ମୋ ସ୍କୁଲ ଅଭିଯାନ ପ୍ରକଳ୍ପର ରାଜ୍ୟ ଅଧୀକ୍ଷକଙ୍କ ଗଜପତି ଗ୍ରସ୍ତ

0
217

ପାରଳାଖେମୁଣ୍ଡି, ୨୪/୧୦– ଗତ ଦୁଇ ବର୍ଷ ହେବ ରାଜ୍ୟରେ ଚାଲିଥିବା ‘ମୋ ସ୍କୁଲ ଅଭିଯାନ’ ପ୍ରକଳ୍ପ’ର ରାଜ୍ୟ ଅଧ୍ୟକ୍ଷା ସୁସ୍ମିତା ବାଗଚି ଆଜି ଗଜପତି ଜିଲ୍ଲା ଗ୍ରସ୍ତରେ ଆସି ବିଭିନ୍ନ ବିଦ୍ୟାଳୟ ପରିଦର୍ଶନ କରିଵା ସହ “ମୋ ସ୍କୁଲ ଅଭିଯାନ” ପ୍ରକଳ୍ପ’ର ଅଗ୍ରଗତି ସମ୍ପର୍କରେ ଆୟୋଜିତ ଏକ ସମୀକ୍ଷା ବୈଠକରେ ଯୋଗ ଦେଇଥିଲେ।

