୧୩ ଖଣ୍ଡ ପିଆଶାଳ କାଠ ଜବତ ୮ଜଣ ଗିରିଫ

0
183

ପାରଳାଖେମୁଣ୍ଡି , ୨୪/୧୦– ଗଜପତି ଜ଼ିଲ୍ଲା ଅଡବା ପୋଲିସ ଏକ ୪୦୭ ଭ୍ୟାନରେ ଚୋରା ଚାଲାଣ ହେଉଥିବା ୧୩ ଖଣ୍ଡ ପିଆଶାଳ କାଠ ଗଣ୍ଡି ଜବତ କରିବା ସହ ୮ ଜଣ କାଠ ମାଫିଆଙ୍କୁ ଗିରଫ କରିଛି l ଗିରଫ କାଠ ମାଫିଆ ମାନେ ଅଡବା ଅଞ୍ଚଳର l ମଙ୍ଗଳବାର ରାତିରେ ଝିଲିକି -ଗୌଡ଼ଗୋଠ ରାସ୍ତାରେ ପେଟ୍ରୋଲିଂ କରୁଥିବା ବେଳେ ପୋଲିସକୁ ଏହି ସଫଳତା ମିଳିଛି l ଉକ୍ତ କାଠଗଣ୍ଡି ଅଡବାରୁ ବଡ଼ଗଡ଼ ଚାଲାଣ ହେଉଥିବା ଜଣାପଡିଛି l ଜବତ କାଠଗଣ୍ଡି ଏବଂ ଗିରଫ ଅଭିଯୁକ୍ତମାନଙ୍କୁ ମୋହନା ବନବିଭାଗକୁ ହସ୍ତାନ୍ତର କରାଯାଇଥିବା ଅଡବା ପୋଲିସ ସୂଚନା ଦେଇଛି l
ରିପୋର୍ଟ:ପ୍ରଭାତ ପାତ୍ର

LEAVE A REPLY

Please enter your comment!
Please enter your name here