ଗଞ୍ଜାମ ଜିଲ୍ଲା ପ୍ରଶାସନ ର 5-T ବୌଠକ

0
160

ଛତ୍ରପୁର,୨୪/୧୧-(ହିମାଶୁଂ ଶେଖର ସାବତ) –ଛତ୍ରପୁରସ୍ଥିତ ଜିଲାପରିଷଦ ଭବନ ଋଷିକୁଲ୍ୟା ସମ୍ମିଳନୀ ଗୃହରେ ସରକାରଙ୍କ ୫-ଟି ନେଇ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି। ଏଥିରେ ଜିଲାପାଳ ବିଜୟ ଅମୃତା କୁଲାଙ୍ଗେ ଯୋଗଦେଇ ଉପସ୍ଥିତ ବିଡିଓ, ତହସିଲଦାର ଓ ବିଭିନ୍ନ ବିଭାଗୀୟ ଅଧିକାରୀଙ୍କୁ ୫-ଟି ମନ୍ତ୍ର ଦେଇଥିଲେ। ଜିଲାର ସମସ୍ତ କାର୍ଯ୍ୟାଳୟରେ ଏବଂ ସମସ୍ତ କାର୍ଯ୍ୟରେ ୫-ଟି କାର୍ଯ୍ୟକାରୀ କରିବାକୁ ଗୁରୁତ୍ୱାରୋପ କରିଥିଲେ। ୫-ଟିକୁ ସଫଳ ଭାବେ କାର୍ଯ୍ୟକାରୀ ପାଇଁ ୧୬ ସୂତ୍ରୀ ଡ୍ରାଫ୍ଟ ପ୍ରସ୍ତୁତ କରାଯାଇଛି। ଏଥିରେ ସ୍ବାସ୍ଥ୍ୟ, ଶିକ୍ଷା, ପରିମଳ ଠାରୁ ଆରମ୍ଭ କରି ବିଭିନ୍ନ ସେବାକୁ ଅନ୍ତର୍ଭୁକ୍ତ କରାଯାଇଛି । ଏଣିକି ପ୍ରତି ସରକାରୀ କାର୍ଯ୍ୟାଳୟରେ ବାୟୋମେଟ୍ରିକ ଉପସ୍ଥାନ ଓ ଅଧିକାରୀମାନଙ୍କ ଟୁର୍‌ ଡାଏରୀ ୧୫ ଦିନକୁ ଥରେ ଦାଖଲ କରିବା ବାଧ୍ୟତାମୂଳକ ହେବ। ଏଥିରେ ଖିଲାପ କଲେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଜିଲାପାଳ ସତର୍କ କରାଇ ଦେଇଥିଲେ । ଏଣିକି ପଲିଥିନ ବଦଳରେ ପେପର୍‌ ବ୍ୟାଗ୍‌ରେ ଛତୁଆ ପ୍ୟାକିଂ ହେବ। ସହର ଭଳି ଗ୍ରାମାଞ୍ଚଳରେ ମଧ୍ୟ ପଲିଥିନ ବ୍ୟାନ୍‌ କରିବାକୁ କୁହାଯାଇଥିଲା। ଗୋପାଳପୁର, ସୁନପୁର ଓ ବିଭିନ୍ନ ଡ୍ୟାମ୍‌ ନିକଟରେ ଲୋକେ ଯେଭଳି ପଲିଥିନ ଓ ପ୍ଲାଷ୍ଟିକ୍‌ ପ୍ଲେଟ୍‌ ନ ଫିଙ୍ଗିବେ ସେ ନେଇ ସଚେତନ କରିବାକୁ କୁହାଯାଇଛି। ସ୍କୁଲଗୁଡିକରେ ପିଲାଙ୍କ ପାଇଁ ୱାଟର ବଟଲ ଦାନ କରିବାକୁ ସମସ୍ତ ଅଧିକାରୀଙ୍କୁ ଜିଲାପାଳ ଅନୁରୋଧ କରିଥିଲେ । ଆସନ୍ତା ୨୫ତାରିଖରୁ ସମସ୍ତ ସ୍କୁଲରେ ୱାଟର ବେଲ୍‌ ବଜାଯିବ। ଏହା ଶୁଣିବା ପରେ ପିଲାମାନେ ପାଣି ପିଇବେ । ସମସ୍ତ ଆର୍‌ଆଇ ଅଫିସରେ ପାଣି ବ୍ୟବସ୍ଥା କରାଯିବ। କେନାଲ ମରାମତି ଓ ପୁନରୁଦ୍ଧାର କାମ ଏମ୍‌ଜିଏନ୍‌ଆର୍‌ଇଜିଏସ୍‌ରେ କରାଯିବ ବୋଲି ଡିଆରଡିଏ ପିଡି ଇଂ.ସିଦ୍ଧାନ୍ତ ଶଙ୍କର ସ୍ବାଇଁ କହିଥିଲେ । ବୈଠକରେ ଅତିରିକ୍ତ ଜିଲାପାଳ କବୀନ୍ଦ୍ର କୁମାର ସାହୁ ଓ ଲକ୍ଷ୍ମୀକାନ୍ତ ସେଠୀ, ବ୍ରହ୍ମପୁର ଉପଜିଲାପାଳ ସିନ୍ଧେ ଦତାତ୍ରୟ ଭାଉସାହେବ, ଛତ୍ରପୁର ଉପଜିଲାପାଳ ପ୍ରିୟରଞ୍ଜନ ପୃଷ୍ଟି, ଭଞ୍ଜନଗର ଉପଜିଲାପାଳ ରାଜେନ୍ଦ୍ର ମିଞ୍ଜ, ଡୁଡା ପିଡି ସୁଦାମ ଚରଣ ମଣ୍ଡଳ ଉପସ୍ଥିତ ଥିଲେ ।

LEAVE A REPLY

Please enter your comment!
Please enter your name here