ଅଧ୍ୟକ୍ଷା ସୁସ୍ମିତା ବାଗଚି ପ୍ରଥମେ ପାରଳାଖେମୁଣ୍ଡି ସ୍ଥିତ ମହାରାଜାଙ୍କ ବାଳକ ଉଚ୍ଚବିଦ୍ୟାଳୟରେ ପରିଦର୍ଶନ ଯାଇଥିଲେ। ସେଠାରେ ତାଙ୍କୁ ବାଦ୍ୟାଳୟର ଶିକ୍ଷକ ଶିକ୍ଷୟତ୍ରୀ ଓ ଛାତ୍ର ମାନଙ୍କ ପକ୍ଷରୁ ଭାବ୍ୟ ସ୍ୱାଗତ କରା ଯାଇଥିଲା। ସେଠାରେ ଅଧ୍ୟକ୍ଷା ବାଗଚି ମହାରାଜାଙ୍କ ପ୍ରତିମୂତିରେ ପୁଷ୍କ ମାଲ୍ୟାର୍ପଣ କରିଥିଲେ ଏବଂ ପରେ ଛାତ୍ର ମାନଙ୍କ ସହ ପାଠପଢା ଉପରେ ପଚାରି ବୁଝିଥିଲେ। ପରେ ବାଦ୍ୟାଳୟର ପ୍ରଧାନ ଶିକ୍ଷକ ଡଃ. ବୃଷ କେଶ ଦାସ ଙ୍କ ସମେତ ଶିକ୍ଷକ ଶିକ୍ଷୟତ୍ରୀ ମାନଙ୍କ ସହିତ ବାଦ୍ୟାଳୟରେ “ମୋ ସ୍କୁଲ ଅଭିଯାନ” କିଭଳି ଚାଲିଛି ତାହା ପଚାରି ବୁଝିଥିଲେ। ଏଥିରେ ଜିଲ୍ଲା ଶିକ୍ଷା ଅଧିକାରୀ ପ୍ରଦୀପ କୁମାର ନାଗ , ଜିଲ୍ଲା ବିଞାନ ନିରୀକ୍ଷକ ସାମିକ କୁମାର ପଟ୍ଟନାୟକ, ବରିଷ୍ଠ ଶିକ୍ଷକ ବୃନ୍ଦାବନ ରାଓ ଓ ଅନ୍ୟାନ୍ୟ ଶିକ୍ଷକ ଶିକ୍ଷୟତ୍ରୀ ମାନେ ଉପସ୍ଥିତ ଥିଲେ। ତା ପରେ ମଧ୍ୟକ୍ଷା ସୁସ୍ମିତା ବାଗଚି ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷ ଠାରେ ଆୟୋଜିତ “ମୋ ସ୍କୁଲ ଅଭିଯାନ” ପ୍ରକଳ୍ପର ସମୀକ୍ଷା ବୈଠକରେ ଯୋଗ ଦେଇଥିଲେ। ଜିଲ୍ଲାରେ “ମୋ ସ୍କୁଲ ଅଭିଯାନ” କିପରି ଚାଲିଛି ଏବଂ ଟାୱାର ଅଗ୍ରଗତି କେତେ ଦୂର ଏବଂ କ’ଣ ସବୁ ହୋଇଛି ତାହା ସମସ୍ତ ଉପସ୍ଥିତ ଅଧିକାରୀ ମାନଙ୍କୁ ପଚାରି ବୁଝିଥିଲେ। ପ୍ରଧାନଶିକ୍ଷକ ଓ ଗୋଷ୍ଠୀ ଶିକ୍ଷାରେ ଅଧିକାରୀ ମାନଙ୍କୁ ଆଉ ଟିକିଏ ଏ ଦିଗରେ ଅଧିକ ଭଲ ସଚେତନତା କରି ମୋ ସ୍କୁଲ ଅଭିଯାନରେ ଅଧିକରୁ ଅଧିକ ଅଂଶ ଗ୍ରହଣ କରିବା ପାଇଁ ସୁଯୋଗ ଦେବାକୁ କହିଥିଲେ। ଅନ୍ୟ ପକ୍ଷରେ ଯେଉଁ ସ୍କୁଲ ଗୁଡିକ ଏହି ଅଭିଯୋଗରେ ସାମିଲ ହୋଇନାହାନ୍ତି ସେମାନଙ୍କୁ ସାମିଲ କରାଯାଇ ଶିକ୍ଷା ଓ ଶିକ୍ଷାଦାନର ମାନ ବଢେଇବା ପାଇଁ କହିଥିଲେ। ଏଥି ସହିତ ମୋ ସ୍କୁଲ ପୋର୍ଟାଲରେ ଜିଲ୍ଲାର ସମସ୍ତ ବାଦ୍ୟାଳୟ ପଞ୍ଚିକରଣ କରିବା ପାଇଁ କହିଥିଲେ ଏବଂ ଏଥିରେ ଅଧିକରୁ ଅଧିକ ପୁରାତନ ଛାତ୍ରଛାତ୍ରୀ ମାନଙ୍କୁ ଜଡିତ କରିବାକୁ କହିଥିଲେ।
