ରାଜ୍ୟ ସରକାର ଆଣିଲେ ଶିକ୍ଷା ବ୍ୟବସ୍ଥା ରେ ସଂସ୍କାର

0
249

ଭୂବନେଶ୍ୱର,୨୫/୧୦ -ରାଜ୍ୟ ସରକାର ଶିକ୍ଷା ବ୍ୟବସ୍ଥା ରେ ସଂସ୍କାର ଆଣିବେ। ଏହି କ୍ରମ ରେ ଅନ୍‌ଲାଇନ୍‌ ଉପସ୍ଥାନ ବ୍ୟବସ୍ଥା ଲାଗୁ କରାଯିବ ବୋଲି ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ ସୂଚନା ଦେଇ କହିଛନ୍ତି। ପାଇଲଟ୍‌ ପ୍ରକଳ୍ପ ଜରିଆରେ ଏହି ଉପସ୍ଥାନ ପ୍ରକ୍ରିୟା ଗୋଟାଏ ଜିଲ୍ଲାର ଗୋଟାଏ ସ୍କୁଲ୍‌ରୁ ଲାଗୁ ହେବ ବୋଲି ସୂଚନା ରହିଛି।ଛାତ୍ରଛାତ୍ରୀ ଓ ଶିକ୍ଷକଙ୍କ ପାଇଁ ଲାଗୁ ହେବ ଅନଲାଇନ ଉପସ୍ଥାନ ବ୍ୟବସ୍ଥା | ପାଇଲଟ ପ୍ରକଳ୍ପ ଜରିଆରେ ଗୋଟିଏ ଜିଲ୍ଲାର ଗୋଟିଏ ସ୍କୁଲରୁ ଲାଗୁ ହେବ |
ଏହି ବ୍ୟବସ୍ଥା ଲାଗୁ ହେବା ଫଳରେ କେତେ ଜଣ ଶିକ୍ଷକ ଓ କେତେ ଜଣ ଛାତ୍ରଛାତ୍ରୀ ସ୍କୁଲ୍‌ରେ କେତେ ସମୟ ବିତାଉଛନ୍ତି ତାହା ଜଣାପଡ଼ିବ। ଶିକ୍ଷା ବିଭାଗ ପକ୍ଷରୁ ପୂରା ରାଜ୍ୟରେ ୧୦୦ଟି ସ୍କୁଲ୍‌ ଅଫ୍‌ ଏକ୍ସିଲେନ୍ସ ଚିହ୍ନଟ କରାଯିବ। ଚିହ୍ନଟ କରାଯାଇଥିବା ୧୦୦ଟି ସ୍କୁଲ୍‌ରେ ସ୍ପୋକେନ୍‌ ଇଂଲିଶ ଓ କମ୍ପ୍ୟୁଟର୍‌ ଶିକ୍ଷା ପ୍ରଦାନ କରାଯିବ। କେବଳ ସେତିକି ନୁହେଁ, ଅନ୍ୟାନ୍ୟ ଭିତ୍ତିଭୂମି ବି ଯୋଗାଇ ଦିଆଯିବ ଏହି ସ୍କୁଲ୍‌ଗୁଡ଼ିକୁ। ଗଣଶିକ୍ଷା ମନ୍ତ୍ରୀ ସୂଚନା ଦେଇ କହିଛନ୍ତି ଯେ ଗଣଶିକ୍ଷା ବିଭାଗ ପକ୍ଷରୁ ଛାତ୍ରଛାତ୍ରୀମାନଙ୍କ ପାଇଁ ନୂଆ ହେଲ୍‌ପଲାଇନ୍‌ ନମ୍ବର ମଧ୍ୟ ଜାରି କରାଯାଇଛି ।ସେହି ୧୦୦ ସ୍କୁଲରେ ଅନ୍ୟାନ୍ୟ ଭିତ୍ତିଭୂମି ମଧ୍ୟ ଯୋଗାଇ ଦିଆଯିବ |ଏହା ସହ ନୂଆ ଷ୍ଟୁଡେଣ୍ଟ ହେଲ୍ପ ଲାଇନ ନମ୍ବର ୧୪୪୧୭ ଜାରି କରିଛି ଗଣଶିକ୍ଷା ବିଭାଗ |

LEAVE A REPLY

Please enter your comment!
Please enter your name here