ବ୍ରହ୍ମପୁର ରେ ଉପଖଣ୍ଡ ସ୍ତରୀୟ ଜନ ଶୁଣାଣି ଅନୁଷ୍ଠିତ

0
366

ବ୍ରହ୍ମପୁର, ୨୩/୧୨(ହିମାଂଶୁ ଶେଖର ସାବତ) ଆଜି ବ୍ରହ୍ମପୁର ଉପଜିଲ୍ଲାପାଳ ଙ୍କ କାର୍ଯ୍ୟାଳୟ ଠାରେ ଉପଖଣ୍ଡ ସ୍ତରୀୟ ଅଭିଯୋଗ ଶୁଣାଣି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଆଜି ମୋଟ ୧୩୦ ଟି ଅଭିଯୋଗ ଆସିଥିବା ବେଳେ ବ୍ୟକ୍ତିଗତ ସମସ୍ୟା ୧୧୦ ଟି ଓ ଗ୍ରାମଭିତ୍ତିକ ସମସ୍ୟା ୫ ଟି ଅନ୍ତର୍ଗତ ଥିବା ବେଳେ ୯୯ ଟି ଅଭିଯୋଗ ର ତ୍ବରିତ ପଦକ୍ଷେପ ଗ୍ରହଣ କରାଯାଇଛି। ଜିଲ୍ଲା ରେଡକ୍ରସ ପକ୍ଷ ରୁ ୧୫ ଜଣ ବ୍ଯକ୍ତିଙ୍କୁ ୧ଲକ୍ଷ ୮୦୦୦ଟଙ୍କା ସାହାଯ୍ୟ କରାଯାଇଥିଲା।ଏଥି ରେ ଜିଲ୍ଲାପାଳ ବିଜୟ ଅମୃତ କୁଲାଙ୍ଗେ, ଉପଜିଲ୍ଲାପାଳ ଶ୍ରୀ ସିନ୍ଦେ ଦତ୍ତାତ୍ରୟ ଭାଉସାହେବ ସମେତ ନୋଡାଲ ଅଫିସର ବିନୋଦ କୁମାର ବେହେରା, ଜିଲ୍ଲା ସ୍ବାସ୍ଥ୍ଯ ଅଧିକାରୀ,ଜିଲ୍ଲା ଶିକ୍ଷା ଅଧିକାରୀ ,ଉପଖଣ୍ଡ ସ୍ତରୀୟ ସମସ୍ତ ତହସିଲଦାର, ବିଡିଓ ଓ ବିଭାଗୀୟ ଅଧିକାରୀ ମାନେ ଉପସ୍ଥିତ ଥିଲେ।

LEAVE A REPLY

Please enter your comment!
Please enter your name here