ଗଜପତିରେ ରାଷ୍ଟ୍ର ଜାଗରଣ ଯୁବ ମହୋତ୍ସବ -୨୦୨୦ ଅନୁଷ୍ଠିତ ହେବ।

0
524

ପାରଳାଖେମୁଣ୍ଡି, ୦୯/୦୧/୨୦୨୦(ପ୍ରଭାତ ପାତ୍ର)-ଗଜପତି ଜିଲ୍ଲା ରାଷ୍ଟ୍ରୟ ସ୍ୱୟଂ ସେବକ ସଂଘ ତରଫରୁ ଭାରତର ସାଂପ୍ରତିକ ପରିସ୍ଥିତିରେ ଦେଶର ଯୁବ ସମାଜକୁ ସ୍ୱାମୀ ବିବେକାନନ୍ଦଙ୍କ ଆଦର୍ଶରେ ଅନୁପ୍ରାଣିତ କରିବା ଉଦ୍ଦେଶ୍ୟରେ ଏହି ବିଶାଳ ଯୁବ ସମାବେଶ ଆସନ୍ତା ଜାନୁଆରୀ ୨୦ ତାରିଖରେ ଆୟୋଜିତ ହେବାକୁ ଯାଉଛି। ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘ ଗଜପତି ଜିଲ୍ଲାର ପ୍ରଚେଷ୍ଟାରେ ଜିଲ୍ଲାର ପ୍ରାୟ ୭ ଶହ ସ୍ୱୟଂସେବକ ଶୃଙ୍ଖଳିତ ଭାବରେ ନିୟୁଧ ତଥା କାରାଟି ପ୍ରଦର୍ଶନ ଓ ରାଷ୍ଟ୍ରହିତ ଆଧାରିତ ବୈାଦ୍ଧିକ ବିକାଶ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିବେ। ଏହା ସହିତ ଜିଲ୍ଲାର ମତପନ ନିର୍ବିଶେଷରେ ଅପରାହ୍ନ ୧ ଘଣ୍ଟା ପ୍ରାୟ ପାଞ୍ଚ ହଜାର ଜନସାଧାରଣ ସେମାନଙ୍କର ପାରମ୍ପରିକ ବ୍ୟବହୁତ ବାଦ୍ୟ ଯନ୍ତ୍ର ସହ ଯୋଗ ଦେଇ ନଗର ପରିକ୍ରମା କରିବେ। ଅପରାହ୍ନ ୨ଟା ଠାରୁ ୪ଟା ସମୟ ମଧ୍ୟରେ ବୈାଦ୍ଧିକ କାର୍ଯ୍ୟକ୍ରମ ଓ ଶାରୀରିକ ପ୍ରଦର୍ଶନ କରାଯିବା ବୋଲି ଗଜପତି ରାଷ୍ଟ୍ର ସ୍ୱୟଂ ସେବକ ସଂଘ ତରଫରୁ ଅନାଦି ପାଣିଗ୍ରାହୀ, ହରିମୋହନ ପଟ୍ଟନାୟକ, ମହନ୍ତ ରାମାନନ୍ଦ ଦାସ ପ୍ରମୁଖ ସରସ୍ଵତୀ ଶିଶୁ ମନ୍ଦିରେ ଆୟୋଜନ ଏକ ସାମ୍ବାଦିକ ସମ୍ମିଳନୀରେ ସୁଚନା ଦେଇଛନ୍ତି। ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘର ଅଖିଳ ଭାରତୀୟ ନିଯୁଧ ବିଷୟ ପ୍ରମୁଖ ତଥା ଦକ୍ଷିଣ କ୍ଷେତ୍ର ସନ୍ୟାସୀ ଓ. କେ. ମୋହନ ଜୀ, ସମ୍ମାନିତ ଅତିଥି ଭାବେରେ ବୈାଦ୍ଧ ସନ୍ୟାସୀ ମାନନୀୟ ଖେମ୍ପୁ ପେମା ଟେମ୍ପୋ ଜିରାଙ୍ଗ ବୈାଦ୍ଧ ବିହାର, ଏବଂ ମୁଖ୍ଯ ବକ୍ତାଭାବେ ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘର ପୂର୍ବକ୍ଷେତ୍ର କାର୍ଯ୍ୟବାହ, ଅବସରପ୍ରାପ୍ତ ପ୍ରଫେସର ଗୋପାଳ ପ୍ରସାଦ ମହାପାତ୍ର ଉପସ୍ଥିତ ରହି ମାର୍ଗ ଦର୍ଶକ ଦେବା ନିଶ୍ଚିତ ହୋଇଛି।

LEAVE A REPLY

Please enter your comment!
Please enter your name here