ଏହି ସମୀକ୍ଷା ବୈଠକରେ ଜିଲ୍ଲାପାଳ ଅନୁପମ ଶାହା, ଜିଲ୍ଲା ଶିକ୍ଷା ଅଧିକାରୀଙ୍କ ପ୍ରଦୀପ କୁମାର ନାଗ, ଆଇଟିଡିଏ ପ୍ରକଳ୍ପ ସଂଯୋଜକ ଅମର ଜୀତ ସେନା, ଏବଂ ବିଞାନ ନିରୀକ୍ଷକଙ୍କ ସମେତ ଜିଲ୍ଲାର ସମସ୍ତ ବିଡିଓ, ଏବିଡିଓ, ପ୍ରଧାନଶିକ୍ଷକ ମାନେ ଯୋଗ ଦେଇଥିଲେ।
ପରେ ମଧ୍ୟକ୍ଷା ବାଗଚି ସାମ୍ବାଦିକ ମାନଙ୍କ ଅଧିକ ସୂଚନା ଦେଇ କହିଥିଲେ ଯେ “ମୋ ସ୍କୁଲ ଅଭିଯାନ” ଗଜପତି ଜିଲ୍ଲାରେ ବହୁତ ଭଲରେ ଚାଲିଛି।ଏହି “ମୋ ସ୍କୁଲ ଅଭିଯାନ” ପ୍ରକଳ୍ପ ଗତ ୨୦୧୭ ମସିହା ନଭେମ୍ବର ମାସ ୧୪ ରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆରମ୍ଭ କରିଥିଲେ। ଯେଉଁ କେତେକ ସ୍କୁଲ ଏହି କାର୍ଯ୍ୟକ୍ରମରେ ଜଡିତ ହୋଇଛନ୍ତି ସେମାନଙ୍କୁ ଏଦିଗରେ ସମ୍ପୂର୍ଣ୍ଣ ଆଗ୍ରହ ପ୍ରକାଶ ରଖି କାର୍ଯ୍ୟ କରି ଚାଲିଥିବା ଯୋଗୁଁ ସେମାନଙ୍କ ଏଦିଗରେ ପ୍ରଶଂସା କରିବାର ଅନେକ ଯଥାର୍ଥତା ରହିଛି। ଏମିତି କି ସେମାନେ କଣ ସବୁ ସେବା-କାର୍ଯ୍ୟ ଓ ଅନ୍ୟାନ୍ୟ ସବୁ କରିଛନ୍ତି ସେହି ସମସ୍ତ ତଥ୍ୟ ଆମ ପାଖରେ ପହଞ୍ଚି ଯାଇଛି।
ଏହି ଗତ ମାର୍ଚ୍ଚ ମାସ ପର୍ଯ୍ୟନ୍ତ ମୋ ସ୍କୁଲ ଅଭିଯାନରେ ଆମକୁ ଯେଉଁ ଅନୁଦାନ ଆସିଛି ତହା ୩୪ କୋଟି ଏବଂ ସରକାରଙ୍କ ପକ୍ଷରୁ ଏ ଦିଗରେ ଦିଆଯାଇଥିବା ମେଚିଙ୍ଗ ଗ୍ରାଣ୍ଡ ୬୮ କୋଟି ଟଙ୍କା ଏହି ସମୁଦାୟ ୧୦୨କୋଟି ଟଙ୍କା କେବଳ ପୂରାତନ ଛାତ୍ରଛାତ୍ରୀ ଓ ସମାଜର ବାଦାଥ୍ୟ ବ୍ୟକ୍ତି ମାନଙ୍କ ଦ୍ଵାରା ହିଁ ସମ୍ଭବ ହୋଇଛି। ଏତଦ ବ୍ୟତୀତ ଅନ୍ୟ ଯେଉଁ ସବୁ ବିକାଶ ମୂଳକ କାର୍ଯ୍ୟ ହୋଇଛି ତାହା ମୁଁ ଏଠାକୁ ପରିଦର୍ଶନରେ ନ ଆସିଥିଲେ କଦାପି ଜାଣିପାରି ନଥାନ୍ତି। ଏଥିରେ ପୂରାତନ ଛାତ୍ରଛାତ୍ରୀ ଓ ସମାଜର ବାଦାଥ୍ୟ ଗୋଷ୍ଠୀ ଯେଉଁଭଳି ଭାବରେ ଅର୍ଥିକ ସାହାୟତା ଓ ବିଭିନ୍ନ ସେବା ଦେଇ ଜଡିତ ହୋଇଛନ୍ତି ତାହା ପ୍ରଶଂସନୀୟ ଓ ଏହାର ତୁଳନା ନାହିଁ। ପରିଦର୍ଶନ ବେଳେ ବାଦ୍ୟାଳୟରେ ପିଲାମାନଙ୍କୁ ଦେଖିଲି ସେମାନେ ମୋ ପାଖକୁ ଚାଲି ଆସି କଥା ହେଲେ। ପିଲାମାନଙ୍କ ପାଖରୁ ଆମକୁ ସେହିଟା ହିଁ ଦରକାର ବୋଲି କହିଥିଲେ।
ରିପୋର୍ଟ:ପ୍ରଭାତ ପାତ୍ର

LEAVE A REPLY

Please enter your comment!
Please enter your name here