ଯୁବ ଆଡ଼ଭୋକେଟ ପ୍ରଦୀପ କୁମାର ପାଢୀ ଙ୍କ ଅକାଳ ବିୟୋଗ ରେ ପାରଳାଖେମୁଣ୍ଡି ରେ ଶୋକର ଛାୟା

0
199

 

ପାରଳାଖେମୁଣ୍ଡି,୨୯/୧୧–ଯୁବ ଆଡ଼ଭୋକେଟ ପ୍ରଦୀପ କୁମାର ପାଢୀ ଙ୍କ ଅକାଳ ବିୟୋଗ ରେ ଗଜପତି ଜିଲ୍ଲାରେ ଶୋକର ଛାୟା ଖେଳାଇ ଦେଇଛି।ମୁର୍ତ୍ୟୁ ବେଳକୁ ଆଡ଼ଭୋକେଟ ପାଢ଼ୀ ଙ୍କୁ ମାତ୍ର ୪୧ ବର୍ଷ ହୋଇଥିଲା।ହୂର୍ଦ ରୋଗରେ ଆକ୍ରାନ୍ତ ହୋଇ ବିଶାଖାପାଟଣା ଏକ ଘରୋଇ ହସ୍ପିଟାଲରେ ଚିକିଶ୍ରିତ ଅବସ୍ଥାରେ ତାଙ୍କର ବିୟୋଗ ହୋଇଯାଇଛି।ତାଙ୍କ ମୂର୍ତ୍ୟରେ ଆଜି ଖଞ୍ଜା ସାହି ଛକ ଠାରେ ଏକ ଶୋକ ଶୋଭା ଅନୁଷ୍ଠିତ ହୋଇଥିଲା।ଏହି ଶୋଭା ରେ ଏ ଅଞ୍ଚଳର ଜନସାଧାରଣ ଯୋଗ ଦେଇ କେଣ୍ଡାଲ ଲଗାଇ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ।ଶୋକ ସଭାରେ ବରିଷ୍ଠ ଆଇନଜୀବୀ ଅଶୋକ ପାଣିଗ୍ରାହୀ, କୃଷ୍ଣ ପଟ୍ଟନାୟକ,,କାଶୀ ଦାସ, ବିଜୟ ହୋତା, ପ୍ରମୋଦ ପାଣିଗ୍ରାହୀ, ଭି, ଚନ୍ଦ୍ରଶେଖର ରାଓ ଏଡାଲl ରମୁଲୁ ,ବରିଷ୍ଠ ସାମ୍ବାଦିକ ଗରୁଡ ଧ୍ୱଜ ଚୋୖଧୁରୀ, ଚିକଲl ଶ୍ରୀନୁ, ଦିଲ୍ଲୀପ ଦାଶ ପ୍ରମୂଖ ଯୋଗ ଦେଇ ଆଡ଼ଭୋକେଟ ପାଢ଼ୀ ଙ୍କ ଅକାଳ ବିୟୋଗ ରେ ଶୋକ ପ୍ରକାଶ କରିବା ସହ ସେ ଜଣେ ଏକାଧାରରେ ଆଇନଜୀବି ସହ ସମାଜ ସେବୀ ମଧ୍ୟ ଥିଲେ ବୋଲି କହିଥିଲେ।ତାଙ୍କ ପରିବାର ବର୍ଗଙ୍କୁ ସମବେଦନା ଜଣାଇଥିଲେ।ଏ ସମସ୍ତ କାର୍ଯ୍ୟକ୍ରମ କୁ ଚକାଲl ଶ୍ରୀନୁ ପରିଚାଳନା କରିଥିଲେ।

LEAVE A REPLY

Please enter your comment!
Please enter your name here