ଜାତୀୟ ଶିଶୁ ସୁରକ୍ଷା ଅଧିକାରୀ ଆୟୋଗଙ୍କ ଜନଶୁଣାଣି ଶିବିର

0
557

ପାରଳାଖେମୁଣ୍ଡି, ୨୪/୧୨(ପ୍ରଭାତ ପାତ୍ର)- ଗଜପତି ଜିଲ୍ଲା ପାରଳାଖେମୁଣ୍ଡି ସ୍ଥିତ ଜିଲ୍ଲା ଗ୍ରାମ୍ୟ ଉନ୍ନୟନ କାର୍ଯ୍ୟାଳୟ ହାତରେ ଜାତୀୟ ଶିଶୁ ସୁରକ୍ଷା ଆୟୋଗ ସଭ୍ୟ ଡଃ:ଆରେ.କେ. ଆନନ୍ଦ ଜାତୀୟ ଶିଶୁ ସୁରକ୍ଷା ଆୟୋଗଙ୍କ ଜନ ଶୁଣାଣୀ ଶିବିର ଅନୁଷ୍ଠିତ ହୋଇଯାଇଛି। ଏହି ଶୁଣାଣିରେ ଶିଶୁ ମାନଙ୍କ ପ୍ରତି ନିର୍ଯ୍ୟାତନା ଓ ଶିଶୁ ଅଧିକାରୀଙ୍କ ଉଲ୍ଲଂଘନ ଉପରେ ଉପରେ ଜନଶୁଣାଣି କିପରି ଅଭିଯୋଗ ଆସିବା ପାଇଁ ସେ ନିମନ୍ତେ ପ୍ରଶାସନ ତରଫରୁ ବିହିତ ପଦକ୍ଷେପ ନିଆଯାଇଥିଲା। ଏଥିରେ ଶିଶୁ ଶ୍ରମିକ, ସ୍ବାସ୍ଥ୍ୟ ସମ୍ବଦୀୟ, ଦିବ୍ୟାଙ୍ଗ ଭତ୍ତା, ଶିଶୁ ଯୈାନ ନିର୍ଯ୍ୟାତନା, ଅଙ୍ଗନବାଡି ନିର୍ମାଣ, ଆଶ୍ରୟ ଆଦି ଅଭିଯୋଗ ହୋଇଥିଲା। ଏହି ଜନ ଶୁଣାଣିରେ ଜିଲ୍ଲାର ୯୨୦ଟି ଅଭିଯୋଗ ଆସିଥିବା ବେଳେ ୭୭୮ଟି ତୁରନ୍ତ ନିଷ୍ପତ୍ତି ଗ୍ରହଣ କରିଥିଲେ। ନିଭୟର ସହ ଅଭିଯୋଗ କରିବାକୁ ୪ ଗୋଟି ଦଳ ଗଠନ କରାଯାଇଥିଲା। ଏହି ଦଳରେ ସରକାରୀ ଓ ବେସରକାରୀ ସ୍ୱେଚ୍ଛାସେବୀ ୬୦ ଜଣଙ୍କୁ ନିୟୋଜିତ କରାଯାଇଥିଲା। ଉକ୍ତ ଏହି ଶିଶୁ ଜନ ଶୁଣାଣୀରେ ଅତିଥି ମାନେ ଷ୍ଟଲ ଗୃହ ପରିଭ୍ରମଣ କରିବା ସହ ଏହାର ଉପଯୋଗୀକୁ ଞାନ ପ୍ରଦାନ କରିଥିଲେ। ଉପସ୍ଥିତ ଆବେଦନ କାରୀଙ୍କ ଅଭିଯୋଗ ଶୁଣାଣିବା ନିମନ୍ତେ ଜିଲ୍ଲା ଗ୍ରାମ୍ୟ ଉନ୍ନୟନ କାର୍ଯ୍ୟାଳୟରେ ଥିବା ସମ୍ମିଳନୀ ଗୃହରେ ଅନୁଷ୍ଠିତ ହୋଇଥିଲା। ଅନ୍ୟ ଅତିଥି ମାନଙ୍କ ମଧ୍ୟରେ ଜିଲ୍ଲାପାଳ ଅନୁପମ ଶାହା, ଜିଲ୍ଲା ଆରକ୍ଷୀ ଅଧିକ୍ଷକ ସାରା ଶର୍ମା, ଜିଲ୍ଲା ଆଇନସେବା ପ୍ରାଧିକରଣ ସମ୍ପାଦିକା ଦୀପା ଦାସ, ପାରଳା ବିଧାୟକ କେ ନାରାୟଣ, ଅତିରିକ୍ତ ଜିଲ୍ଲାପାଳ ସହ ଜିଲ୍ଲାର ସମସ୍ତ ଉଚ୍ଚ ପଦାଧିକାରୀମାନେ ଉପସ୍ଥିତ ଥିଲେ। ଏହି କାର୍ଯ୍ୟକ୍ରମକୁ ସହାୟତା ନିମନ୍ତେ ପୋଲିସ, ଅଗ୍ନିଶମ ବିଭାଗ, ନେହେରୁ ଯୁବ ବାହିନୀ, ଚାଇଲ୍ଡ ଲାଇନ, ସ୍ବେଛାସେବୀ ସଂଗଠନ, ଏନସିସିର କର୍ମକର୍ତ୍ତା ମାନଙ୍କୁ କାର୍ଯ୍ୟରେ ନିୟୋଜିତ କରାଯାଇଥିଲା। ଏହି କାର୍ଯ୍ୟକ୍ରମକୁ ସୂଚାରୁ ରୂପେ ଅନୁଷ୍ଠିତ ହେବ ତାହା ଦାଇତ୍ଵ ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ଗଜପତି ଓ ସେମାନଙ୍କ କର୍ମଚାରୀ ମାନଙ୍କୁ ନ୍ୟସ୍ତ କରାଯାଇଥିଲା।

LEAVE A REPLY

Please enter your comment!
Please enter your name here