ଶ୍ରୀ କୃଷ୍ଣଚନ୍ଦ୍ର ଗଜପତି ଉଚ୍ଚ ବିଦ୍ୟାଳୟର ଶତବାର୍ଷିକୀ ସମାରୋହ ଉଦଯାପିତ

0
192

 

ପାରଳାଖେମୁଣ୍ଡି, ୩୦/୧୨-(ପ୍ରଭାତ କୁମାର ପାତ୍ର )
ଗଜପତି ଜିଲ୍ଲା ଗୋଷାଣୀ ବ୍ଲକ ସ୍ଥିତ ଗୁରାଣ୍ଡି ଠାରେ ଥିବା ଶ୍ରୀ କୃଷ୍ଣଚନ୍ଦ୍ର ଗଜପତି ଉଚ୍ଚ ବିଦ୍ୟାଳୟର ଶତବାର୍ଷିକୀ ସମାରୋହ ଉଦଯାପିତ ହୋଇଯାଇଛି। ଏହି ଉତ୍ସବରେ ମୁଖ୍ୟ ଅତିଥିଭାବେ ମୋହନା ବିଧାୟକ ଦାଶରଥି ଗମାଙ୍ଗ ଯୋଗଦେଇ ଶହେ ବର୍ଷର ଶିକ୍ଷା ଅନୁଷ୍ଠାନ ଶ୍ରୀ କୃଷ୍ଣଚନ୍ଦ୍ର ଗଜପତି ଉଚ୍ଚ ବିଦ୍ୟାଳୟର ବିଦ୍ୟାଦାନ ପଦ୍ଧତି ଓ ଏହାର କୃତି ସନ୍ତାନ ଏହି ଅଞ୍ଚଳକୁ ଦେଶ ବିଦେଶରେ ଗୈାରବାନ୍ନିତ କରିପାରିଛନ୍ତି। ଆଗାମୀ ଦିନରେ ଉନ୍ନତ ମାନର ଶିକ୍ଷା ବ୍ୟବସ୍ଥା ଦ୍ବାରା ବିଦ୍ୟାଳୟର ଉନ୍ନତ କାମନା କରିଥିଲେ। ମୁଖ୍ୟ ବକ୍ତାଭାବେ ବିଜେପି ସାଧାରଣ ସମ୍ପାଦକ ଭୂର୍ଗୁ ବକ୍ସିପାତ୍ର ଯୋଗଦେଇ ଏହି ବିଦ୍ୟାଳୟର ପ୍ରତିଷ୍ଠାତା ପାରଳା ମହାରାଜା ଶ୍ରୀ କୃଷ୍ଣଚନ୍ଦ୍ର ଦେବଙ୍କ ସ୍କୃତିଚାରଣ କରିଥିଲେ। ପାରଳାଖେମୁଣ୍ଡି ବିଧାୟକ କେ ନାରାୟଣ ରାଓ, ଜିଲ୍ଲା ପରିଷଦ ଅଧ୍ୟକ୍ଷା ଶ୍ରୀମତୀ ଅନୁପ୍ରାଣୀତ ବେହେରା, ପାରଳା ସ୍ବାଭିମାନ ମଞ୍ଚର ଆବାହକ ତଥା ହାଇଟେକ୍ ଗୃଫର ଅଧକ୍ଷ ଡଃ : ତିରୁପତି ପାଣିଗ୍ରାହୀ, ପୂର୍ବତନ ବିଧାୟକ ବିଜୟ କୁମାର ଜେନା, ଗୋଷ୍ଠୀ ବ୍ଲକ ଅଧ୍ୟକ୍ଷ ସି. ଏଚ୍ ତାରିକେଶ୍ବରି ପ୍ରମୁଖ ମଞ୍ଚାସୀନ ଅତିଥି ଭାବେ ଯୋଗଦେଇ ଦେଇଥିଲେ। ପରିଶେଷ ରେ ରଙ୍ଗାରଙ୍ଗ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ପ୍ରବଳ ଶୀତ ସତ୍ତ୍ବେ ହଜାର ହଜାର ଲୋକ ଏହି କାର୍ଯ୍ୟକ୍ରମରେ ନିଜକୁ ହଜାଇ ଦେଇଥିଲେ।

LEAVE A REPLY

Please enter your comment!
Please enter your name here