ଓଡ଼ିଶା ଆଦର୍ଶ ବିଦ୍ୟାଳୟ ୱେବ୍‌ସାଇଟ ଉନ୍ମୋଚିତ | ଭୁବନେଶ୍ବର ରବୀନ୍ଦ୍ର ମଣ୍ଡପରେ ଉନ୍ମୋଚନ କଲେ ମୂଖ୍ୟମନ୍ତ୍ରୀ ।

0
209

 

ଭୂବନେଶ୍ୱର,୧୧/୧୨-(ବ୍ୟୁରୋ ରିପୋର୍ଟ) ମୁଖ୍ୟମନ୍ତ୍ରୀ ଆଜି ଓଡିଶା ଆଦର୍ଶ ବିଦ୍ୟାଳୟର ୱେବସାଇଟ୍ କୁ ଉନ୍ମୋଚିତ କରିଛନ୍ତି । ରାଜଧାନୀ ଭୁବନେଶ୍ୱର ରବୀନ୍ଦ୍ର ମଣ୍ଡପରେ ଠାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଙ୍କ ଦ୍ବାରା ଉନ୍ମୋଚିତ ହୋଇଛି। ଏହି ଆଦର୍ଶ ବିଦ୍ୟାଳୟର ୱେବସାଇଟ୍ ହେଉଛି http://oav.esu.in, https://oav.edusols.com/ । ଏହା ସହ ଭୁବନେଶ୍ୱରରେ ଖୁବଶୀଘ୍ର ଖୋଲିବ ମଡେଲ ଆଦର୍ଶ ବିଦ୍ୟାଳୟ । ଏଥିପାଇଁ ଜାଗା ମଧ୍ଯ ଚିହ୍ନଟ ହୋଇସାରିଛି । ଖୁବଶୀଘ୍ର ନିର୍ମାଣ କାମ ଆରମ୍ଭ ହେବ । ଏବେ ରାଜ୍ୟରେ ୨୧୪ଟି ଆଦର୍ଶ ବିଦ୍ୟାଳୟ ରହିଛି । ୨୦୨୦-୨୧ ସୁଦ୍ଧା ଆଉ ୨୭ଟି ଖୋଲିବାର ଯୋଜନା ରହିଛି । ଏଥିରେ ନାମଲେଖାର ସୁଯୋଗ ପାଇବେ ସବୁ ଜିଲ୍ଲାର ଛାତ୍ରଛାତ୍ରୀ । ସ୍କୁଲରେ ପାଠପଢା ସହ ଧନ୍ଦାମୂଳକ ଶିକ୍ଷାକୁ ଗୁରୁତ୍ୱ ଦିଆଯିବ । ଏନେଇ ଆଜି ସୂଚନା ଦେଇଛନ୍ତି ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶ ।
ଉଲ୍ଲେଖଯୋଗ୍ୟ ଯେ, ରାଜ୍ୟରେ ଶିକ୍ଷାର ବିକାଶ ପାଇଁ ଆଦର୍ଶ ବିଦ୍ୟାଳୟ ବ୍ୟବସ୍ଥା ଆରମ୍ଭ ହୋଇଛି। ଖୁବଶୀଘ୍ର ରାଜ୍ୟରେ ପ୍ରତି ବ୍ଲକରେ ଏହିପରି ବିଦ୍ୟାଳୟ ର୍ନିମାଣ ହେବ ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି। ଗଞ୍ଜାମ ଜିଲ୍ଲା ହିଞ୍ଜିଳିକାଟୁ ନିର୍ବାଚନ ମଣ୍ଡଳୀରଶାସନ ଆମ୍ବଗାଁରେ ୨କୋଟି ୭୪ ଲକ୍ଷ ୧୩ ହଜାର ଟଙ୍କା ବ୍ୟୟରେ ଏହି ଆଦର୍ଶ ବିଦ୍ୟାଳୟର ସ୍ଥାପନା କରାଯାଇଥିଲା । ଏହାର ଶୁଭ ଉଦଘାଟନ ଅବସରରେ ସୂଚନା ଦେଇ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ କହିଥିଲେ ଯେ, ‘ଗୁଣାତ୍ମକ ଶିକ୍ଷା ପ୍ରଦାନ କରିବା ପାଇଁ ରାଜ୍ୟ ସରକାର ବଦ୍ଧ ପରିକର। ଏଣିକି ଶିକ୍ଷା ପାଇଁ ଛାତ୍ରଛାତ୍ରୀମାନଙ୍କୁ ବାହରକୁ ଯିବାକୁ ପଡିବ ନାହିଁ।

LEAVE A REPLY

Please enter your comment!
Please enter your name here