନଙ୍କ ମଧ୍ୟରେ ଡାକ୍ତର ରଶ୍ମିତା ପାଣିଗ୍ରାହୀ,ପ୍ରଦୀପ ସୁବୁଦ୍ଧି, ଚିନ୍ମୟ ବେହେରା,ସୁସାନ୍ତ ପାଣିଗ୍ରାହୀ, କେଲୁଆପଲ୍ଲୀ ଡାକ୍ତର ରାଜଶ୍ରୀ ପ୍ରଧାନ ପ୍ରମୁଖ ଉପସ୍ଥିତ ରହି ରକ୍ତ ଗ୍ରହଣ କରିଥିଲେ ।

 

LEAVE A REPLY

Please enter your comment!
Please enter your name here