ପି. ରାମଚନ୍ଦ୍ରପୁର କ୍ଳଷ୍ଟର ସ୍ତରୀୟ ସୁରଭୀ କାର୍ଯ୍ୟକ୍ରମ ଅନୁଷ୍ଠିତ

0
180

 

ସାନଖେମୁଣ୍ଡି-(ନିପ୍ର)୨୩/୧୦/୧୯ : ବ୍ଲକର ଶିକ୍ଷାଧିକାରୀ ସାନଖେମୁଣ୍ଡି କାର୍ଯ୍ୟାଳୟ ଅନ୍ତର୍ଗତ ପାଇକ ରାମଚନ୍ଦ୍ରପୁର ସାଧନ କେନ୍ଦ୍ର ସ୍ତରୀୟ ସୁରଭି – ୨୦୧୯ ଇତି ମଧ୍ୟରେ ଗତକାଲି ମଙ୍ଗଳବାର ଦିନ ଅନୁଷ୍ଠିତ ହୋଇଅଛି l ପି. ରାମଚନ୍ଦ୍ରପୁର ରଘୁନାଥ ଉଚ୍ଚ ବିଦ୍ୟାଳୟ ଓ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ପରିସରରେ ଆୟୋଜିତ ଏହି ସ୍ୱତନ୍ତ୍ର ଉତ୍ସବରେ ସାଧନ କେନ୍ଦ୍ର ଅଧୀନ ୧୫ ଗୋଟି ବିଦ୍ୟାଳୟର ୨୦୦ ରୁ ଅଧିକ ପ୍ରତିଯୋଗୀ ଅଂଶ ଗ୍ରହଣ କରି ନିଜ ନିଜର ନିପୁଣତାକୁ ପ୍ରତିପାଦିତ କରିଥିଲେ l ଅନୁଷ୍ଠିତ ପୁରସ୍କାର ବିତରଣ ଉତ୍ସବ କ୍ଳଷ୍ଟରରେ ସଂଜୋଜନ ଶ୍ରୀ ହରିହର ସାମନ୍ତରାୟ ସଂଯୋଜନାରେ ସଂପାଦିତ ହୋଇଥିବା ସହ ଗୋଷ୍ଠୀ ସହ ଶିକ୍ଷାଧିକାରୀ ଶ୍ରୀମତୀ ସଂଯୁକ୍ତା ପଟ୍ଟନାୟକ ଉଦ୍ଘାଟନ କରିଥିଲେ l ମୁଖ୍ୟ ଅତିଥି ଭାବେ ବ୍ରହ୍ମପୁର ସ୍ଥିତ କେସି ଟାଉନ୍ ହାଇସ୍କୁଲ ର ପ୍ରଧାନ ଶିକ୍ଷକ ପ୍ରଧାନ ସାହୁ, ରଘୁନାଥ ବିଦ୍ୟାଳୟର ପୂର୍ବତନ ପ୍ରଧାନ ଶିକ୍ଷକ ଶ୍ରୀ ସୁଶାନ୍ତ କୁମାର ମେକାପ ପ୍ରମୁଖ ଯୋଗ ଦେଇ ଶିଶୁଙ୍କ ଚିନ୍ତାଧାରାରେ ସୁରଭି କାର୍ଯ୍ୟକ୍ରମରେ ପ୍ରଭାବକୁ ଅବତାରଣା କରିଥିଲେ l ଅତିଥିଙ୍କ ଗ୍ରହଣରେ ବିବେଚିତ ପ୍ରତିଯୋଗୀଙ୍କୁ ସରପଞ୍ଚ ସୁଲତା ନାୟକ ଓ ଗୋଷ୍ଠୀ ସହ ଶିକ୍ଷାଧିକାରୀ ମାନପତ୍ର ଓ ପୁରସ୍କାର ବିତରଣ କରିଥିଲେ l ସି ଆରସିିସି ଶଙ୍କର୍ଷଣ ସେଠୀ, ଅଶୋକ କୁମାର ମଲ୍ଲିକ ପ୍ରମୁଖ ଅତିଥିଭାବେ ଯୋଗ ଦେଇଥିବା ସହ ସାଧନା କେନ୍ଦ୍ର ଅନ୍ତର୍ଗତ ସମସ୍ତ ଶିକ୍ଷକ ଓ ଶିକ୍ଷୟତ୍ରୀ ସହଯୋଗ କରିଥିଲେ l

ରିପୋର୍ଟ ରବିକୁମାରଶର୍ମା

LEAVE A REPLY

Please enter your comment!
Please enter your name here