ବିଜୁ ଯୁବ ବାହୀନିର ସଡକ ସୁରକ୍ଷା ସଚେତନତା

0
213

ହିଞିଳିକାଟୁ ୧୮/୧୦ :- ଗଞ୍ଜାମ ଜିଲ୍ଲା ହିଞିଳକାଟୁ ବ୍ଳକ ବେଲଗାଁ ପଞ୍ଚାୟତରେ ଶୁକ୍ରବାର ବିଜୁ ଯୁବବାହିନୀ ପକ୍ଷରୁ ସଡ଼କ ସୁରକ୍ଷା ସଚେତନତା ଅଭିଯାନ ଆରମ୍ଭ କରିଥିଲେ ।ଏହି ସଚେତନତା ଅଭିଯାନ ସରପଞ୍ଚ ତ୍ରିନାଥ ପାଣିଗ୍ରାହୀଙ୍କ ଅଧ୍ୟକ୍ଷତାରେ ଆରମ୍ଭ ହୋଇଥିଲା ।ପଞ୍ଚାୟତ ପରିସରୁ ବିଜୁଯୁବ ବାହୀନିର ସଦସ୍ୟଙ୍କୁ ନେଇ ଏକ ରାଲିକୁ ସବୁଜ ପତାକା ଦେଖାଇ ସମ୍ଵଦିତ କରିବା ପରେ ସଡକ ସୁରକ୍ଷା ସମ୍ପର୍କରେ ନାରାଦେଇ ବଜାର ପରିକ୍ରମା କରିଥିଲେ ।ପରେ ବ୍ରହ୍ମପୁର ଭାବନ୍ଧ ଓ ନନ୍ଦିକ ଯାଉଥିବା ସଡକପଥ ବଜାର ନିକଟରେ ବିଜୁଯୁବ ବହିନୀର ସଦସ୍ୟ ମାନେ ବିଭିନ୍ନ ଗାଡି ଚାଳକମାନଙ୍କୁ ସଡକ ସୁରକ୍ଷାର ସଚେତନତା କରାଇଥିଲେ ।ଦୁଇ ଚକିଆ ମୋଟର ସାଇକେଲ ରେ ଯାତାୟାତ କରୁଥିବା ଚାଲାକଙ୍କୁ ଗାଡି ଅଟକାଇ ହେଲମେଣ୍ଟ ପିନ୍ଧିଥିବା ପାଇଁ କହିଥିଲେ । ହେଲମେଟ ପିନ୍ଧାଥିବା ଚାଳକ ମାନଙ୍କୁ ଚକଲେଟ ଦେଇ ଉତ୍ସାହିତ କରୁଥିବା ବେଳେ ଚାଳକ ମାନେ ହେଲମେଣ୍ଟ ପିନ୍ଧିନଥିବା ଚାଳକଙ୍କୁ ଏକ ଲିପଲେଟ ଦେଇ ସଚେତନତା କରୁଥିବା ଦେଖିବାକୁ ମିଳିଥିଲା । ବିଭିନ୍ନ ଚାରିଚକିଆ କାର ,ବସ ଟ୍ରକ ଚାଳକଙ୍କୁ ମଧ୍ୟ ଅଟକାଇ ସିଟ ବେଲ୍ଟ ପିନ୍ଧିବା ପାଇଁ ଅନୁରୋଧ ଜଣାଇ ସଚେତନତା କରାଯାଇଛି । ଏବଂ ବହୁ ଗାଡି ଚାଳକଙ୍କୁ ଡ୍ରାଇଭିଂ ଲାଇସେନ୍ସ କରିବା ଓ ବାୟୁ ପ୍ରଦୂଷଣ ସାର୍ଟିଫିକେଟ ସହ ଗାଡିର ସମସ୍ତ କାଗଜପତ୍ର ସାଥିରେ ରଖି ଗାଡ଼ି ଚଳାଇବା ପାଇଁ କହିଥିଲେ । ଏଥିରେ ପ୍ରଦୀପ ପାଣିଗ୍ରାହୀ, ଦାମୋଦର ପାଣିଗ୍ରାହୀ, ନିଳାଞ୍ଚଳ ପାଣିଗ୍ରାହୀ, କ୍ରିଷ୍ଣା ପାଢ଼ୀ, ପ୍ରହ୍ଲାଦ ସାହୁ, ସୋମିୟ ବେହେରା, କେଶବ ମହାନ୍ତି, ସନ୍ତୋଷ ପାଣିଗ୍ରାହୀ ,ସଚିତ ନାହାକ ,ସୁନିଲ, ଅଜିତ,ମୁନା, ଜିତୁ ଦାସଙ୍କ ସମେତ ବହୁ ଯୁବବାହିନୀ ଏହି ସଚେତନ କାର୍ଯ୍ୟକ୍ରମରେ ସମ୍ପୂର୍ଣ୍ଣ ସହଯୋଗ କରିଥିବା ଦେଖିବାକୁ ମିଳିଥିଲା ।


ରିପୋର୍ଟ:ପ୍ରିୟବ୍ରତ ପଣ୍ଡା

LEAVE A REPLY

Please enter your comment!
Please enter your name here