ପୂର୍ବାଂଚଳ ଅନ୍ତଃ ବିଶ୍ୱବିଦ୍ୟାଳୟ ‘ଚେସ୍’ ପ୍ରତିଯୋଗିତା ୨୦୧୯-୨୦ ଉଦଘାଟନ

0
406

ପାରଳାଖେମୁଣ୍ଡି, ୩୦/୧୦– ଗଜପତି ଜିଲ୍ଲା ଗୋଷାଣୀ ବ୍ଲକ୍ ରାଜ-ସୀତାପୁର ନିକଟରେ ଥିବା ସେଞ୍ଝୁରିଅନ୍ ବିଶ୍ୱବିଦ୍ୟାଳୟ ପରିସରରେ ପୂର୍ବାଞ୍ଚଳ ଅନ୍ତଃ-ବିଶ୍ୱବିଦ୍ୟାଳୟ ଚେସ୍ ପ୍ରତିଯୋଗିତା ୨୦୧୯-୨୦ ର ଉଦଘାଟନ ହୋଇଯାଇଛି।
ଏହି ପ୍ରତିଯୋଗିତାରେ ପୂର୍ବାଞ୍ଚଳରୁ ପଶ୍ଚିମବଙ୍ଗ, ଛତିଶଗଡ଼, ଉତ୍ତର ପ୍ରଦେଶ, ମଧ୍ୟପ୍ରଦେଶ, ମଣିପୁର, ବିହାର ଓ ଓଡ଼ିଶାର ବିଭିନ୍ନ ବିଶ୍ୱବିଦ୍ୟାଳୟର ଛାତ୍ରଛାତ୍ରୀ ମାନେ ଅଂଶଗ୍ରହଣ କରିଥିଲେ। ପ୍ରତିଯୋଗିତା ଉଦଘାଟନ ଉଛବ କାର୍ଯ୍ୟକ୍ରମରେ ସେଞ୍ଝୁରିଅନ୍ ବିଶ୍ୱବିଦ୍ୟାଳୟର ଉପ-କୁଳପତି ଡଃ: ସୁପ୍ରିୟା ପଟ୍ଟନାୟକ ମୁଖ୍ୟ ଅତିଥି ଭାବେ ଏବଂ ରେଜିଷ୍ଟ୍ରାର ଡଃ: ଅନୀତା ପାତ୍ର ସମ୍ମାନିତ ଅତିଥି ଭାବେ ଯୋଗ ଦେଇ ଚେସଂ ପ୍ରତିଯୋଗିତାକୁ ଉଦଘାଟନ କରିଥିଲେ।
ଉପ-କୁଳପତି ଡଃ: ସୁପ୍ରିୟା ପଟ୍ଟନାୟକ ପ୍ରତିଯୋଗିତାର ଉଦଘାଟନ ହେବାର ଘୋଷଣା କରିବା ପରେ ତାଙ୍କର ବକ୍ତବ୍ୟରେ ମୁଖ୍ୟତଃ ଶିକ୍ଷା ସହ କ୍ରୀଡ଼ାର ଆବଶ୍ୟକତା ଉପରେ ବିଶେଷ ଗୁରୁତ୍ବ ଦେଇ କୈାଣସି ଏକ ଖେଳ ନିଷ୍ଠାର ସହ ଶୃଙ୍ଗଳିତ ଭାବେ ଅଭ୍ୟାସ ଜାରି ରଖିଲେ ଭବିଷ୍ୟତରେ ସେ ଜଣେ ପ୍ରତିଷ୍ଠିତ ତଥା ଖେଳାଳି ହୋଇଥାଏ ବୋଲି କହିଥିଲେ।
ସମ୍ମାନିତ ଅତିଥି ରେଜିଷ୍ଟ୍ରାର ଡଃ: ଅନୀତା ପାତ୍ର ତାଙ୍କ ବକ୍ତବ୍ୟରେ ଖେଳାଳି ମାନେ ସବୁବେଳେ ଖେଳୁଆଡ ମନୋଭାବ ନେଇ ଶୃଙ୍ଗଳିତ ଭାବେ ଜାତିୟ ଓ ଆନ୍ତର୍ଜାତିୟ ପ୍ରତିଯୋଗିତା ଗୁଡିକରେ ଅଂଶ ଗ୍ରହଣ କରି ନିଜର ପ୍ରତିଭା ପ୍ରଦର୍ଶନ କରିବା ପାଇଁ ପରାମର୍ଶ ଦେଇଥିଲେ। ଏହା ପରେ ପ୍ରତିଯୋଗିତାରେ ଅଂଶଗ୍ରହଣ କରିଥିବା ଖେଳାଳି ମାନେ ଶପଥ ପାଠ କରାଇଥିଲେ।
ଶେଷରେ ପ୍ରତିଯୋଗିତା ସଂଯୋଜନା କମିଟିର ସମ୍ପାଦକ ଇଡିରାଜୁ, ଗୋବିନ୍ଦ ରାଓ, ଏବଂ ରବିନାରାୟଣ ରାଉତରାୟ ପ୍ରମୁଖ ସେମାନଙ୍କ ବକ୍ତବ୍ୟରେ ସର୍ବ ପ୍ରଥମ ପାଇଁ ଏହି ପୂର୍ବାଞ୍ଚଳ ବିଶ୍ୱବିଦ୍ୟାଳୟ ସ୍ତରୀୟ ଚେସଂ ପ୍ରତିଯୋଗିତାକୁ ସେଞ୍ଝୁରିଅନ୍ ବିଶ୍ୱବିଦ୍ୟାଳୟରେ ଆୟୋଜିତ ହେଉଅଛି ବୋଲି ସୂଚନା ଦେଇଥିଲେ।
ଏହି ପ୍ରତିଯୋଗିତା ଭାରତୀୟ କ୍ରୀଡ଼ା ପ୍ରାଧିକରଣ ଓ ଭାରତୀୟ ବିଶ୍ୱବିଦ୍ୟାଳୟ ସଂଘର ମିଳିତ ଆନୁକୂଲ୍ୟରେ ଅନୁଷ୍ଠିତ ହୋଇଛି। ଏହି ପ୍ରତିଯୋଗିତାର ସଫଳ ଆୟୋଜିତ ନିମନ୍ତେ ସେଞ୍ଝୁରିଅନ୍ ବିଶ୍ୱବିଦ୍ୟାଳୟର ଡେପୁଟି ରେଜିଷ୍ଟ୍ରାର ସଦୀପନ ପାଇକ , ଛାତ୍ର କଲ୍ୟାଣ ଅଧିକ୍ଷକ ଡଃ ସୁଶାନ୍ତ କୁମାର ପଟ୍ଟନାୟକ ପ୍ରମୁଖ୍ୟ ପରିଚାଳନାରେ ସହଯୋଗ କରିଥିଲେ। ଛାତ୍ରଛାତ୍ରୀ ଓ ସ୍ବେଛାସେବୀ ମାନଙ୍କ ଯୋଗଦାନ ଫଳରେ ଏହି ପ୍ରତିଯୋଗିତା ସଫଳ ଆୟୋଜନ ହୋଇପାରିଛି।
ରିପୋର୍ଟ:ପ୍ରଭାତ ପାତ୍ର

LEAVE A REPLY

Please enter your comment!
Please enter your name here