ମାନସିକ ରୋଗ ଚିହ୍ନଟ ଓ ସ୍ୱାସ୍ଥ୍ୟ ଚିକିତ୍ସା ଶିବିର

0
244

ହିଞିଳିକାଟୁ :-୧୯/୧୦:- ଗଞ୍ଜାମ ଜିଲ୍ଲା ହିଞିଳିକାଟୁ ବ୍ଳକ ସ୍ଥିତ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ବେଲଗାଁ ଗଞ୍ଜାମ ଆନୁକୂଲ୍ୟରେ ଶନିବାର ମାନସିକ ରୋଗର ସ୍ୱାସ୍ଥ୍ୟ ଶିବିର ଅନୁଷ୍ଠିତ ହୋଇଯାଇଛି।ବେଲଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟ ଭାରପ୍ରାପ୍ତ ଚିକିତ୍ସାଧିକାରୀ ଡ଼ଃ ଅନୀଲ କୁମାର ରଥ ଙ୍କ ସହଯୋଗିତା କେନ୍ଦ୍ରରରେ ଆୟୋଜିତ ଏହି ଶିବିରରେ ଏମକେସିଜି ମେଡ଼ିକାଲ କଲେଜର ଆସିଷ୍ଟାଣ୍ଡ ପ୍ରଫେସର ତଥା ସିଟି ହସପିଟାଲ ବ୍ରହ୍ମପୁରର ମାନସିକ ରୋଗ ବିଭାଗ ବରିଷ୍ଠ ବିଶେଷଜ୍ଞ ଡ଼ଃ ବିଭୂକଲ୍ୟାଣ ସାହୁ ଯୋଗ ଦେଇଥିଲେ ।ଏହି ସ୍ୱାସ୍ଥ୍ୟ ଶିବିରରେ ପାଗଳାମି, ଅବସାଦ,ଛାନିଆ,ସୂଚୀବାହି,ଅପସମାର,ଅତ୍ୟଧିକ ଚଳଚଞ୍ଚଳ, ପାନ, ସିଗାରେଟ,ଗୁଟଖା,ମଦ ସେବନ ଆଦି ବିଭିନ୍ନ ବର୍ଗର ରୋଗୀଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରାଯାଇଥିଲା ।ବିଭିନ୍ନ ଗ୍ରାମରୁ ୩୯ଜଣ ମାନସିକ ରୋଗୀଙ୍କୁ ଚିହ୍ନଟ କରି ପରୀକ୍ଷା ନିରୀକ୍ଷା କରାଯାଇ ୫୬ ପ୍ରକାରର ମାଗଣା ଔଷଧ ସେବନ କରିବା ନିମନ୍ତେ ଡ଼ଃ ସାହୁ ପରାମସ ଦେଇଥିଲେ।ଏହି ଶିବିରରେ ବେଲଗାଁ ଚିକିତ୍ସାଳୟର ବିପିଏମ ଶଶାଙ୍କ ପଣ୍ଡା, ପିଏଚଇଓ ମୃତ୍ୟୁଞ୍ଜୟ ପାଣିଗ୍ରାହୀ, ଫାର୍ମାସିଷ୍ଟ ରକେଶ ପାଣିଗ୍ରାହୀ,ଅଶୋକ ମିଶ୍ର, ବନବିହାରି ନାୟକ ଓ ନରସିଂହ ବେହେରା କାଳିଚରଣ ପାଢ଼ୀ, ଦିଲେଶ୍ୱର ଚୌଧୁରୀ,ରବୀନ୍ଦ୍ର ସାହୁ ,ନାରାୟଣ ନାହାକ ପ୍ରମୁଖ ସ୍ୱାସ୍ଥ୍ୟ ପର୍ଯ୍ୟବେକ୍ଷକ ଓ ସ୍ୱାସ୍ଥ୍ୟକର୍ମୀ ଉପସ୍ଥିତ ରହି ସହଯୋଗ କରିଥିଲେ ।


ରିପୋର୍ଟ:ପ୍ରିୟ ବ୍ରତ ପଣ୍ଡା

LEAVE A REPLY

Please enter your comment!
Please enter your name here