ଖଲ୍ଲିକୋଟ ବିଶ୍ବବିଦ୍ୟାଳୟ:ପୁରୁଷ ବାସ୍କେଟବଲ ଦଳର ବାରାଣସୀ ଗସ୍ତ

0
210

ବ୍ରହ୍ମପୁର, ୩୦/୧୦-ଖଲ୍ଲିକୋଟ ବିଶ୍ବବିଦ୍ୟାଳୟ କ୍ରିଡା ପରିଷଦ ପକ୍ଷ ରୁ ପୂର୍ବାଞ୍ଚଳ ଅନ୍ତଃ ବିଶ୍ବବିଦ୍ୟାଳୟ ପୁରୁଷ ବାସ୍କେଟବଲ ପ୍ରତିଯୋଗିତା ପାଇଁ ଏକ ୧୪ ଜଣିଆ ଦଳ ବୁଧବାର ଦିନ ବାରାଣସୀ ଅଭିମୁଖେ ଯାତ୍ରା କରିଛନ୍ତି। ଏହି ପ୍ରତିଯୋଗିତା ମାହାତ୍ମ୍ଯ ଗାନ୍ଧୀ ବିଦ୍ୟା ପୀଠ, ବାରାଣସୀ ଠାରେ ୨ ରୁ ୬ ନଭେମ୍ବର ପଯ୍ୟନ୍ତ ଅନୁଷ୍ଠିତ ହେବ। ଖଲ୍ଲିକୋଟ ବିଶ୍ବବିଦ୍ୟାଳୟ ଦଳ ରେ ଖଲ୍ଲିକୋଟ ମହାବିଦ୍ୟାଳୟ ର ଜଗନ୍ନାଥ ମହାପାତ୍ର, ସୁଦୀପ କୁମାର ସାହୁ, ଅବିନାଶ ସାହୁ, ଅଶ୍ବୀନ କୁମାର ମହାନ୍ତି, କିରଣ କୁମାର ବେହେରା, ସୁମିତ ଗୌଡ, କୋଟା ଶ୍ରବଣ, ଅପାର ରାଇତୋ, ଓ ଗୋପାଳପୁର ମହାବିଦ୍ୟାଳୟର ତୁଷାର କୁମାର ପାତ୍ର, ରୁଦ୍ର ନାରାୟଣ ଦାସ, ସୁନୀଲ କୁମାର ନାୟକ ସାମିଲ ହୋଇଛନ୍ତି। ମ୍ୟାନେଜର ଭାବରେ ଖଲ୍ଲିକୋଟ ମହାବିଦ୍ୟାଳୟର ସନ୍ତୋଷ କୁମାର ବେହେରା, କୋଚ ଭାବରେ ବରିଷ୍ଠ ପ୍ରଶିକ୍ଷକ ନବକିଶୋର ପ୍ରଧାନ ପ୍ରମୂଖ ଗସ୍ତ କରିଛନ୍ତି। କ୍ରିଡା ପରିଷଦ ର ସଂପାଦକ ସମେତ ସମସ୍ତ କର୍ମକର୍ତ୍ତା ଦଳ କୁ ଶୁଭେଚ୍ଛା ଜଣାଇଛନ୍ତି।

LEAVE A REPLY

Please enter your comment!
Please enter your name here