ବମେକେଇ ଶିବାନନ୍ଦ ଡିଗ୍ରୀ ମହାବିଦ୍ୟାଳୟ ପଡିଆ ପରିସରରେ ମୋ ଗାଁ ରେ ତହସିଲ କାର୍ଯ୍ଯକ୍ରମ ଅନୁଷ୍ଠିତ।

0
197

ଦିଗପହଣ୍ଡି (ନିପ୍ର) ୧୭/୧୦/୧୯:ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ବ୍ଲକ ଅନ୍ତର୍ଗତ ବମକୋଇ ଶିବାନନ୍ଦ ଡିଗ୍ରୀ ମହାବିଦ୍ୟାଳୟ ପଡିଆ ପରିସରରେ ଗୁରୁବାର ଦିନ ରାଜ୍ୟସରକାର ଓ ଗଞ୍ଜାମ ଜିଲ୍ଲାପାଳଙ୍କ ନିର୍ଦ୍ଦେଶ କ୍ରମେ ମୋ ଗାଁ ରେ ତହସିଲ କାର୍ଯ୍ଯକ୍ରମ ଅନୁଷ୍ଠିତ ହୋଇଯାଇଛି। ଗଞ୍ଜାମ ରାଜସ୍ବ ବିଭାଗ ପକ୍ଷରୁ ଦିଗପହଣ୍ଡି ତହସିଲ ପ୍ରଶାସନ ଆନୁକୂଲ୍ୟରେ ଅନୁଷ୍ଠିତ ହୋଇଥିବା କାର୍ଯ୍ୟକ୍ରମରେ ମାନ୍ୟବର ବାଚସ୍ପତି ଶ୍ରୀ. ସୂର୍ଯ୍ୟନାରାୟଣ ପାତ୍ର ମୁଖ୍ୟ ଅତିଥିଭାବେ ଯୋଗଦେଇ ଦୀପ ପ୍ରଜ୍ବଳନ କରିବା ସହ କାର୍ଯ୍ୟକ୍ରମକୁ ଉଦଘାଟନ କରିଥିଲେ । ସେହିପରି ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତ କୁଲାଙ୍ଗେ , ଦିଗପହଣ୍ଡି ତହସିଲଦାର ଅଦୈତ୍ୟ କୁମାର ସ୍ବାଇଁ , ଅତିରିକ୍ତ ତହସିଲଦାର ମନୋଜ ପ୍ରଭାକର କୁଜ୍ଜୁର , ବିଡିଓ ହଳଧର ଶବର , ବ୍କକ ଅଧ୍ୟକ୍ଷ ବିପିନ ଚନ୍ଦ୍ର ପ୍ରଧାନ , ସହକାରୀ ଯନ୍ତ୍ରୀ ଗଙ୍ଗାଧର ଲେଙ୍କା , ବ୍ଲକ ଉପାଧ୍ୟକ୍ଷା ପ୍ରତିନିଧି ଏମ୍. ନିରଞ୍ଜନ ରେଡ୍ଡୀ , ସିଡିପିଓ ଯଶୋବନ୍ତୀ ସାହୁ , ବ୍ଲକ ବିଜେଡି ସଭାପତି ଉଦୟନାଥ ସ୍ବାଇଁ , ନଗର ସଭାପତି ପ୍ରମୋଦ କୁମାର ପାଣିଗ୍ରାହୀ , ସରପଞ୍ଚ ସଂଘ ସଭାପତି ହରିବନ୍ଧୁ ରେଡ୍ଡୀ , ସମବାୟ ସମିତି ସଭାପତି ଅସିତ ସାହୁ , ଯୁବ ବିଜେଡ଼ି ନେତା ରାମକୃଷ୍ଣ ପାଢ଼ୀ ପ୍ରମୁଖ ଉପସ୍ଥିତ ଥିଲେ । ରାଜସ୍ବ ନୀରିକ୍ଷକ ରତ୍ନାକର ସ୍ବାଇଁ ଓ ବନଜା ନାୟକ ଏହି କାର୍ଯ୍ୟକ୍ରମକୁ ମିଳିତ ସଂଯୋଜନା କରିଥିବା ଜଣାପଡ଼ିଛି । ଏହି ଅବସରରେ ବାଚସ୍ପତି ଶ୍ରୀ ପାତ୍ର ଓ ଜିଲ୍ଲାପାଳ ଶ୍ରୀ କୁଲାଙ୍ଗେ ଏହି କାର୍ଯ୍ୟକ୍ରମର ଉଦ୍ଦେଶ୍ୟ ସମ୍ପର୍କରେ ଲୋକମାନଙ୍କ ସହ ଆଲୋଚନା କରିଥିଲେ । ରାଜସ୍ବ ବିଭାଗ ପକ୍ଷରୁ ବିଭିନ୍ନ ପ୍ରମାଣପତ୍ର ପ୍ରଦାନ କରାଯିବା ସହ ରାଜସ୍ବ ସମ୍ବନ୍ଧୀୟ ମାମଲା ଗୁଡ଼ିକର ତଦନ୍ତ କରାଯାଇ ସମାଧାନ କରାଯିବା ଏହି କାର୍ଯ୍ୟକ୍ରମର ମୁଖ୍ୟ ଉଦ୍ଦେଶ୍ୟ ବୋଲି କହିଛନ୍ତି । ଦିଗପହଣ୍ଡି ତହସିଲ ଅଧିନସ୍ଥ ଆୟ ପ୍ରମାଣପତ୍ର , ସ୍ଥାୟୀ ବାସିନ୍ଦା ପ୍ରମାଣପତ୍ର , ପଛୁଆ ବର୍ଗ ଅନୁସୂଚିତ ଜାତି ଓ ଜନଜାତି ବର୍ଗଙ୍କ ନିମନ୍ତେ ଆବଶ୍ୟକୀୟ ଜାତି ସମ୍ବନ୍ଧୀୟ ପ୍ରମାଣପତ୍ର ବଣ୍ଟନ କରାଯାଇଥିଲା । ଏଥିସହ ଦିଗପହଣ୍ଡି ତହସିଲ ଅଧିନରେ ଥିବା ଦେଖାଳି , ବଡଡୁମ୍ବୁଳା ଓ ଜକର ରାଜସ୍ବ ବିଭାଗ ସର୍କଲରେ ଥିବା ଛଅଗୋଟି ପଞ୍ଚାୟତରୁ ଓଡ଼ିଶା ଭୂ ସଂସ୍କାର ଆଇନ ଧାରା ୮ କ ଅନୁସାରେ ବିଭିନ୍ନ ବ୍ୟକ୍ତିବିଶେଷ ରୟତସତ୍ତ୍ବରୁ ଘରବାରି ପଟ୍ଟା ନିମନ୍ତେ ଆବଶ୍ୟକ ଖଜଣା ୧୦୧୮ ଟଙ୍କା ଦାଖଲ ଏବଂ ୧ଜଣ ହିତାଧିକାରୀଙ୍କୁ ଗ୍ରାମକଣ୍ଟ ସତ୍ତ ଘରବାରି ପଟ୍ଟା , ମ୍ଯୁଟେସନ ୭ ଟି , ବସୁନ୍ଧରା ପଟ୍ଟା ୨୯ ଟି , ପ୍ରମାଣପତ୍ର ୧୫ ଟି , ମିସ୍ କେସ ୨ଟି ଓ ଅନ୍ୟାନ୍ୟ ୧୧୫ ଟି ପ୍ରଦାନ କରାଯାଇଥିଲା । ରାଜସ୍ବ ନୀରିକ୍ଷକ ଭଗବାନ ପାତ୍ର , ଶ୍ରୀକାନ୍ତ ମହାରଣା , ସରସ୍ବତୀ କଅର , ଫକୀରମୋହନ ରାଉତଙ୍କ ତତ୍ତ୍ଵାବଧାନରେ ଆୟୋଜିତ କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ରାଜସ୍ବ ସୁପରଭାଇଜର ସତ୍ୟନାରାୟଣ ପାଣିଗ୍ରାହୀ , ବାବୁ ସେଠୀ ସମେତ ସମସ୍ତ ତହସିଲ କର୍ମଚାରୀ ତତ୍ ସହିତ ବମକୋଇ ସରପଞ୍ଚ ପ୍ରତିନିଧି ଭଗବାନ ବାଡତ୍ଯା , ସରପଞ୍ଚ କୃଷ୍ଣଚନ୍ଦ୍ର ସାହୁ , ବିଭୂତି ଭୂଷଣ ମହାପାତ୍ର , ଚୈତନ୍ୟ ପ୍ରଧାନ , ଚିତ୍ରସେନ ଗୈାଡ , ମହିଳା ସଭାନେତ୍ରୀ ଉମା ମହେଶ୍ବରୀ ସେଠୀ , କୁରୀ ସେଠୀ , ସରସ୍ବତୀ ଗୈାଡ , ମନୋଜ ସାହୁ , ରମେଶ ପାଢ଼ୀ ସମେତ ବିଜଙ ଯୁବ ବାହିନୀ ସଦସ୍ୟ ରାଜକିଶୋର ମହାନ୍ତି , ବିକ୍ରମ ସିଂ , ଦେବରାଜ ପ୍ରଧାନ , ଜଗନ୍ନାଥ ପ୍ରଧାନ ଉପସ୍ଥିତ ରହି କାର୍ଯ୍ୟକ୍ରମକୁ ପରିଚାଳନା କରିବାରେ ସହାୟତା ପ୍ରଦାନ କରିଥିଲେ । ଶେଷରେ ମହାବିଦ୍ୟାଳୟ ପରିସରରେ ଅତିଥିମାନଙ୍କ ଦ୍ଵାରା ବୃକ୍ଷରୋପଣ କରାଯାଇଥିବା ଜଣାପଡ଼ିଛି ।

ରିପୋର୍ଟ ରବିକୁମାରଶର୍ମା

LEAVE A REPLY

Please enter your comment!
Please enter your name here