ମା, କୁରେଈଶୁଣି ଠାକୁରାଣୀଙ୍କ ଘଟ ପର୍ବ ପାଇଁ ପ୍ରସ୍ତୁତି ବୈଠକ

0
445

ପାରଳାଖେମୁଣ୍ଡି ,୧୧/୧୨(ପ୍ରଭାତ ପାତ୍ର)- ପାରଳାଖେମୁଣ୍ଡି ସ୍ଥିତ ଓଡିଆ ଭଣ୍ଡାରି ସାହି ସ୍ଥିତ ମା, କୁରେଈଶୁଣି ଠାକୁରାଣୀଙ୍କ ଘଟ ପର୍ବ ପାଇଁ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ମା’ଙ୍କ ଘଟ ପର୍ବ କିପରି ଆୟୋଜିତ ହେବ ଏବଂ ତାହାର ରୂପ ରେଖା କିପରି ରହିବ ସେ ନେଇ ବୈଠକରେ ଆଲୋଚନା ହୋଇଥିଲା। ଆସନ୍ତା ବର୍ଷା ଏପ୍ରିଲ ୨୯ରୁ ଏହା ଆରମ୍ଭ ହୋଇ ମେ୫ ପର୍ଯ୍ୟନ୍ତ ଚାଲିବ । ସମସ୍ତେ ସମନ୍ୱୟ ରକ୍ଷା କରି ଏହାକୁ ସଫଳ କରିବାକୁ ମନ୍ଦିର କମିଟି ପକ୍ଷରୁ ସ୍ଥିର କରାଯାଇଛି। ଏହି ଘଟ ପର୍ବ ଧୁମ୍ ଧାମରେ ପାଳନ କରାଯିବ ପାଇଁ ବୈଠକରେ ଆଲୋଚନା ହୋଇଛି। ବିଭିନ୍ନ ଆଥିକ ବ୍ୟୟ ଅଟକଳ କରାଯାଇଥିଲା। ଏହି ବୈଠକରେ କମିଟି ସଭାପତି ଉଦୟ ବେହେରା, ଉପ-ସଭାପତି ରମେଶ ପାଣିଗ୍ରାହୀ, ସମ୍ପାଦକ ସୁରେଶ, ବାବୁନା ବେହେରା, ନୃସିଂହ ପ୍ରସାଦ ପାତ୍ର, ବାଳନନ୍ଦ୍ର ରଥ, ପୂଣ୍ଣ ଚନ୍ଦ୍ର ବେହେରା ଉପସ୍ଥିତ ଥିଲେ।

LEAVE A REPLY

Please enter your comment!
Please enter your name here