ସାରଳା ସାହିତ୍ୟ ସଂସଦର ଆସର

0
216

ପାରଳାଖେମୁଣ୍ଡି ,୧୯/୧୧– ସାରଳା ସାହିତ୍ୟ ସଂସଦ ବ୍ରହ୍ମପୁର ଶାଖା ପକ୍ଷରୁ ଆଦିକବି ସାରଳା ଦାସ ଏବଂ ସାଳରା ମହାଭାରତର ସମ୍ପର୍କରେ ଓଡ଼ିଆ ଭାଷାକୁ ନେଇ ପାରଳାଖେମୁଣ୍ଡି ସ୍ଥିତ ଉତ୍କଳ ହିତ୍ୟେସିଣୀ ସମାଜ ସଭା ଗୃହଠାରେ ସାହିତ୍ୟ ଆସର ଅନୁଷ୍ଠିତ ହୋଇଯାଇଛି।
ସାହିତ୍ୟ ସଂସଦର ରାଜ୍ୟ ସଭାପତି ପ୍ରଫେସର ଇଂ. ପ୍ରଭାକର ସ୍ୱାଇଁଙ୍କ ସଭାପତିରେ ଆୟୋଜିତ କାର୍ଯ୍ୟକ୍ରମରେ ଗଜପତି ଜିଲ୍ଲାପାଳ ଅନୁପମ ଶାହା ମୁଖ୍ୟ ଅତିଥି ଭାବେ ଯୋଗଦେଇ ସାରଳା ଦାସଙ୍କ ରଚିତ ମହାଭାରତ ପଞ୍ଚଦଶ ଶତକର ଓଡ଼ିଶାର ନିଛକ ପ୍ରତିଛବି ଏବଂ ସାରଳା ସାହିତ୍ୟ ଆମ ଓଡ଼ିଶା ଜାତୀର ଦିଗୃଶକ ବୋଲି କହି ସାରଳା ଦାସ ବିଶ୍ୱ ସାହିତ୍ୟକୁ ଆଲୋକିତ କରିଛନ୍ତି ବୋଲି କହିଥିଲେ। ଅନ୍ୟ ତମ ଅତିଥି ଭାବେ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ସାରା ଶର୍ମା ଯୋଗଦେଇ ଓଡ଼ିଆ ସାହିତ୍ୟ ଓ ସଂସ୍କୃତି ଆଜି ସମଗ୍ର ବିଶ୍ବରେ ମାନ୍ୟତା ଲାଭ କରିଛି ସାରଳା ଦାସଙ୍କ ରଚିତ ମହାଭାରତ , ରାମାୟଣ, ଲକ୍ଷ୍ମୀନାରାୟଣ ବାଚନୀକା ପ୍ରଭୃତି କାଳଜୟ କୃତି ବୋଲି କହି ଓଡିଶାର ବିଭିନ୍ନ ଅଞ୍ଚଳର ଭାଷାକୁ ତାଙ୍କ ମହାଭାରତରେ ସଂଯୋଜିତ କରିଛନ୍ତି ବୋଲି କହିଥିଲେ। ଅନ୍ୟ ମାନଙ୍କ ମଧ୍ୟରେ ବରିଷ୍ଠ ସାରସ୍ବତ ସାଧକ ତଥା ଗବେଷକ ପୂଣ୍ଣଛିଦ୍ର ମହାପାତ୍ର, ମୁଖ୍ୟ ବକ୍ତାଭାବେ ଶିକ୍ଷାବିତ୍ ଗୈାର ଚନ୍ଦ୍ର ପିଡି ଯୋଗଦେଇ ଥିଲେ।
ଏହି ଅବସରରେ ଉପାନ୍ତ ଅଞ୍ଚଳରେ ସାହିତ୍ୟ ଓ ଓଡ଼ିଆ ଭାଷାର ଉନ୍ନତି କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ସାରସ୍ବତ ସାଧକ ତଥା ଗବେଷକ ପୂଣ୍ଣ ଚନ୍ଦ୍ର ମହାପାତ୍ରଙ୍କୁ ସଂସଦ ତରଫରୁ ସମ୍ମାନିତ କରାଯାଇଥିଲା।
ପ୍ରାରମ୍ଭରେ ବ୍ରହ୍ମପୁର ଶାଖାର ଯୁଗ୍ମ ଆବାହକ ତଥା ବ୍ରହ୍ମପୁର ବିଶ୍ଵବିଦ୍ୟାଳୟ ଓଡିଶା ଭାଷା ସାହିତ୍ୟ ବିଭାଗର ପ୍ରଫେସର ଡଃ ପ୍ରସନ୍ନ କୁମାର ସ୍ୱାଇଁ ସାରଳା ଦାସଙ୍କ ଅସାଧାରଣ କାବ୍ୟିକ ପ୍ରତିଭାର ଉପରେ ଆଲୋଚନା କରିଥିଲେ। ସଂସଦର କାର୍ଯ୍ୟକାରି କମିଟି ସଦସ୍ୟ ନାଟକକାର ସନ୍ନିତ କୁମାର ପଟ୍ଟନାୟକ ସ୍ବାଗତ ଭାଷଣ ପ୍ରଦାନ କରିଥିଲେ। ସଭାର ପ୍ରାରମ୍ଭରେ ସ୍ଥାନୀୟ କଳାକାରମାନେ “ବନ୍ଦେ ଉତ୍କଳ ଜନନୀ ” ସଙ୍ଗୀତ ପରିବେଷଣ କରିଥିଲେ। ଶେଷରେ ସାହିତ୍ୟିକ ବିନୋଦ ଚନ୍ଦ୍ର ଜେନା ଉପସ୍ଥିତ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ କରିଥିଲେ।


ରିପୋର୍ଟ:ପ୍ରଭାତ ପାତ୍ର

LEAVE A REPLY

Please enter your comment!
Please enter your name here