ଦୁଇ ଚେନ୍ ଲୁଟେରା ଗିରଫ, ବାଇକ୍ ଓ ମୋବାଇଲ ଜବତ୍

0
207

ବ୍ରହ୍ମପୁର,୧୭/୧୧: – ସଦରଥାନା ଅନ୍ତର୍ଗତ ନିଳାଞ୍ଚଳ ନଗରରୁ ଗତ ୧୪ ତାରିଖରେ ଜଣେ ଅଧ୍ୟାପିକାଙ୍କ ବେକରୁ ସୁନାଚେନା ଲୁଟ ଉଦ୍ୟମ ମାମଲାରେ ସଂପୃକ୍ତ ୨ ଜଣ ଅଭିଯୁକ୍ତଙ୍କୁ ଗିରଫ କରି ଆଜି କୋର୍ଟ ଚାଲାଣ କରିଥିବା ସଦର ପୋଲିସ ଠାରୁ ସୂଚନା ମିଳିଛି lଗିରଫ ହୋଇଥିବା ଦୁଇ ଲୁଟେରା ବୈଦ୍ୟନାଥ ପୁର ଥାନା ଅନ୍ତର୍ଗତ ଲାଞ୍ଜିପଲ୍ଲି ଗୁଡସେଡ୍ ରୋଡରେ ରହୁଥିବା ରାୟଗଡା ଜିଲ୍ଲାର ରୋହିତ କଲୋନୀର ହୀରାଲାଲ ବାହାଦୂରଙ୍କ ପୁଅ ସୁମନଲାଲ ବାହାଦୁର (୨୭),ଏବଂ ଅନ୍ୟ ଜଣେ ବଡ ବଜାର ଥାନା ଅନ୍ତର୍ଗତ ପାଣିଗ୍ରାହୀ ପେଣ୍ଠରେ ରହୁଥିବା ଯୋଗେନ୍ଦ୍ର ସାହୁଙ୍କ ପୁଅ ବଳିଆ ସାହୁ(୨୧)ବୋଲି ଜାଣିବାକୁ ମିଳିଛି lଏମାନଙ୍କ ନିକଟରୁ ଗୋଟିଏ ଓପ୍ପୋ ମୋବାଇଲ ସହ ଏକ ହିରୋ ହୋଣ୍ଡା (ଓଡି୦୭ଭି- ୨୨୩୨)ନଂ ବିଶିଷ୍ଟ ବାଇକ ଜବତ କରିଛନ୍ତି lସୂଚନା ଯୋଗ୍ୟ ଯେ ସିଟି କଲେଜର ଅଧ୍ୟାପିକା ଗତ୧୪ ତାରିଖ ଅପରାହ୍ନ ସାଢ଼େ ୪ଟା ସମୟରେ ଘରକୁ ଫେରୁଥିବା ସମୟରେ ୨ଜଣ ଯୁବକ ଏକ ବାଇକରେ ଅଧ୍ୟାପିକାଙ୍କ ପିଛା କରି ତାଙ୍କ ବେକରୁ ସୁନାଚେନ ଝାମ୍ପିବା ପାଇଁ ଚେଷ୍ଟା କରିଥିଲେ କିନ୍ତୁ ଅଧ୍ୟାପିକା ଜଣକ ତଳେ ପଡିଯିବାରୁ ସୁନାଚେନ ଲୁଟିବାରେ ବିଫଳ ହୋଇଥିଲେ l କିନ୍ତୁ ସେମାନେ ଧରିଥିବା ଏକ ମଦବୋତଲରେ ଅଧ୍ୟାପିକାଙ୍କୁ ଆକ୍ରମଣ କରି ଏକ ମୋବାଇଲ ଲୁଟି ନେଇ ଘଟଣା ସ୍ଥଳରୁ ଚମ୍ପଟ ମାରିଥିଲେ lଏହି ଘଟଣା ପରେ ମହିଳାଙ୍କ ସ୍ବାମୀ କେ.ଦିଲ୍ଲୀପ କୁମାର ସୁବୁଦ୍ଧି ସଦରଥାନାରେ ଗତ୧୪ ତାରିଖରେ ଅଭିଯୋଗ କରିବା ପରେ ୩୧୫/୧୯ରେ ଏକ ମାମଲା ରୁଜୁ କରି ଅତିରିକ୍ତ ଥାନା ଅଧିକାରୀ ବିଶ୍ବନାଥ ଜାଲି ଉକ୍ତ ଅଞ୍ଚଳରେ ଥିବା ବିଭିନ୍ନ ସିସିଟିଭି ଫୁଟେଜ ଯାଞ୍ଚ କରି ୨ ଲୁଟେରାଙ୍କୁ କାବୁ କରିବାରେ ସଫଳ ହୋଇଥିଲେ lଗିରଫଦାରୀଙ୍କ ନାମରେ ପୂର୍ବରୁ ଅନ୍ୟ କିଛି ଥାନାରେ ମଧ୍ୟ ଚୋରି,ଡକାୟତି ପରି ଅନେକ ମାମଲା ରହିଥିବା ବେଳେ ଉଭୟ ଲୁଟେରlଙ୍କ ବିରୋଧରେ ଆଇପିସି ଧାରା ୩୯୪ ରେ ଏକ ମାମଲା ରୁଜୁ କରି ଆଜି କୋର୍ଟ ଚାଲାଣ କରାଯାଇଥିବା ନେଇ ସଦର ଥାନା ଅଧିକାରୀ
ପ୍ରେସ୍ ରିଲିଜ ସୂଚନା ଦେଇଛନ୍ତି

LEAVE A REPLY

Please enter your comment!
Please enter your name here