କୁଆଡେ ଗଲା ସରକାର ଙ୍କ 5-T, WATCO ଅଧିନ ରେ ହୋଉଛି ବିନା ଟେଣ୍ଡର ରେ କୋଟି କୋଟି ଟଙ୍କାର କାର୍ଯ୍ୟ।

0
224

ଭୂବନେଶ୍ୱର, ୦୫/୧୨-(ବ୍ୟୁରୋ ରିପୋର୍ଟ) – ରାଜ୍ଯ ସରକାର ଶହ ଶହ କୋଟି ବ୍ୟୟ ବରାଦ କରି ଜନସାଧାରଣଙ୍କ ପାଇଁ ବିଭିନ୍ନ ଯୋଜନା କରୁଛନ୍ତି। କିନ୍ତୁ କେତେକ ଦୂର୍ନତୀଖୋର ତଥା ଅପାରଗ ଅଧିକାରୀ ଙ୍କ ସ୍ବାର୍ଥ ରେ ସରକାରୀ ରାଜସ୍ବ ହରଲୁଟ ହେଉଥିବା ଜଣାଯାଇଛି। ଯାହା ଫଳ ରେ ସରକାର ଙ୍କ 5-T ର ସ୍ବଚ୍ଛତା ଉପରେ ପ୍ରଶ୍ନ ଉଠିଛି। ନଗର ଉନ୍ନୟନ ବିଭାଗ ଅଧିନ watco ର ଜରିଆ ୨୪ ଘଣ୍ଟିଆ ଜଳ ଯୋଗାଣ ପାଇଁ 24×7 ଓ Drink from Tap ଯୋଜନାରେ ପ୍ରାୟ ୧୫୦ କୋଟି ରୁ ଉର୍ଦ୍ଧ୍ବ ଟଙ୍କା ବ୍ୟୟବରାଦ ପାଇଁ ବଜେଟ ରେ ବ୍ୟବସ୍ଥା କରାଯାଇଛି। ଏହି ଯୋଜନା ଅନ୍ତର୍ଗତ ରେ ପ୍ରଥମେ ମୋଟ ୪ ଟି ପାଇଲଟ୍ ପ୍ରୋଜେକ୍ଟ ଭାବେ ଭୂବନେଶ୍ୱର ୩ଟି ଓ ପୁରୀ ରେ ଗୋଟିଏ କାର୍ଯ୍ୟ ହାତ କୁ ନିଆଯାଇଥିବା ଏବଂ ଏଥି ପ୍ରାୟ ୧୦୦ କୋଟି ଟଙ୍କା ରୁ ଉର୍ଦ୍ଧ୍ବ କାର୍ଯ୍ୟ କୁ ବିନା ଟେଣ୍ଡର ହେଉଥିବା ଜଣାଯାଇଛି।ଯାହାକି କୌଣସି ଖବର କାଗଜ ରେ ଟେଣ୍ଡର ପ୍ରକାଶ ପାଇ ନଥିବା ଜଣାପଡ଼େ।ଏହା ସହ କାର୍ଯ୍ୟ କୁ ଭାଗ ଭାଗ କରି (split )କରି (below 5 lakhs) ରେ estimate କରାଯାଇ କାର୍ଯ୍ୟ କରାଯାଉଛି। watco ଅଧିନ ରେ କାର୍ଯ୍ୟରତ ଥିବା ଉଚ୍ଚପଦସ୍ଥ ଯନ୍ତ୍ରୀ ମାନଙ୍କ ନିଜ ଲୋକ ତଥା ଅନୁଗତ ମାନଙ୍କ ନାମ ରେ ଏହି ସବୁ କାର୍ଯ୍ୟ ସବୁ ହେଉଥିବା ଜଣାଯାଇଛି। ଏଠାରେ ପ୍ରଶ୍ନ ଉଠୁଛି ଯେ,ବିନା ଟେଣ୍ଡର ରେ ଓ (below 5 lakhs) ରେ କାର୍ଯ୍ୟ କରିବାକୁ କେଉଁ ଅଧିକାରୀ ଦାଯିତ୍ବ ରେ ଅଛନ୍ତି ଏବଂ ତାଙ୍କୁ କିଏ ଏପରି କରିବାକୁ ଅନୁମତି ଦେଇଛନ୍ତି। ଏଠାରେ ସରକାର ଙ୍କ 5-T କୁଆଡେ ଗଲା। ସ୍ବଚ୍ଛ ଶାସନ ଡିଣ୍ଡିମ ପିଟୁଥିବା ବିଭାଗୀୟ ଶାସନ ସଚିବ କ’ଣ ଏହା ଜାଣୁ ନାହାନ୍ତି କି? ଏପରି ବଡ ଧରଣର (Highly- irregularities) ଅନିୟମିତତା କୁ ବିଭାଗୀୟ ଶାସନ ସଚିବ ଉପଲବ୍ଧି କରି, ତୁରନ୍ତ କାର୍ଯ୍ୟାନୁଷ୍ଠାନ ନ ଗ୍ରହଣ କରିଲେ ଆଗାମୀ ଦିନ ରେ ଭୂବନେଶ୍ୱର ବାସୀ ଲୋକପାଳ ଠାରେ ଦ୍ବାରସ୍ଥ ହେବାକୁ ପଛାଇବେ ନାହିଁ।

LEAVE A REPLY

Please enter your comment!
Please enter your name here