ଓଡ଼ିଶା ଆଦର୍ଶ ବିଦ୍ୟାଳୟ ପରିଚାଳନା ଉନ୍ନୟନ କମିଟି ବୈଠକ।

0
220

ହିଞିଳିକାଟୁ,୧୧/୧୨(ପ୍ରିୟବ୍ରତ ପଣ୍ଡା)- ହିଞିଳିକାଟୁ ବ୍ଳକ ଅନ୍ତର୍ଗତ ଶାସନଆମ୍ବଗାଁ ସ୍ଥିତ ଓଡିଶା ଆଦର୍ଶ ବିଦ୍ୟାଳୟ ପରିସରେ ମଙ୍ଗଳବାର ପରିଚାଳନା ଉନ୍ନୟନ କମିଟି ବୈଠକ ଅନୁଷ୍ଠିତ ହୋଇଯାଇଛି । ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତ କୁଲାଙ୍ଗେଙ୍କ ଅଧ୍ୟକ୍ଷତାରେ ଏହି ବୈଠକରେ ବିଗତ ଦିନର ବିଦ୍ୟାଳୟ ପରିଚାଳନା, ଛାତ୍ରଛାତ୍ରୀଙ୍କ ପାଠ୍ୟକ୍ରମର ବିକାଶ ଓ ବିଦ୍ୟାଳୟର ବିଭିନ୍ନ ଉନ୍ନୟନ ସମସ୍ୟା ବିଷୟରେ ଆଲୋଚନା କରିଥିଲେ ।ବିଦ୍ୟାଳୟର ଅଧ୍ୟକ୍ଷ ଅରୁଣ କୁମାର ପଟେଲ ଶ୍ରୀ ଜିଲ୍ଲାପାଳଙ୍କୁ ସମସ୍ତ ଉନ୍ନୟନ କାର୍ଯ୍ୟ ସମସ୍ୟା ଭିତିକ କାର୍ଯ୍ୟ ଗୁଡିକ ପି.ଜି.ଟି,କେମେଷ୍ଟି ବିଯୁକ୍ତି,ଅସମ୍ପୂର୍ଣ୍ଣ ଛାତ୍ରୀ ନିବାସ,ଖେଳ ପଡିଆ ବିଷୟ ନେଇ ଜଣାଇଥିଲେ ।ଜିଲ୍ଲାପାଳ ଏସୁବୁ ତୁରନ୍ତ ସମାଧାନ କରାଇବା ପାଇଁ ସଂପୃକ୍ତ ପଦ ଅଧିକାରୀ ମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ।ପରେ ଶ୍ରେଣୀ ଗୃହରେ ଶିକ୍ଷକ, ଶିକ୍ଷୟତ୍ରୀ ମାନେ ଉପଯୁକ୍ତ ଶିକ୍ଷାଦାନ ପଦ୍ଧତି ଗ୍ରହଣ କରି ଛାତ୍ରଛାତ୍ରୀ ମାନଙ୍କୁ ଶିକ୍ଷାପ୍ରଦାନ କରିବା ପାଇଁ ଉପଦେଶ ଦେଇଥିଲେ।ଅନ୍ୟମାନଙ୍କ ମଧ୍ୟରେ ଜିଲ୍ଲା ଶିକ୍ଷା ଅଧିକାରୀ ପ୍ରତିନିଧି ତଥା ଜିଲ୍ଲା ବିଜ୍ଞାନ ନିରୀକ୍ଷକ ପନ୍ନ ଗ ଭୂଷଣ ମାଝୀ, ବ୍ଳକ ଅଧ୍ୟକ୍ଷ ଏନ. ରଘୁନାଥ ,ହିଞିଳିକାଟୁ ଗୋଷ୍ଠୀ ଶିକ୍ଷାଧିକାରୀ ବସନ୍ତ କୁମାର ପଣ୍ଡା,ଏବିଇଓ ବିଶ୍ୱନାଥ ମହାରଣା ,ବେଲଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟ ଅଧିକାରୀ ଅନୀଲ ରଥ,ଭି.ଏମ୍.ଡି.ସି ସଦସ୍ୟ ହେମନ୍ତ କୁମାର ପାଢୀ,ମନୋଜ ସେଠୀ ଏଇଇ ହେମନ୍ତ କୁମାର ହୋତା ପ୍ରମୁଖ ଉପସ୍ଥିତ ଥିଲାବେଳେ ବିଦ୍ୟାଳୟର ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ ।

LEAVE A REPLY

Please enter your comment!
Please enter your name here