ବିଜୁ ଯୁବ ବାହିନୀ “ରକ୍ଷକ” କାର୍ଯ୍ୟକ୍ରମ

0
237

ବ୍ରହ୍ମପୁର,୨୦/୧୦ଆଜି ବିଜୁଯୁବବାହିନୀ ୱାର୍ଡ ୩୧ ପକ୍ଷରୁ ଆୟୋଜିତ Pollution Checking Camp ରେ ୩୯୦ଟି ଦୁଇ ଚକିଆ ଯାନ ୧୮ ଟି ଚାରି ଚକିଆ ଯାନର pollution check ହୋଇ Certificate ଦିଆଗଲା । ପୁଣି ୧୫ ଟି ଦୁଇ ଚକିଆ ଯାନର ବୀମା କରାଗଲା । ପୂର୍ବତନ କର୍ପୋରେଟର ଶ୍ରୀ ସୁରେନ୍ଦ୍ର ମହାରଣା ବିଜୁଯୁବବହିନୀର ସଦସ୍ୟ ସମସ୍ତଙ୍କୁ ଉତ୍ସାହିତ କରିଥିଲେ । ଏହି କାର୍ଯ୍ୟକ୍ରମ ଆରମ୍ଭରୁ ବିଜୁଯୁବବହିନୀର ସଦସ୍ୟ ଓ କର୍ମକର୍ତ୍ତା, ଅଂଚଳର ଲୋକମାନେ ଏବଂ ପୂର୍ବତନ କର୍ପୋରେଟର ଶ୍ରୀ ସୁରେନ୍ଦ୍ର ମହାରଣା ଏକ ବିଶାଳ ରାଲିରେ ଅଶୋକନଗର ଓ କୋଅପରେଟିଭ କଲୋନୀ ରେ ସଡକ ସୁରକ୍ଷା ଓ ନୂଆ ସଡକ ସୁରକ୍ଷା ଆଇନ ଉପରେ ସ୍ଲୋଗାନ ମାନ ଦେଇ ଲୋକଙ୍କୁ ସଚେତନ କରିଥିଲେ । ଶେଷରେ ଏହି ରାଲି ସହ pollution checking ସ୍ଥଳ ତଥା, କମାପଲ୍ଲୀ ସ୍ଥିତ ବୈଦ୍ୟନ।ଥେଶ୍ୱର ମନ୍ଦିର ଠ।ରେ ପହଂଚି pollution checking କାର୍ଯ୍ୟକ୍ରମକୁ ଶୁଭାରମ୍ଭ କରିଥିଲେ ।

ଆଜିର କାର୍ଯ୍ୟକ୍ରମରେ J. ଚନ୍ଦ୍ରଶେଖର, ସଂଯୋଜକ, ବିଜୁଯୁବବାହିନୀ-ବ୍ରହ୍ମପୁର, ପ୍ରୋଗ୍ରାମ ଅଫିସର ହିମାନି ଦାସ ଓ ଅବିନାଶ ପାଣ୍ଡେ, ମଧୁସୂଦନ ପ।ଢି, ୱାର୍ଡ ସଂଯୋଜକ ଯୋଗ ଦେଇ କାର୍ଯ୍ୟକ୍ରମକୁ ସୁଚାରୁ ରୁପେ ପରିଚାଳନା କରିଥିଲେ । ବିଜୁଯୁବବାହିନୀର ଏଭଳି କାର୍ଯ୍ୟପାଇଁ ସବୁ ମହଲରେ ପ୍ରଶଂସା ମିଳିଛି ।
ଏହାଛଡା ଆଜି ବିଜୁଯୁବବାହିନୀ ୱାର୍ଡ ୩୩ ଦ୍ୱାରା ଗଜପତି ନଗର ଛକ ଠାରେ ଓ ବିଜୁଯୁବବହିନୀ ୱାର୍ଡ ୮ ଦ୍ୱାରା ଅାସ୍କା ରୋଡ଼ସ୍ଥିତ ରଜାସାହି ଛକ ଠାରେ ରାଲି ଓ ଟ୍ର।ଫିକ କଂଟ୍ରୋଲ କରି ଲୋକଙ୍କୁ ସଡକ ସୁରକ୍ଷା ଓ ନୂଆ M.V. Act
ସମ୍ପର୍କରେ ଜନସାଧାରଣଙ୍କୁ ସଚେତନ କରିଥିଲେ ।

ବିଜୁଯୁବବହିନୀ ପକ୍ଷରୁ ଏହିଭଳି ରକ୍ଷକ ଶିବିର କାର୍ଯ୍ୟକ୍ରମ ଚାଲୁ ରହିବ ।
ଆସନ୍ତା କାଲି ବିଜୁଯୁବବାହିନୀ ୱାର୍ଡ ୨୭ଦ୍ୱାରା ଗୁଡସେଡ ରୋଡ଼ ଓଭର ବ୍ରିଜ୍ ତଳେ ୧୦ଟାରୁ – ୧ଘଣ୍ଟା ଯାଏଁ ହେବ ଓ ୨ ରୁ ୫ ଘଣ୍ଟା ଯାଏଁ ବିଜୁଯୁବବହିନୀ ୱାର୍ଡ ୩୫ ଦ୍ୱାରା ଲାଞ୍ଜିପଲ୍ଲୀ କଲ୍ୟାଣ ମଣ୍ଡପ ଠ।ରେ ଆୟୋଜନ କରାଯିବ। ଆସନ୍ତା ୨୨ ତାରିଖ ଦିନ ୧୦ ଟାରୁ ୧ ଘଣ୍ଟା ଯାଏଁ ବିଜୁଯୁବବହିନୀ ୱାର୍ଡ ୩୬ ର
ବିଜୁଯୁବବହିନୀ ଦ୍ୱାରା ଲାଞ୍ଜିପଲ୍ଲୀ ଜଗନ୍ନାଥ ମନ୍ଦିର ଠାରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ ଓ ୨ ଟା ରୁ ୫ ଯାଏଁ ଗୋଇଲୁଣ୍ଡି, ବଡ଼ସାହି ଛକଠାରେ ହେବ ।

LEAVE A REPLY

Please enter your comment!
Please enter your name here