ଅସହାୟ ଓ ରୋଗଗ୍ରସ୍ତ ଅନ୍ଧ ବୃଦ୍ଧବୃଦ୍ଧାଙ୍କୁ ଉଦ୍ଧାର କରିଲେ ଟିମ କ୍ଲିନ ସିଟି

0
330

 

ବ୍ରହ୍ମପୁର,୦୩/୦୧/୨୦୨୦(ବ୍ୟୁରୋ ରିପୋର୍ଟ) ବ୍ରହ୍ମପୁରଠାରେ କାର୍ଯ୍ୟ କରୁଥିବା ସ୍ୱେଚ୍ଛାସେବୀ ସଂଗଠନ ଟିମ କ୍ଲିନ ସିଟି ନିଜର ସେବା ଜାରି ରଖିଛନ୍ତି | ଆଜିକୁ ୫୮ଜଣ ମାନସିକ ବିକୃତ ବ୍ୟକ୍ତି ବିଶେଷଙ୍କୁ ଉଦ୍ଧାର କରି ସେମାନଙ୍କୁ ନୂତନ ବସ୍ତ୍ର ଏବଂ ଖାଦ୍ୟ ପ୍ରଦାନ କରି ସେବା କରୁଥିବା ବେଳେ ଆଜି ଏକ ନୂତନ ଧରଣର ସେବା କରି ପ୍ରସଂସାର ପାତ୍ର ହୋଇଛନ୍ତି | ଆଜି ଅସହାୟ ଏବଂ ରୋଗୀଣା ତଥା ଆଖିକୁ ଦେଖାଯାଉନଥିବା ବୃଦ୍ଧବୃଦ୍ଧା ଭାଇଭଉଣୀ ଙ୍କୁ ଆଜି ଟିମ କ୍ଲିନ ସିଟି ଉଦ୍ଧାର କରି ବ୍ରହ୍ମପୁର ବଡ ମେଡିକାଲରେ ଚିକିତ୍ସା ପାଇଁ ଭର୍ତ୍ତି କରିଛନ୍ତି | ସୂଚନାଯୋଗ୍ୟ,ଗାନ୍ଧିନଗର ସପ୍ତମ ଗଳିରେ ରହୁଥିବା ବୃଦ୍ଧା କେ.ଜଗଦୀଶ୍ଵରୀ ଏବଂ ତାଙ୍କ ଭାଇ କେ.ମହାଦେବଙ୍କ ଆତ୍ମୀୟ ସ୍ୱଜନ କେହି ନଥିବା ବେଳେ ସେମାନେ ଅତି ଅସହାୟ ଅବସ୍ଥାରେ ଥିଲେ | ସାହିପଡିଶା ଠାରୁ ଖାଇବାକୁ ପାଇ କୌଣସି ମତେ ଜୀବିତ ଥିଲେ | କିନ୍ତୁ ତାଙ୍କ ଭାଇ କେ.ମହାଦେବ ଦୀର୍ଘଦିନ ହେବ ରୋଗରେ ପୀଡିତ ହୋଇ ଶେଯରୁ ଉଠିପାରୁନଥିଲେ | ଏପଟେ ଭଉଣୀ ମଧ୍ୟ ରୋଗଗ୍ରସ୍ତ ହୋଇ ଭାଇର ସେବା କରିପାରୁ ନ ଥିଲା | ଏଭଳି ଦୟନୀୟ ଅବସ୍ଥାରେ ଥିବା ଜାଣି ଟିମ କ୍ଲିନ ସିଟିର ସଦସ୍ୟ ଅଞ୍ଜଳି ମାହାନ୍ତି ଓ ସନ୍ତୋଷିନୀ ପହଞ୍ଚି ବୃଦ୍ଧବୃଦ୍ଧାଙ୍କ ଅବସ୍ଥା ଅତି ଶୋଚନୀୟ ଥିବା ଦେଖି ଅନ୍ୟ ସଦସ୍ୟମାନଙ୍କୁ ଖବର ଦେଇଥିଲେ | ଏହି ପରିପେକ୍ଷୀରେ ଆଜି ଟିମ କ୍ଲିନ ସିଟିର ସଭାପତି ସମାଜସେବକ ଶକ୍ତିଧର ରାଜଗୁରୁଙ୍କ ନେତୃତ୍ୱରେ ଅବସରପ୍ରାପ୍ତ ଡାକ୍ତର ତଥା ସଦସ୍ୟ କେ.କେ.ସବୁଦ୍ଧି ଏବଂ ଟିମର ଅନ୍ୟ ସଦସ୍ୟଙ୍କୁ ସାଙ୍ଗରେ ଧରି ସେଠାରେ ପହଂଚି ପ୍ରଥମେ ପ୍ରାଥମିକ ଚିକିତ୍ସା କରିଥିଲେ | ପରେ ଡାକ୍ତରଙ୍କ କହିବା ଅନୁସାରେ ତାଙ୍କୁ ୧୦୮ ଆମ୍ବୁଲାନ୍ସ ଯୋଗେ ବ୍ରହ୍ମପୁର ବଡ ମେଡିକାଲକୁ ନେଇଥିଲେ | ସେଠାରେ ତାଙ୍କ ଚିକିତ୍ସା ଚାଲିଥିବା ସଭାପତି ଶ୍ରୀ ରାଜଗୁରୁ କହିଥିଲେ | ଉଦ୍ଧାର କାର୍ଯ୍ୟରେ ଟିମ୍ର ସଦସ୍ୟ ରାଜେଶ ସାହୁ,ମୁନା ପାଣିଗ୍ରାହୀ,ଅସିତ କୁମାର ସାବତ,ସୂର୍ଯ୍ୟ ନାରାୟଣ ଚୌଧୁରୀ,ଆମ୍ବୁଜା ସାହୁ,ଦୀନେଶ ପଟ୍ଟନାୟକ,ଅଭୟ କୁମାର ରଥ,ନାଗେଶ୍ୱର ପୃଷ୍ଟି,ଦେବୀ ପ୍ରସାଦ ଶତପଥି,ରାମଚନ୍ଦ୍ର ପଣ୍ଡା,ସସ୍ମିତା ପ୍ରଧାନ,ପ୍ରବାସୀ ଭାରତୀୟ ଆୟେଶା ମିଶ୍ର ପ୍ରମୁଖ ସେବା କରିଥିଲେ | ଟିମ କ୍ଲିନ ସିଟିର ଏଭଳି ସମାଜସେବା ଆଗକୁ ମଧ୍ୟ ଜାରୀ ରହିବ ବୋଲି ସଭାପତି କହିଛନ୍ତି |

LEAVE A REPLY

Please enter your comment!
Please enter your name here