ହିଞ୍ଜିଳିକାଟୁ: ଡିସେମ୍ବର ୨୦ ସୁଦ୍ଧା ବସ୍ ଟର୍ମିନାଲ ଶେଷ କରିବାକୁ ଜିଲ୍ଲାପାଳ ଙ୍କ ନିର୍ଦ୍ଦେଶ

0
275

ହିଞ୍ଜିଳିକାଟୁ ୨୯/୧୧(ପ୍ରିୟବ୍ରତ ପଣ୍ଡା):- ଗଂଜାମ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେ ଶୁକ୍ରବାର ହିଂଜିଳି ଗ୍ରସ୍ତରେ ଆସି ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟର ସମୀକ୍ଷା କରିବା ସହ ନୂତନ କାର୍ଯ୍ୟ ଗୁଡିକ ଆସନ୍ତା ଡିସେମ୍ବର ୨୦ ତାରିଖ ସୁଦ୍ଧା ନିର୍ମାଣଧିନ ବସ ଟର୍ମିନାଲ କାର୍ଯ୍ୟ ଶେଷ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । ଗଂଜାମ ଜିଲ୍ଲାପାଳ ଶ୍ରୀ କୁଲାଙ୍ଗେ ସକାଳ ୭ଟା ସମୟରେ ହିଞିଳିକାଟୁ ପୌର ପରିଷଦ ନିର୍ମାଣଧିନ ଥିବା ବସ ଟର୍ମିନାଲ ବୁଲି ଦେଖିବା ସହ ଡ଼ିସେମ୍ବର ୨୦ ତାରିଖ ସୁଦ୍ଧା ନିର୍ମାଣ କାର୍ଯ୍ୟ ସମ୍ପୂର୍ଣ୍ଣ କରିବାକୁ ଠିକାଦାରଙ୍କୁ ନିର୍ଦ୍ଦେଶ ଦେଇଥିଲେ । ପରେ ଆରଏମସି ପରିସରରେ ନିର୍ମାଣଧିନ ଥିବା ୮୦ ଶର୍ଯ୍ୟା ବିଶିଷ୍ଟ ଉପଖଣ୍ଡ ଚିକିତ୍ସାଳୟ ବୁଲି ଦେଖିଥିଲେ । ଚିକିତ୍ସାଳୟକୁ ସମ୍ପୂର୍ଣ୍ଣ ଭାବେ ଶୀତତାପ ନିିୟନ୍ତ୍ରିତ କରିବାକୁ ପାଇଁ ବିଭାଗୀୟ ନିର୍ବାହୀ ଯନ୍ତ୍ରୀଙ୍କୁ ପରାମର୍ଶ ଦେଇଥିଲେ । ସେଠାରୁ ଆଙ୍କୋରୋଡ଼ା ଗ୍ରାମ ଦେଇ ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର ଠାରୁ ହିଂଜିଳି ଗ୍ରାମକୁ ସଂଯୋଗ କରୁଥିବା ରାସ୍ତାଟି ଅତି କଦର୍ଯ୍ୟ ହୋଇ ପଡ଼ିଥିବା ଦେଖି ତୁରନ୍ତ ରାସ୍ତାକୁ ନିର୍ମାଣ କରିବା ସକାଶେ ପୂର୍ତ ବିଭାଗୀୟ ଯନ୍ତ୍ରୀଙ୍କୁ ନିର୍ଦ୍ଦେଶ ଦେଇଥିଲେ । ସେଠାରୁ ସ୍ଥାନୀୟ ବ୍ଳକ ଶାସନ ଆମ୍ବଗାଁ ଗ୍ରାମରେ ପଂହଚି ଆଦର୍ଶ ବିଦ୍ୟାଳୟ ନିକଟରେ ନିର୍ମାଣଧିନ ଥିବା ୧୦୦ ସିଟ୍ ବିଶିଷ୍ଟ ହଷ୍ଟେଲର ନିର୍ମାଣ କାର୍ଯ୍ୟ ତୁରନ୍ତ ସାରିବାକୁ ନିର୍ଦ୍ଦେଶ ଦେଇଥିଲେ । ଏହି ଗ୍ରସ୍ତରେ ଉପ ଜିଲ୍ଲାପାଳ ପ୍ରିୟରଞ୍ଜନ ପୃଷ୍ଟି, ପୂର୍ତ ବିଭାଗୀୟ ନିର୍ବାହୀ ଯନ୍ତ୍ରୀ ତପନ କୁମାର ପାଣିଗ୍ରାହୀ, ଏସଡ଼ିଓ ଦିଲ୍ଲିପ କୁମାର ମିଶ୍ର, ତହସିଲଦାର ଗୋପିନାଥ କୁଅଁର, ବିଡ଼ିଓ ପ୍ରସନ କୁମାର ପାତ୍ର, ପୌରପରିଷଦ ନିର୍ବାହୀ ଅଧିକାରୀ ଡ଼ଃ. ମନୋରଂଜନ ସାହୁ, ପୂର୍ତ୍ତ ବିଭାଗୀୟ ସହକାରୀ ଯନ୍ତ୍ରୀ ଉମାଚରଣ ପାଢି, ଲଡ଼ୁ କିଶୋର ପଣ୍ଡା, ପୌର ପରିଷଦ କନିଷ୍ଠ ଯନ୍ତ୍ରୀ ମାନସ ରଂଜନ ଦାଶ, ଦିଲ୍ଲିପ କୁମାର ମିଶ୍ର ପ୍ରମୁୂଖ ଉପସ୍ଥିତ ଥିଲେ ।

LEAVE A REPLY

Please enter your comment!
Please enter your name here