୩୧ ତମ ଜାତୀୟ ସଡ଼କ ସୁରକ୍ଷା ସପ୍ତାହ ପାଳନ ଅବସରରେ ଗଞ୍ଜାମ ଜିଲ୍ଲା ପ୍ରଶାସନ ଏବଂ ରାଜ୍ଯ ପରିବହନ ନିଗମ, ବ୍ରହ୍ମପୁର ଙ୍କ ମିଳିତ ଆନୁକୁଲ୍ୟରେ ଏବଂ ସମରଝୋଳ ସ୍ଥିତ ଶଙ୍କର ଚକ୍ଷୁ ଚିକିତ୍ସାଳୟ ର ସହାୟତାରେ ଏକ ମାଗଣା ଚକ୍ଷୁ ପରୀକ୍ଷା ଶିବିର ଅନୁଷ୍ଠିତ

0
182

ବ୍ରହ୍ମପୁର, ୧୧/୦୧/୨୦୨୦(ବ୍ୟୁରୋ ରିପୋର୍ଟ) ଆଜି ୩୧ ତମ ଜାତୀୟ ସଡ଼କ ସୁରକ୍ଷା ସପ୍ତାହ ପାଳନ ଅବସରରେ ଗଞ୍ଜାମ ଜିଲ୍ଲା ବ୍ରହ୍ମପୁର ସ୍ଥିତ ଓ ଏସ୍ ଆର୍ ଟି ସି (OSRTC ) କାର୍ଯ୍ୟାଳୟ ପରିସରରେ ଗଞ୍ଜାମ ଜିଲ୍ଲା ପ୍ରଶାସନ ଏବଂ ରାଜ୍ଯ ପରିବହନ ନିଗମ, ବ୍ରହ୍ମପୁର ଙ୍କ ମିଳିତ ଆନୁକୁଲ୍ୟରେ ଏବଂ ସମରଝୋଳ ସ୍ଥିତ ଶଙ୍କର ଚକ୍ଷୁ ଚିକିତ୍ସାଳୟ ର ସହାୟତାରେ ଏକ ମାଗଣା ଚକ୍ଷୁ ପରୀକ୍ଷା ଶିବିର ଅନୁଷ୍ଠିତ ହୋଇଯାଇଛି ୲ ଏହି କାର୍ଯ୍ଯକ୍ରମ ରେ ଅତିଥି ଭାବେ ଛତ୍ରପୁର ଆର୍ ଟି ଓ ସଞ୍ଜୟ କୁମାର ବିଶ୍ଵାଳ, ଓ ଏସ୍ ଆର୍ ଟି ସି ବ୍ରହ୍ମପୁର ର ମୂଖ୍ୟ ରବିନ୍ଦ୍ର କୁମାର ବେହେରା ପ୍ରମୂଖ ଯୋଗ ଦେଇ ପ୍ରଦୀପ ପ୍ରଜ୍ଵଳନ କରି ଆନୁଷ୍ଠାନିକ ଭାବେ ଶୁଭାରମ୍ଭ କରିଥିଲେ ୲ ଏଥିରେ ୧୦୫ ଜଣ ରୋଗୀ ଶିବିର ରେ ଯୋଗ ଦେଇଥିବା ବେଳେ ସେମାନଙ୍କ ଚକ୍ଷୁ ପରିକ୍ଷା କରାଯାଇ ୬୭ଜଣଙ୍କୁ ମାଗଣା ଚଷମା ପ୍ରଦାନ କରିଥିବା ବେଳେ ୦୨ ଜଣଙ୍କୁ ଅପରେଶନ କରିବା ପାଇଁ ଶଙ୍କର ଚକ୍ଷୁ ଚିତ୍କିସାଳୟ କୁ ନିଆଯାଇଛି ୲ ଏହି ଶିବିର ରେ ଶିବିରପରିଚାଳକ ନଳିନୀ କାନ୍ତ ରାଉତ, ଦିଲ୍ଲୀପ କୁମାର ସେଠୀ, ଗିରିଶ ଚନ୍ଦ୍ର ପୃଷ୍ଟି, ସାଗର ପୃଷ୍ଟି, ସୁଶ୍ରୀ ସାଲୋନି ପଟ୍ଟନାୟକ, ସୁଶ୍ରୀ ଇ.ପୁଷ୍ପଲତା ପ୍ରମୂଖ ଉପସ୍ଥିତ ରହି ରୋଗୀ ମାନଙ୍କ ଚକ୍ଷୁ ପରୀକ୍ଷା କରିଥିଲେ
। ଏବଂ ସେହିପରି ଏକ ସ୍ୱେଚ୍ଛାକୃତ ରକ୍ତଦାନ ଶିବିର ମଧ୍ଯ ଅନୁଷ୍ଠିତ ହୋଇଯାଇଛି ଏଥିରେ ମୋଟ୍ ୩୦ ୟୁନିଟ୍ ରକ୍ତ ସଂଗ୍ରହ ହୋଇଥିଲା ।

LEAVE A REPLY

Please enter your comment!
Please enter your name here