ଟାଟା ଏସି ଧକ୍କାରେ ଅଜା ନାତୁଣୀ ଗୁରୁତର

0
171

ହିଞିଳିକାଟୁ, ୩/୧୨(ପ୍ରିୟବ୍ରତ ପଣ୍ଡା):- ହିଞିଳି ଥାନା ଅନ୍ତର୍ଗତ ପୋଡ଼ଙ୍ଗୀ ଛକ ନିକଟରେ ମଙ୍ଗଳବାର ପୂର୍ବାହ୍ନ ୩ଟା ସମୟରେ ଏକ ଟାଟା ଏସି ଧକ୍କାରେ ଅଜାନାତୁଣୀ ଗୁରୁତର ଭାବେ ଆହତ ହୋଇଛନ୍ତି। ଘଟଣା ସ୍ଥଳରୁ ସ୍ଥାନୀୟ କିଛି ଜନସାଧାରଣ ଆହତମାନଙ୍କୁ ଉଦ୍ଧାର କରି ହିଞିଳି ଉପଖଣ୍ଡ ଚିକିତ୍ସାଳୟରେ ଭର୍ତ୍ତି କରିଛନ୍ତି ।ଆହତ ମାନେ ହେଲେ ପୋଡିଙ୍ଗି ଗ୍ରାମର ଦୁର୍ଗା ପାଢ଼ୀଙ୍କ ଝିଅ ସୁମରନ ପାଢ଼ୀ(୧୦) ଓ ତାଙ୍କ ଶଶୁର ମଙ୍ଗୁଳୁ ସାହୁ (୫୦),ବୋଲି ଜଣାପଡିଛି ।ସୂଚନା ଅନୁଯାୟୀ ମଙ୍ଗଳବାର ମଙ୍ଗୁଳୁ ସାହୁ ପିତଳ ଚନ୍ଦ୍ରିକା ଆବାସିକ ବିଦ୍ୟାଳୟ ପଞ୍ଚମ ଶ୍ରେଣୀରେ ପଢ଼ୁଥିବା ନାତୁଣୀ ସୁମରନଙ୍କୁ ନେଇ ଗ୍ରାମକୁ ଫେରୁଥିବା ବେଳେ ପୋଡ଼ଙ୍ଗୀ ଛକ ନିକଟରେ ଦୃତ ଗତିରେ ଆସିକା ରୁ ବ୍ରହ୍ମପୁର ଅଭିମୁଖେ ଯାଉଥିବା ଏକ ଟାଟା ଏସି ବାଇକ ର ପଛପଟୁ ଚୋରରେ ଧକ୍କା ଦେଇଥିଲା ।ଫଳରେ ଅଜାନାତୁଣୀ ଛିଟିକି ପଡ଼ି ଥିଲେ ।ମଙ୍ଗୁଳୁ ଙ୍କ ମୁଣ୍ଡ ଓ ଦୁଇ ଗୋଡ଼ ପ୍ରବଳ ଆଘାତ ହୋଇଥିବା ବେଳେ ସୁମରନଙ୍କ ଡାହାଣ ପାଶ୍ୱ ଆଘାତ ଲାଗିଥିଲା ।ରକ୍ତାକ୍ତ ଅବସ୍ଥାରେ ସ୍ଥାନୀୟ ଲୋକେ ଉଦ୍ଧାର କରି ପ୍ରଥମେ ହିଞିଳି ଉପଖଣ୍ଡ ଚିକିତ୍ସାଳୟ ରେ ଭର୍ତ୍ତି କରିଥିଲେ ।ପରେ ଅବସ୍ଥା ଗୁରୁତର ହେବାରୁ ଉଭଙ୍କୁ ୧୦୮ ଆମ୍ବୁଲାନ୍ସ ଯୋଗେ ବ୍ରହ୍ମପୁର ବଡ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି ।ଏ ନେଇ ହିଞିଳି ଥାନାରେ ଲିଖିତ ଅଭିଯୋଗ ହୋଇଥିବା ଜଣାଯାଇଛି। ଘଟଣା ସ୍ଥଳରେ ସ୍ଥାନୀୟ ପୋଲିସ ପହଞ୍ଚି ଘଟାଇଥିବା ଗାଡିକୁ ଜବତ କରି ଘଟଣାର ତଦନ୍ତ ଚାଲିଥିବା ଜଣାପଡିଛି।

LEAVE A REPLY

Please enter your comment!
Please enter your name here